ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା (AGEY) ଅନ୍ତର୍ଗତ ଗ୍ରାମୀଣ ପରିବହନ ଗାଡ଼ିର ଶୁଭାରମ୍ଭ


 

କେନ୍ଦ୍ରାପଡ଼ା/ମହାକାଳପଡ଼ା , ୨୫.୦୭.୨୦୨୬ : ଓଡ଼ିଶା ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା (AGEY) ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଏକ ଗ୍ରାମୀଣ ପରିବହନ ଗାଡ଼ିର ଶୁଭାରମ୍ଭ ଆଜି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼ି ପଞ୍ଚାୟତର ରଥଦାଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମହାକାଳପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ ପତାକା ଦେଖାଇ ଏହି ଗାଡ଼ିର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମୀରାରାଣୀ ମହାନ୍ତି, ଓଡ଼ିଶା ଜୀବିକା ମିଶନର ଅଧିକାରୀ ଶ୍ରୀ ପ୍ରଶାନ୍ତ ପାଢ଼ୀ, ମିଶନ ଶକ୍ତିର ଅଧିକାରୀମାନଙ୍କ ସମେତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ (CSS) ଓ ଏକ୍ସିକ୍ୟୁଟିଭ କମିଟି (EC)ର ସଦସ୍ୟାମାନେ ଉପସ୍ଥିତ ଥିଲେ।
ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା ଗ୍ରାମାଞ୍ଚଳରେ ସୁଲଭ ଓ ନିର୍ଭରଯୋଗ୍ୟ ପରିବହନ ସେବା ଯୋଗାଇବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରୁଛି। ଏହି ପଦକ୍ଷେପ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ଆହୁରି ଗତିଶୀଳ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ।


Be the first to comment

Leave a Reply

Your email address will not be published.