
କେନ୍ଦ୍ରାପଡ଼ା,୧ା୪:ଓଡ଼ିଶା ସରକାର ବିଧାନସଭା ସଦସ୍ୟ (ବିଧାୟକ) ଏବଂ ଅନ୍ୟାନ୍ୟ ଜନପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇବା ପାଇଁ ଅମଲାତନ୍ତ୍ର ଏବଂ ପୋଲିସ ଅଧିକାରୀମାନଙ୍କୁ ସେପ୍ଟେମ୍ବର୨୦୨୪ରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କଡା ନିର୍ଦ୍ଦେଶ ଦେବା ସହ ପ୍ରୋଟକଲ (ପୁସ୍ତକ ସର୍କୁଲାର ୪୭)ମାନିବାକୁ କହିଥିଲେ।ମାତ୍ର ଏହା କେନ୍ଦ୍ରାପଡା ଜିଲାର ଏକ କାର୍ଯ୍ୟକ୍ରମରେ ଉପେକ୍ଷା କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି ।

ପ୍ରକାଶ ଯେ କେନ୍ଦ୍ରାପଡା ଜିଲା ସଂସ୍କୃତି ଭବନରେ ଠାରେ ଆଜି ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଅତିଥି ଭାବରେ ଯୋଗଦେବାକୁ ଆସିଥିଲେ । ତାଙ୍କ ସହିତ ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଓ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମଧ୍ୟ ପୂର୍ବାହ୍ନ ସାଢେ ୧୦ଟାରେ ସଂସ୍କୃତିଭବନରେ ପହଚିଥିଲେ । ମାତ୍ର ସେଠାରେ ସେପରି ବ୍ୟବସ୍ଥା ହୋଇନଥିବା ବେଳେ ମଂଚ ସମ୍ମୁଖ ଆଗଧାଡି ଚେୟାରରେ ଭାଜପା ଦଳୀୟ କର୍ମକର୍ତ୍ତାଙ୍କ ଦ୍ୱାରା ସଂପୂର୍ଣ୍ଣ ପୁରଣ ଥିବାବେଳେ ପଛଧାଡି ଗୁଡିକ ମଧ୍ୟ ପୁରଣ ଥିଲା । ବିଧାୟକ ଶ୍ରୀ ବେହେରା ବାଧ୍ୟ ହୋଇ ମଞ୍ଚ ସମ୍ମୁଖ ବାମପାଶ୍ୱର୍ର ଷଷ୍ଠ ଧାଡିରେ ଯାଇ ବସିଲେ। ତାଙ୍କ ସହିତ ସେଠାରେ ପହଞ୍ଚିଥିବା ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଓ କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ ମଧ୍ୟ ସେହି ଷଷ୍ଠଧାଡିରେ ବିଧାୟକ ଶ୍ରୀ ବେହେରାଙ୍କ ନିକଟରେ ଯାଇ ବସିଲେ। ମୁଖ୍ୟଅତିଥି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ପ୍ରାୟ ୧୨ଟା ପରେ ପହଁଚିଥିଲେ । ପରେ ବିଧାୟକ ଶ୍ରୀ ବେହେରା ଓ ତାଙ୍କ ନିକଟରେ ବସିଥିବା ଅନ୍ୟ ଅତିଥିମାନେ ମଞ୍ଚାସୀନ ହୋଇଥିଲେ। ବିଧାୟକ ଓ ଅନ୍ୟ ଜନ ପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯିବାକୁ ରାଜ୍ୟ ସରକାର ପ୍ରୋଟକଲ (ପୁସ୍ତକ ସର୍କୁଲାର ୪୭)ଜାରି କରିଥିବା ବେଳେ ସେହି ସରକାରୀ ପ୍ରୋଟକଲ ଆଜି ସରକାରୀ କାର୍ଯ୍ୟକ୍ରମରେ ଭଙ୍ଗ ହୋଇଥିବା ଦେଖିବାକୁ ମିଳିଥିଲା।
ସାଂସଦ/ବିଧାୟକଙ୍କୁ ପ୍ରଶାସନିକ ବୈଠକ ଓ କାର୍ଯ୍ୟକ୍ରମରେ ସମ୍ମାନ ଓ ଗୁରୁତ୍ୱ ଦେବା- ଆଜ୍ଞଜୀବୀ ବିଦୂଭୂଷଣ ମହାପାତ୍ର

