

ପଟ୍ଟାମୁଣ୍ଡାଇ ୨୫/୭ -ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ରଥଯାତ୍ରାର ବାହୁଡ଼ା ପର୍ବ ପରେ ଶନିବାର ବଡ଼ ଏକାଦଶୀ ତିଥିରେ ଚତୁର୍ଦ୍ଧାମୂର୍ତି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ନୀତି ନିର୍ଘଂଟରେ ବଡ଼ଠାକୁର ବଳଭଦ୍ର, ଜଗତରନ୍ନାଥ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସୁନାବେଶରେ ସଜାଯାଇଛି। ପୋଖରିଆପଡା ପତିତପାବନ ମନ୍ଦିର ସମ୍ମୁଖରେ ଚତୁର୍ଦ୍ଧାମୂର୍ତିଙ୍କ ସୁନାବେଶ ଦେଖିବା ପାଇଁ ଶହଶହ ଭକ୍ତଙ୍କ ସମାବେଶ ଲାଗିରହିଛି ।
ବକ୍ତାରପୁରସ୍ଥିତ ମାଉସୀମା ମନ୍ଦିରରୁ ବାହୁଡାଯାତ୍ରାରେ ଆସିବା ପରେ ରଥ ପତିତପାବନ ମନ୍ଦିର ସମ୍ମୁଖରେ ଅଟକିଥିଲା । ବଡଏକାଦଶୀ ସକାଳୁ ପୂଜକ ଶ୍ରୀ ଜୀଉମାନଙ୍କ ମଙ୍ଗଳା ଆଳତୀ, ବାଳଧୂପ, ନୈବିଦ୍ୟ ଓ ସମସ୍ତ ନୀତିକାନ୍ତି ବୈଦିକ ରୀତିନୀତିରେ ସଂପନ୍ନ କରାଇଥିଲେ । ମଧ୍ୟାହ୍ନ ଧୂପ ପରେ ରଥ ଉପରେ ଶ୍ରୀ ଜୀଉମାନଙ୍କ ପହୁଡ ପଡିଥିଲା । ଅପରାହ୍ନ ୪ଟାପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ଇଂ ପ୍ରକାଶ ଦାଶ ସମ୍ପାଦକ ନରହରି ଲେଙ୍କା, ଇଂ ତ୍ରିଲୋଚନ ସୂତାର, ଶୁକଦେବ ସ୍ୱାଇଁ, ଇଶ୍ୱର ଲେଙ୍କା ପ୍ରମୁଖ ପତିତପାବନ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକ ସନ୍ତୋଷ କୁମାର ଦାଶ ଓ ଦଇତାପତି ସଂଘ ସଭାପତି ସୁଶୀଲ ପାଠୀ, ଦଇତାପତି ତପନ ବାରିକ, ସଞ୍ଜୟ ଦାଶ ସୁରଜ ନାୟକ, ଅଭିଜିତ ଦାଶ,ମନୀଷ ପଣ୍ଡା ମନୋରଞ୍ଜନ ପରିଡା, ପ୍ରସନ୍ନଜିତ ପଣ୍ଡା ପ୍ରମୁଖ ପୂଜାପାଠ ଓ ମନ୍ତଧ୍ୱନି ମଧ୍ୟରେ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ ।

Leave a Reply