ଶ୍ରୀ ରାଧା ଗୋବିନ୍ଦ ଜୀୟୁଙ୍କ ବସନ୍ତ ଉତ୍ସବ



କେନ୍ଦ୍ରାପଡ଼ା,୨୩ା୧: କେନ୍ଦ୍ରାପଡା ଜିଲ୍ଲା ପ୍ରସିଦ୍ଧ ଆରାଧ୍ୟ ସହରର ଚାଟରାପାଟଣାସ୍ଥିତ ଶ୍ରୀ ରାଧା ଗୋବିନ୍ଦ ଜୀୟୁ ମନ୍ଦିରର ଶ୍ରୀ ରାଧା ଗୋବିନ୍ଦଙ୍କ ବସନ୍ତ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାଇ ଓଢଣ ଷଷ୍ଠିଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶ୍ରୀଜୀୟୁ ଶୀତ ବସ୍ତ୍ର ଘୋଡିଲାଗି ହୋଇଥାନ୍ତି । ବସନ୍ତ ପଞ୍ଚମିରେ ବସନ୍ତ ଋତୁ ଆଗମନରେ ରାଧା ଗୋବିନ୍ଦ ଜୀୟୁ ତାଙ୍କ ଅଷ୍ଠସଖାମାନଙ୍କ ସହିତ ବସନ୍ତ ମଣ୍ଡପ ଯାଇ ବସନ୍ତ ପବନ ଉପଭୋଗ କରିଥାନ୍ତି । ଏହାକୁ ଆଧାର କରି ଅପରାହ୍ନ ଉଠାଣି ଦୀପ ପରେ ଶ୍ରୀଜୀୟୁ ମନ୍ଦିରରୁ ବସନ୍ତ ବଗିଚା ଯାଇ ସେଠାରେ ଉପବିଷ୍ଠ ହୋଇଥିଲେ । ଏହିଠାରେ ଉଠାଣି ଦୀପ, ସନ୍ଧ୍ୟା ଆଳତୀ, ୩୨ଟି ବତୀରେ ବସନ୍ତ ବଗିଚା ଆଳତୀ ହୋଇଥିଲା ବୋଲି ବଡ ପଣ୍ଡା ସୁଶାନ୍ତ ପଣ୍ଡା ସୂଚନା ଦେଇଥିଲେ । ରାତିରେ ମନ୍ଦିରକୁ ଶ୍ରୀ ଜୀୟୁ ପ୍ରବେଶ କରିଥିଲେ । ପୌରସଭ୍ୟ ରମେଶ ଦାସଙ୍କ ତତ୍ୱାବଧାନରେ ମନ୍ଦିର ପରିଚାଳନା ଟ୍ରଷ୍ଟି ବାସୁଦେବ ପାଣି, ଅନୁପ ନାୟକ, ସୁକାନ୍ତ ବାରିକ, ମଶାଲ ସେବାୟତ ନାରଣ ବାରିକ, ବୃନ୍ଦାବନ ସ୍ୱାଇଁ, ସୋମନାଥ ଦାସ, ପ୍ରଶାନ୍ତ ନାୟକ, ଚକ୍ରଧର ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

ଝିଅ ଜନ୍ମ କରିବାରୁ ବୋହୁକୁ ପୋଡି ମାରିଦେବାକୁ ଉଦ୍ୟମ!, ଥାନାରେ ଏତଲା

Sat Jan 24 , 2026
ଏବେ ବି ଅନେକ ଲୋକ କନ୍ୟାସନ୍ତାନକୁ ବୋଝ ଭାବି ଘୃଣା କରୁଛନ୍ତି, ଯେଉଁଥିପାଇଁ ଘଟୁଛି ପାରିବାରିକ ହିଂସା ଓ ନିର୍ଯାତନା। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁରରେ ଏହି ଗାଁର ସସ୍ମିତା ଦାସ(୩୮) କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ତାଙ୍କୁ ପ୍ରାୟ ଅଢ଼େଇ ବର୍ଷ ଧରି ଶୁଶୁର ଘର ଲୋକଙ୍କ ଅକଥନୀୟ ନିର୍ଯାତନା ଭୋଗିବାକୁ ପଡ଼ିଛି। ଶେଷରେ ଶିଶୁକନ୍ୟା ସହ ଶୋଇଥିବା […]