ପିଏମଶ୍ରୀ କୋରୋ ପଞ୍ଚାୟତ ହାଇସ୍କୁଲ ଛାତ୍ରୀଙ୍କ ଦେଶାତ୍ମବୋଧକ ସଂଗୀତରେ ମନ୍ତ୍ରମୁଗ୍ଧ ହେଲେ ଅତିଥି



କେନ୍ଦ୍ରାପଡ଼ା,୧ା୪:ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଉତ୍ସବରେ ଓଡିଶା ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନେ ବିମଳ ପ୍ରସାଦ ପରିଡାଙ୍କ ନିର୍ଦ୍ଦେଶନାରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଉପସ୍ଥିତ ଅତିଥିମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏହି ଉତ୍ସବରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ,ଜିଲ୍ଲାପାଳ ରଘୁରାମ ଆର.ଆୟର, ପୈାରାଧ୍ୟକ୍ଷା ସରିତା ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସମେତ ସମସ୍ତ ଅତିଥି ପିଲାମାନଙ୍କ ସୁଲଳିତ ସଂଗୀତ ଶୁଣି ବିଭୋର ହୋଇପଡିଥିବା ବେଳେ ସେମାନଙ୍କୁ ପ୍ରଶଂସା କରିଥିଲେ।


Leave a Reply

Your email address will not be published. Required fields are marked *