- ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ୧୯୯୦ ବ୍ୟାଚ ବିଦ୍ୟାର୍ଥୀଙ୍କ ଗୁରୁ ପୂଜନ ଓ ବନ୍ଧୁମିଳନ
ପଟ୍ଟାମୁଣ୍ଡାଇ ତା୨୨/୩ ଧୋୟାଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡି ସାହି ଜୟହିନ୍ଦ ହାଇସ୍କୁଲର ୧୯୯୦ ମାଟ୍ରିକ ବ୍ୟାଚର ବିଦ୍ୟାର୍ଥୀଙ୍କ ପକ୍ଷରୁ ରବିବାର ଗୁରୁପୂଜନ ଓ ବନ୍ଧୁମିଳନ ସ୍କୁଲ ପରିସରରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ବେହେରା, ପୂର୍ବତନ ପ୍ରଧାନଶିକ୍ଷକ ରଞ୍ଜିତ କୁମାର ରାଉତ,ପ୍ରାକ୍ତନ ଶିକ୍ଷକ ଚତୃର୍ଭୁଜ ରାଉଳ, କେଦାର ଚନ୍ଦ୍ର ପ୍ରଧାନ, ସୁରେଶ ଚନ୍ଦ୍ର ନାୟକ, ଦୁଃଶାସନ ଜେନା ଓ ଭଗବାନ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେI…
- ଶୃଙ୍ଖଳା, ସମର୍ପଣ, ସଦାଚାର ପିଲାମାନଙ୍କୁ ଭଲ ମଣିଷ କରିଥାଏ
ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ଗ୍ଲୋରୀ ଫେଷ୍ଟ -୨୬ ପଟ୍ଟାମୁଣ୍ଡାଇ ତା୨୨/୩-ସାମ୍ପ୍ରତିକ ଅବକ୍ଷୟମୁଖୀ ସମାଜରେ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳା, ଶିକ୍ଷା ପ୍ରତି ସମର୍ପଣ ଭାବ ଓ ସଦାଚାର ବଜାୟ ରଖିଲେ ଜୀବନରେ ଭଲ ମଣିଷ ହେବା ସହିତ ସଫଳତା ହାସଲ କରିପାରିବେ ବୋଲି ଗତକାଲି ପଟ୍ଟାମୁଣ୍ଡାଇ ଅଂଚଳ ର ଅଗ୍ରଣୀ ଇଂରାଜୀ ମାଧ୍ୟମ ସ୍କୁଲ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ବାର୍ଷିକ ଉତ୍ସବ ଗ୍ଲୋରୀ ଫେଷ୍ଟ-୨୬ ଉପଲକ୍ଷେ ଆୟୋଜିତ ମନୋଜ୍ଞ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ବିଧାନସଭା…
- ଶ୍ରୀରାମ ଜନ୍ମୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ
ପଟ୍ଟାମୁଣ୍ଡାଇ ତା ୨୨/୩-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଶ୍ରୀରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମା ଧାନେଶ୍ୱରୀ ପୀଠସ୍ଥ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ଜନ୍ମୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨୩ ତାରିଖର ୨୮ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି I ୨୩ ତାରିଖରେ ଅଙ୍କୁରାରୋପଣ, ଜାଗ ମଣ୍ଡପ ପ୍ରତିଷ୍ଠା, ବାସ୍ତୁ ପୂଜା ୨୪ତାରିଖରେ କଳସ ଶୋଭାଯାତ୍ରା, ଶ୍ରୀ ଗୁରୁ ସୂର୍ଯ୍ୟ ଗୋମାତା ପୂଜା, ଅଗ୍ନି ସ୍ଥାପନ,…
- ପଟ୍ଟାମୁଣ୍ଡାଇରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ପଟ୍ଟାମୁଣ୍ଡାଇ ତା ୨୦/୩-ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା,ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ,ଖଣତା ସରପଞ୍ଚ ଅନିଲ ଲେଙ୍କା, ବାଛରା…
- ଡାଲମା ହଣ୍ଡାରେ ସାପ , ଲୋକେ ଆତଙ୍କିତ , ସ୍ୱାସ୍ଥ୍ୟକେନ୍ଦ୍ରରେ ଶତାଧିକ ଲୋକଙ୍କ ଭିଡ଼
ପଟ୍ଟାମୁଣ୍ଡାଇ ତା ୧୯/୩- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଛି । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସ୍ତୁତ प्रसाद ଡାଲମା ହଣ୍ଡାରେ ସାପ ଦେଖିବାକୁ ମିଳିଥିଲା । ଡାଲମା ଖାଇଥିବା ଲୋକମାନେ ଭୟଭୀତ ହୋଇପଡ଼ିଥିବା ବେଳେ ସାଧାରଣରେ ଆତଙ୍କ ଦେଖା ଦେଇଥିଲା । ବିଷାକ୍ତ ସାପ ପଡ଼ିଥିବା ଡାଲମା ଖାଇଥିବା ଶତାଧିକ ଲୋକ ଭୟ ଭୀତ ହୋଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିଡ଼ କରିଥିଲେ…
