
କେନ୍ଦ୍ରାପଡା୧୧/୫: ଚନ୍ଦନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତମାଳଶାସନ ସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କର ବାହାର ଚନ୍ଦନଯାତ୍ରା ୧୦/୦୫/୨୦୨୬ ସନ୍ଧ୍ୟା ସମୟରେ ଉଦ୍ଯାପିତ ହୋଇଯାଇଛି । ମ୍ୟାନେଜିଂ ଟ୍ରଷ୍ଟି ଇଂ ଦେବାଶୀଷ ମହାନ୍ତି, ତପନ ଦାସ, ଦୁର୍ଗାଶୀଷ ମହାନ୍ତି, ପ୍ରଶାନ୍ତ ବିଶ୍ୱାଳ, ରମାକାନ୍ତ ମଳିକ ସରପଞ୍ଚ ସମସ୍ତ ସେବାୟତମାନେ ଯୋଗଦାନ କରି ବାହାର ଚନ୍ଦନ ଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିଥିଲେ । ୧୧/୦୫/୨୦୨୬ ତାରିଖଠାରୁ ୨୯/୦୫/୨୦୨୬ ତାରିଖ ପର୍ଯ୍ୟନ୍ତ ଶ୍ରୀ ପଭୁଙ୍କର ଭିତର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଏହି ୨୧ଦିନ ଧରି ଚନ୍ଦନଯାତ୍ରାରେ ବିଧାୟକ ଗଣେଶ୍ୱର ବେହେରା ଯୋଗଦାନ କରିଥିଲେ । ବାହାର ଚନ୍ଦନଯାତ୍ରା ସମୟରେ ଆଖପାଖ ଅଞ୍ଚଳ ଓ ତମାଳଶାସନର ଗ୍ରାମବାସୀ ବୃନ୍ଦ ଏହି ଚନ୍ଦନଯାତ୍ରାକୁ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥିଲା । ୧୦/୦୫/୨୦୨୬ରେ ଶ୍ରୀ ଗୋପୀନାଥଜୀଉ ୨୧ଥର ଭଉଁରୀ ଯାତ୍ରାରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ସମସ୍ତ ବର୍ଗଙ୍କୁ ଉପଦେଶାତ୍ମକ ବାର୍ତ୍ତା ପ୍ରେରଣ କରାଯାଇଥିଲା । ଶ୍ରୀ ଦଧିବାମନଜୀଉ ରାମଲୀଳା ନାଟ୍ୟ ପରିଷଦ ପରିଚାଳକ ନାରାୟଣ ସୂତାର ରାମଲୀଳା ପ୍ରଦର୍ଶନ ସହିତ ଭଜନ ସମାରୋହରେ ଯୋଗଦେଇ ଭକ୍ତମାନଙ୍କୁ ଆକର୍ଷିତ କରିଥିଲେ । ସେବାୟତ ରାଜକିଶୋର ମିଶ୍ର, ରମାକାନ୍ତ ମିଶ୍ର, କ୍ଷମାନିଧି ମିଶ୍ର, ପ୍ରଦୀପ ମିଶ୍ର, ନୀଳମଣି ସୂତାର, ପ୍ରଣବ କୁମାର ମିଶ୍ର ପ୍ରମୁଖ ଚନ୍ଦନଯାତ୍ରାକୁ ପରିଚାଳନା କରିଥିଲେ ।














