- ଛାତ୍ରୀଛାତ୍ରମାନେ ଦୁର୍ବଳତାକୁ ଶକ୍ତିରେ ପରିଣତ କଲେ ସଫଳତା ନିଶ୍ଚିତ
ମାଟିଆପଡା ହାଇସ୍କୁଲ ବାର୍ଷିକ ଉତ୍ସବ ପଟ୍ଟାମୁଣ୍ଡାଇ ତା ୧୩/୨- ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ସମୟରେ ଛାତ୍ରୀଛାତ୍ରମାନେ ନିଜର ଦୁର୍ବଳତା କୁ ପରଖି ଶକ୍ତିରେ ପରିଣତ କଲେ ଜୀବନ ସବୁ କ୍ଷେତ୍ରରେ ସଫଳ ହେବା ସହିତ ନିଜର ସ୍ବପ୍ନ ସାକାର କରିପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତ ମାଟିଆ ପଡା ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପ୍ରଧାନଶିକ୍ଷକ ମନୋଜ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ…
- କୃଷ୍ଣବଳରାମ କ୍ରିକେଟ ଟୁର୍ନାମେଣ୍ଟ, ମାଟିଆ ଚମ୍ପିୟାନ
ପଟ୍ଟାମୁଣ୍ଡାଇ ତା ୧୩/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ନୂଆଗାଁ କାକୁଡିପଲ୍ଲୀ କୃଷ୍ଣ ବଳରାମ କ୍ଲବ ପକ୍ଷରୁ ୪ଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ର ୧୬ଟି ୱାର୍ଡ ମଧ୍ୟରେ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟରେ ପୌରାଞ୍ଚଳ ର ୧୬ଟି ୱାର୍ଡର ୧୬ଟି କ୍ରିକେଟ ଦଳ ଭାଗ ନେଇଥିଲେ । ଫାଇନାଲ ଖେଳ ନୂଆଗାଁ କାକୁଡିପଲ୍ଲୀ ୯ନଂ ୱାର୍ଡ କ୍ରିକେଟ ଦଳ ଓ ୧୭ନଂ ୱାର୍ଡ ମାଟିଆ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା…
- ଗୁଲନଗର ଉଚ୍ଚ ବିଦ୍ୟାଳୟ ୭୪ ବ୍ୟାଚର ବନ୍ଧୁମିଳନ
କେନ୍ଦ୍ରାପଡ଼ା,୧୧ା୨:ଗୁଲନଗର ମଧ୍ୟ ଇଂରାଜୀ ବିଦ୍ୟାଳୟ ୧୯୭୦ ଓ ଉଚ୍ଚ ବିଦ୍ୟାଳୟ ୧୯୭୪ ବ୍ୟାଚର ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସଂଜୀବନୀ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ବିଦ୍ୟାର୍ଥୀ ଯୋଗ ଦେଇଥିଲେ। ଦୀର୍ଘ ଦିନ ପରେ ପରସ୍ପରକୁ ଭେଟି ପୁରୁଣା ସ୍ମୃତିକୁ ରୋମନ୍ଥନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଂଗଠନ ସଭାପତି ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ। ସଭାରେ ଇହଧାମ ତ୍ୟାଗ…
- କେନ୍ଦ୍ରାପଡା ଜିଲ୍ଲାକୁ ଜଳପଥ, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଧିକାର , କେନ୍ଦ୍ରବଜେଟ୍ -୨୦୨୬ ବିକଶିତ ଭାରତ ଓ ଓଡିଶା ନକ୍ସା
କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡା ଜିଲ୍ଲା ପ୍ରଦକ୍ଷଣ ଭବନରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶଶାଙ୍କଶେଖର ସେଠୀଙ୍କ ସଭାପତିତ୍ୱରେ କେନ୍ଦ୍ର ବଜେଟ୍ ୨୦୨୬ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଯୋଗଦେଇ ଚଳିତ କେନ୍ଦ୍ର ବଜେଟ୍ ଏକ ଯୁଗାନ୍ତକାରୀ ବଜେଟ୍ ବୋଲି ଅଭିହିତ କରିବା ସହ ଏହା ବିକସିତ ଭାରତ ଗଠନ ନିମନ୍ତେ ଯଶଶ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏକ…
- ଫେବୃୟାରୀ ୧୨ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରାପଡାରେ ଗଣ କନଭେସନ ଆହ୍ୱାନ
କେନ୍ଦ୍ରାପଡ଼ା,୩ା୨:ମନରେଗା ବଞ୍ଚାଅ – ଭି.ବି. ଜି.ରାମ୍.ଜି ଆଇନକୁ ପ୍ରତ୍ୟାହାର କର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରଦ୍ଦ କର, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କର, କୃଷକ ବିରୋଧୀ ବିହନ ବିଲ୍-୨୦୨୫ ବାତିଲ କର, ଧାନ ମଣ୍ଡିରୁ ସରକାରୀ ମୂଲ୍ୟରେ ସମସ୍ତ ଧାନ କ୍ରୟ କର, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କର ପ୍ରଭୃତି ୨୧ଦଫା ଦାବିରେ ୧୨ ଫେବୃଆରୀ ୨୦୨୬ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ…