- ଏମଏନ ହାଇସ୍କୁଲ ୧୯୯୦ ବ୍ୟାଚ ବିଦ୍ୟାର୍ଥୀଙ୍କ ଗୁରୁ ପୂଜନ ବନ୍ଧୁ ମିଳନ
ପଟ୍ଟାମୁଣ୍ଡାଇ ୧୦/୩ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୯୦ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ରଞ୍ଜନ ନାୟକ ଏବଂ ଦେବାଶିଷ ଦାସଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଖଗେଶ୍ୱର ପରିଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ପରୀକ୍ଷିତ ରାୟ ସଂଯୁକ୍ତା କୁଣ୍ଡ, ବଳରାମ ବିଶ୍ୱାଳ, ରବୀନ୍ଦ୍ର ସାହୁ, ଚତୃର୍ଭୁଜ ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ…
- ଶ୍ରୀ ସ୍ୱୟଂପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଆଦର୍ଶ ବିବାହ ଆୟୋଜନ
ପଟ୍ଟାମୁଣ୍ଡାଇ ୧୦/୩ – ଓଡ଼ିଶା ସରକାର କନ୍ୟା ବିବାହ ଯୋଜନା ଅଧୀନରେ ବିବାହ ପାଇଁ ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି। ଏଥିନେଇ କନ୍ୟାକୁ ୫୧ ହଜାର ସହାୟତା ରାଶି ସିଧାସଳଖ ବ୍ୟାଙ୍କଖାତାକୁ ପ୍ରଦାନ କରାଯାଉଛି। ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ଏକ ସାମାଜିକ ଅନୁଷ୍ଠାନ ଶ୍ରୀ ସ୍ୱୟଂ ପ୍ରଭା ଗଣବିବାହ ସେବା ସମିତି ପକ୍ଷରୁ ଗରିବ ପୁଅ-ଝିଅଙ୍କ ବିବାହ ପାଇଁ ଆର୍ôଥକ ଓ ସାମଗ୍ରୀକ ସହାୟତା ପ୍ରଦାନ କରି ବିବାହ ଆୟୋଜନ, ଆର୍ôଥକ ସହାୟତା ଦେଇ ବର-କନ୍ୟାଙ୍କୁ ବିଦାୟୀ…
- ମଣ୍ଡିରେ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା,୧୦ା୩:ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦୨୫–୨୬ ଖରିଫ ବର୍ଷର ଧାନ ସଂଗ୍ରହ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମୋଟ ୧୬,୧୨,୦୦୦ କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ସୁଦ୍ଧା ୧୨, ୬୧, ୪୭୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାର ୩୭,୩୯୯ ଜଣ ଚାଷୀ ଧାନ ବିକ୍ରୟ କରିସାରିଛନ୍ତି। ଏହି…
- ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ଉନ୍ମୋଚନ
ପଟ୍ଟାମୁଣ୍ଡାଇ ୯/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ଅଡିଟୋରିୟମ ଭବନରେ କର୍ମକାଣ୍ଡ ନିପୁଣ ଓ କଳା ସହିତ୍ୟର ପୁରୋହିତ ଭିକାରୀ ଚରଣ ଦାସଙ୍କ ପୁରାଣ ଗଳ୍ପ ‘ରାତି ପାହିଲେ ନାରାୟଣ ମରିବେ’ ପୁସ୍ତକ ରବିବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଗାଳ୍ପିକା ଅବନ୍ତି ବେହେରାଙ୍କ ପୁସ୍ତକ ଅର୍ଗଳିରେ ବେକ ମଧ୍ୟ ଉନ୍ମୋଚିତ ହେବା ସହିତ ବାପା ଉପରେ ଆଧାରିତ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅବଶରପ୍ରାପ୍ତ ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ସଭାପତିତ୍ୱରେ…
- କେନ୍ଦ୍ରାପଡା ରଗବି ଫୁଟବଲ ଆସୋସିଏସନର ବଡ଼ ସଫଳତା
କେନ୍ଦ୍ରାପଡା ୯/୩- ଚଳିତ ବର୍ଷ ମାର୍ଚ୍ଚରେ ଭୂବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ରଗବି ସିନିଅର ଚାମ୍ପିୟନସିପ ୨୦୨୬ ରେ କେନ୍ଦ୍ରାପଡା ରଗବି ଫୁଟବଲ ଆସୋସିସନରୁ ମୋନାଲିସା ନାୟକ, ସିପା ସେଠି, ଶୁଭଲକ୍ଷ୍ମୀ ବାରିକ ତିନି ଜଣ ମହିଳା ଖେଳାଳୀ ସ୍ଥାନ ପାଇଛନ୍ତି। କେନ୍ଦ୍ରାପଡା ର ଅରୁଆକଦଳୀବଣ ସ୍ଥିତ ବାଳାଶ୍ରମ, ମାର୍ଶାଘାଇ ବାଲିକୁଦା, ପତ୍ରପୁର ଓ ପଟାମୁଣ୍ଡାଇ ଏମ ନ ହାଇସ୍କୁଲ ଠାରେ ପିଲାମାନେ ଆସୋସିଏସନ ତତ୍ୱାବଧାନରେ ଅଭ୍ୟାସ କରି ଆସୁଥିଲେ। କେନ୍ଦ୍ରାପଡା…