କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ


 


କେନ୍ଦ୍ରାପଡ଼ା,୧ା୪:କେନ୍ଦ୍ରାପଡାରେ ୯୧ତମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜଜାଙ୍ଗସ୍ଥିତ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡ୍‌ରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟ୍ଟାରିଆ ପ୍ରଥମେ ରାଜ୍ୟାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ ବାର୍ତ୍ତାକୁ ପାଠ କରିବା ପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିସହିତ ଗତ ୨୦୨୫ମସିହାରେ କେନ୍ଦ୍ରାପଡା ପୋଲିସ ଜିଲ୍ଲାର ଶ୍ରେଷ୍ଠ ପୋଲିସ ସବଇନିସପେକ୍ଟର ଦିପ୍ତିମୟୀ ରାଉତ, ଶ୍ରେଷ୍ଠ ଏ.ଏସ.ଆଇ. ମିନତୀ ରାଉଳ, ଶ୍ରେଷ୍ଠ ହାବିଲଦାର ଜିତେନ୍ଦ୍ର କୁମାର ଜେନା, ଶ୍ରେଷ୍ଠ ଓ.ଆର. କନେଷ୍ଟବଳ ଶୋଭାନ୍ତ କାନ୍ତ ଜେନା, ଶ୍ରେଷ୍ଠ ଏ.ପି.ଆର. କନେଷ୍ଟବଳ ସୁଜିତ କୁମାର ସାମଲ ଏବଂ ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ନିରଞ୍ଜନ ପଲାଇଙ୍କୁ ଆରକ୍ଷୀ ଅଧୀକ୍ଷକ ପୁରସ୍କୃତ କରିଥିଲେ। ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଏହି ପ୍ୟାରେଡକୁ ପରିଚାଳନା କରିଥିବାବେଳେ ସବଇନସପେକ୍ଟର ପୋଲିସ(ଆର୍ମଡ)ଅକ୍ଷୟ ଘଡେଇ ଏଥିରେ ତାଙ୍କୁ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭାତ ବିଶ୍ୱାଳ ଓ ସୁଧାକର ସାହୁ, ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡ, ଡିଏସପି ଲକ୍ଷ୍ମୀନାରାୟଣ ତିୱାରୀ, ଡିଏସପି ସରୋଜ ସାହୁ, ଡିଏସପି ସଶ୍ମିତା ସାହୁ, ସାଇବର ଥାନା ଭାରପ୍ରାପ୍ତ ଅଧିକାରୀ ଡିଏସପି ଗୋପିନାଥ ପ୍ରଧାନ, ସହକାରୀ କମାଣ୍ଡାଣ୍ଟ(ଗୃହରକ୍ଷୀ) ରାମକୃଷ୍ଣ ମହାନ୍ତି, ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ସଦରଥାନା ଅଧିକାରୀ ପଦ୍ମାଳୟା ପ୍ରଧାନ, ମୁଖ୍ୟାଳୟ ଇନସପେକ୍ଟର ଅରବିନ୍ଦସରଣ ମହାନ୍ତି,ସୈାମ୍ୟରଞ୍ଜନ ବିଶ୍ୱାଳ, ସାଇବର ଥାନା ଇନସପେକ୍ଟର ଦିଲ୍ଲିପ କୁମାର ସାହୁ, ଇନସପେକ୍ଟର ଧିରଜ ଲେଙ୍କା, ଇନସପେକ୍ଟର ସୈାମ୍ୟରଞ୍ଜନ ପାଣିଗ୍ରାହୀ, ଇନସପେକ୍ଟର ସୁଧାସ୍ମିତା ପୃଷ୍ଟି ଓ ଇନସପେକ୍ଟର କିଶୋର ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।


Leave a Reply

Your email address will not be published. Required fields are marked *