- କେନ୍ଦ୍ରାପଡା ନୂଆବସଷ୍ଟାଣ୍ଡରେ ବିଶାଳ ହିନ୍ଦୁ ସମ୍ମିଳନୀ
କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡା ନଗର ମା’କାକଟମଙ୍ଗଳା ବସତି ପକ୍ଷରୁ କେନ୍ଦ୍ରାପଡା ତୁଳସୀବଜାର ନୂଆବସଷ୍ଟାଣ୍ଡ ପରିସରରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ପ୍ରାନ୍ତୀୟ ଅଧିକାରୀ ଗୈାତ୍ତମ ମହାରଣା ଏବଂ ପୂର୍ବତନ ପ୍ରଚାରକ ସର୍ବେଶ୍ୱର ମିଶ୍ର, ମୁଖ୍ୟବକ୍ତା ଭାବେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ହିନ୍ଦୁସମାଜକୁ ଏକତ୍ରିତ ହୋଇ ରହିବା ସହିତ ହିନ୍ଦୁଧର୍ମ ଓ ସଂସ୍କୃତିକୁ ବଜାୟ ରଖିବାକୁ ଯୁବପିଢୀକୁ ଆହ୍ୱାନ କରିଥିଲେ। ସଭା ପ୍ରାରମ୍ଭରେ ୧୦୮ହନୁମାନ ଚାଳିଷା ପାଠ…
- ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ
କେନ୍ଦ୍ରାପଡ଼ା,୨୩ା୧:ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଜାନଗରସ୍ଥିତ ନେତାଜୀ ମଡେଲ ଏମ.ଇ.ସ୍କୁଲରେ ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ୧୨୯ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା ସଂଗ୍ରାମୀ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ତଥା କଳ୍ପନା କ୍ରିଏଟିଭ କମ୍ୟୁନିକେସନର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟବୀତ…
- ଜାତୀୟ ସ୍ତରୀୟ ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟଉଦଘାଟିତ
କେନ୍ଦ୍ରାପଡା,୨୩ା୧: ଜାତୀୟ ସ୍ତରୀୟ ଷଷ୍ଠ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୈାରାଧ୍ୟକ୍ଷା ସରିତା ସାହୁ ଓ ବିଜେପି ନେତ୍ରୀ ଗିତାଞ୍ଜଳି…
- ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନେତାଜୀ ଜୟନ୍ତୀ
କେନ୍ଦ୍ରାପଡ଼ା,୨୩ା୧: ବାଲିଆସ୍ଥିତ ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ରାପଡା ସହର ଉପକଣ୍ଠ ସୁଜାନଗରସ୍ଥିତ ପ୍ରସନ୍ନ କୁମାର ବେହେରାଙ୍କ ବାସଭବନରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ଗୁରୁଜୀ ନିଳମଣି ସ୍ୱାଇଁ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଅଭିମନ୍ୟୁ କର ପୈାରହିତ୍ୟ କରିଥିଲେ। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।…
- ସାନମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ
ପଟ୍ଟାମୁଣ୍ଡାଇ ତା ୨୩/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନ ମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ପରିଚାଳନା ସମିତି କୋଷାଧ୍ୟକ୍ଷା ମନସ୍ମିତା ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସପ୍ତ ଶକ୍ତି ସମ୍ମିଳନୀରେ ପଦ୍ମନାଭ ସେବା ସଂସ୍ଥା ବାଳିକା ଉଚ୍ଚବିଦ୍ୟାଳୟ ସହକାରୀ ପ୍ରଧାନଶିକ୍ଷୟତ୍ରୀ ଅନିତା ସିଂ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ଭଲ ମଣିଷ କରି ତୋଳିବାରେ ମାଆ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ପିଲାମାନଙ୍କୁ ପ୍ରକୃତ…