ଓଡ଼ିଶାରେ ବୁକ୍ ସର୍କୁଲାର-୪୭ହେଉଛି ସରକାରୀ ଅଧିକାରୀଙ୍କ ପାଇଁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶାବଳୀ । ଯାହା ନିର୍ବାଚିତ ଜନ ପ୍ରତିନିଧି (ସାଂସଦ/ବିଧାୟକ)ଙ୍କୁ ପ୍ରଶାସନିକ ବୈଠକ ଓ କାର୍ଯ୍ୟକ୍ରମରେ ସମ୍ମାନ ଓ ଗୁରୁତ୍ୱ ଦେବାକୁ ବାଧ୍ୟ କରେ । ଏହା ମୁଖ୍ୟତଃ ପ୍ରଶାସନ ଓ ନେତାଙ୍କ ମଧ୍ୟରେ ସମନ୍ୱୟ ଏବଂ ପ୍ରୋଟୋକଲ୍ ରକ୍ଷା ପାଇଁ ୨୦୦୨ ମସିହାରୁ ଲାଗୁ ହୋଇଛି ।କିନ୍ତୁ ଏହାକୁ ଗୁରୁତ୍ୱ ସହକାରେ ନେଥିଲେ ପ୍ରୀୟ ମୁଖ୍ୟାମନ୍ତ୍ରୀ ମୋହନ ଚରଣ ମାଝୀ ।ଅମଲାତନ୍ତ୍ରୀ ଅଧିକାରୀ ନିର୍ବାଚିତ ପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବାକୁ ସେପ୍ଟେମ୍ବର ୨, ୨୦୨୪ ଆଇଏଏସ୍ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଦେଖିବାକୁ ରହିଲା ଆଜିର ଘଟଣାରେ ସରକାର କି ପ୍ରକାର ପଦେକ୍ଷେପ ନେଉଛନ୍ତି ।
ସରକାରୀ ସ୍ତରୀୟ ବୈଠକ ଏବଂ କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକଙ୍କୁ ଉପଯୁକ୍ତ ଆସନ ପ୍ରଦାନ କରିବା-ସିପିଆଇ(ଏମ ) ଜିଲ୍ଲା ସମ୍ପାଦକ ଗୟାଧର ଧଳ

ବୁକ୍ ସର୍କୁଲାର-୪୭ର ମୁଖ୍ୟ ବିଷୟବସ୍ତୁ ସରକାରୀ ସ୍ତରୀୟ ବୈଠକ, ସମୀକ୍ଷା, ଏବଂ କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ କରିବା ଓ ଉପଯୁକ୍ତ ଆସନ ପ୍ରଦାନ କରିବା । ଜନ ପ୍ରତିନିଧିଙ୍କ ପରାମର୍ଶ ଓ ପତ୍ରକୁ ଅଧିକାରୀମାନେ ଅଣଦେଖା ନକରି ଗୁରୁତ୍ୱ ଦେବେ ।ନିୟମ ଉଲ୍ଲଂଘନ କଲେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି । ମାତ୍ର ଆଜିର ଘଟଣା ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ସେ ଦାବୀ କରଛନ୍ତି ।
ସର୍କୁଲାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚି- ନାରିନେତ୍ରୀ ଅବନ୍ତୀ ବେହେରା

ଏହି ସର୍କୁଲାର ନ ମାନିବାକୁ ନେଇ ବାରମ୍ବାର ବିଧାନସଭାରେ ତମ୍ବିତୋଫାନ ହୋଇଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ତାହା କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚି ସୃଷ୍ଠିକରିଛି ।ସରକାରୀ ଅଧିକାରୀମାନେ ବୁକ ସର୍କୁଲାର-୪୭କୁ ଖୋଲା ଉଲ୍ଲଙ୍ଘନ କରୁଛନ୍ତି । ସାଂସଦ ଓ ବିଧାୟକ ଚିଠି ଲେଖିଲେ ତାହା ଉପରେ ପଦକ୍ଷେପ ନେଉନାହାନ୍ତି କିମ୍ବା ପ୍ରାପ୍ତି ସ୍ବୀକାର ବି ଦେଉନାହାନ୍ତି ।









