ଝିଅ ଜନ୍ମ କରିବାରୁ ବୋହୁକୁ ପୋଡି ମାରିଦେବାକୁ ଉଦ୍ୟମ!, ଥାନାରେ ଏତଲା


ଏବେ ବି ଅନେକ ଲୋକ କନ୍ୟାସନ୍ତାନକୁ ବୋଝ ଭାବି ଘୃଣା କରୁଛନ୍ତି, ଯେଉଁଥିପାଇଁ ଘଟୁଛି ପାରିବାରିକ ହିଂସା ଓ ନିର୍ଯାତନା। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁରରେ ଏହି ଗାଁର ସସ୍ମିତା ଦାସ(୩୮) କନ୍ୟା ସନ୍ତାନ ଜନ୍ମ ଦେଇଥିବାରୁ ତାଙ୍କୁ ପ୍ରାୟ ଅଢ଼େଇ ବର୍ଷ ଧରି ଶୁଶୁର ଘର ଲୋକଙ୍କ ଅକଥନୀୟ ନିର୍ଯାତନା ଭୋଗିବାକୁ ପଡ଼ିଛି। ଶେଷରେ ଶିଶୁକନ୍ୟା ସହ ଶୋଇଥିବା ଅବସ୍ଥାରେ ସଜ୍ଜିତାଙ୍କୁ ତାଙ୍କ ଶ୍ବଶୁର ପୋଡ଼ି ମାରିବାକୁ ଉଦ୍ୟମ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ସସ୍ମିତା ତାଙ୍କ ଶିଶୁକନ୍ୟା ସହ ଅକୃଳେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଶ୍ବଶୁର ପ୍ରଫୁଲ୍ଲ ରାୟଙ୍କୁ ଗିରଫ କରିଛି।

 

ପଟ୍ଟାମୁଣ୍ଡାଇ ତା ୨୩/୧- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁରରେ ଅଧିଜ ଯୌତୁକ ଓ ଝିଅ ଜନ୍ମ କରିବାରୁ ଜନୈକା ବିବାହିତା ମହିଳାଙ୍କୁ ତା ଶାଶୁ ଘର ଲୋକମାନେ ପୋଡି ମାରି ଦେବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରିବା ନେଇ ସମ୍ପୃକ୍ତା ବିବାହିତାଙ୍କ ଭାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜ୍ଜ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶଶୁର କୁ ଥାନାରେ ଅଟକ ରଖିଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଡାମରପୁର ଗ୍ରାମର ପ୍ରଫୁଲ୍ଲ କୁମାର ରାୟଙ୍କ ପୁଅ ସୁଶାନ୍ତ କୁମାର ରାୟ ୨୦୧୮ ମସିହାରେ କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମର ବୀରବର ଦାସଙ୍କ ଝିଅ ସସ୍ମିତା ଦାସଙ୍କ ସହିତ ବୈଦିକ ମତେ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ସମୟରେ କନ୍ୟା ପକ୍ଷ ବର ପକ୍ଷର ଦାବୀ ମୁତାବକ ଯଥାସମ୍ଭବ ଯୌତୁକ ପ୍ରଦାନ କରିଥିଲେ । ମାତ୍ର ଅଧିକ ଯୌତୁକ ଦାବୀ କରି ସସ୍ମିତା ଙ୍କ ସ୍ୱାମୀ, ଶଶୁର ଓ ଶାଶୁ ତାକୁ ଅକଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ଅନେକ ସମୟରେ ମାଡ଼ ଗାଳି ଦେବା ସହିତ ଖାଇବାକୁ ଦେଉନଥିଲେ । ତେବେ ସସ୍ମିତା ଏକ କନ୍ୟା ସନ୍ତାନ ଜନ୍ମ କଲା ପରେ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇ ନିର୍ଯ୍ୟାତନା ସୀମା ଟପି ଯାଇଥିଲା । ଏହା ଦେଖି ସସ୍ମିତାଙ୍କ ଭାଇ ରଞ୍ଜନ ଦାସ ଭଉଣୀ ପରିବାରରେ ଶାନ୍ତି ଆଣିବା ପାଇଁ ବହୁ ବାର ସ୍ଥାନୀୟ ଭଦ୍ର ଲୋକଙ୍କ ସହାୟତାରେ ଗଣ୍ଡଗୋଳ ସମାଧାନ କରିଥିଲେ । କିନ୍ତୁ କୌଣସି ଫଳ ମିଳିନଥିଲା । ସସ୍ମିତାଙ୍କୁ ତାଙ୍କ ସ୍ୱାମୀ ଶଶୁର ଶାଶୁ ମାଡ଼ ଗାଳି ଦେଇ ଘରୁ ବାହାର କରିବା ଓ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଗତ ରାତି ୮ଟା ସମୟରେ ସସ୍ମିତାଙ୍କ ଭାଇ ରଞ୍ଜନ ତାଙ୍କ ଶାଶୁଙ୍କ ସହିତ ଆଲୋଚନା କରୁଥିବାବେଳେ କିଛି ଲୋକ ତାଙ୍କ ଭଉଣୀକୁ ଘରେ ପୁରାଇ ସ୍ୱାମୀ, ଶାଶୁ ଶଶୁର ପୋଡି ମାରି ଦେବାକୁ ଉଦ୍ୟମ କରୁଥିବା ଖବର ଦେଇଥିଲେ । ଏହି ଖବର ପାଇ ସସ୍ମିତାଙ୍କ ଭାଇ ରଞ୍ଜନ ଘଟଣା ସ୍ଥଳରେ ପହଂଚି ଜାଣିବାକୁ ପାଇଲେ ଯେ ତାଙ୍କ ଭଉଣୀ କୌଣସିମତେ ଜଳନ୍ତା ଘର ମଧ୍ୟରୁ ବାହାରକୁ ଚାଲି ଆସିଛି । ନିଆଁରେ ଘର ପୋଡି ଯାଇ ଛି । ଏହା ପରେ ସସ୍ମିତାଙ୍କ ଭାଇ ରଞ୍ଜନ ଦାସ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଯାଇ ଅଧିକ ଯୌତୁକ ଓ ଝିଅ ଜନ୍ମ କରିବାରୁ ତାଙ୍କ ଭଉଣୀକୁ ସ୍ୱାମୀ ଶଶୁର ଓ ଶାଶୁ ମିଳିତ ଭାବେ ଘରେ ପୁରାଇ ପୋଡି ମାରି ଦେବାକୁ ଉଦ୍ୟମ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ଶ୍ରୀକାନ୍ତ ବାରିକଙ୍କ ନିର୍ଦେଶରେ ସ୍ଥାନୀୟ ପୋଲିସ ଥାନା କେଶ ନଂ ୫୭/୨୦୨୬ରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବୋହୁକୁ ପୋଡି ମାରି ଦେବା ଅଭିଯୋଗରେ ଶଶୁର ପ୍ରଫୁଲ୍ଲ କୁମାର ରାୟକୁ ଥାନାରେ ଅଟକ ରଖାଯାଇଛି ।


Leave a Reply

Your email address will not be published. Required fields are marked *

Discover more from

Subscribe now to keep reading and get access to the full archive.

Continue reading