

କେନ୍ଦ୍ରାପଡା ୩୦/୭: କେନ୍ଦ୍ରାପଡା ଜିଲ୍ଲାର ବ୍ରାହ୍ମଣ ମହାସଂଘ ଓ ସଂସ୍କୃତି ଭାରତୀ, କେନ୍ଦ୍ରାପଡାଶାଖାର ମିଳିତ ଆନୁକ୍ୟୁଲ୍ୟରେ ପୈାରାଞ୍ଚଳା ଅନ୍ତର୍ଗତ ମା ସାନମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ପଣ୍ଡିତ ହରିହର ଶତପଥୀଙ୍କ ବେଦପାଠରେ ମହାସଂଘର ଉପସଭାପତି ରବିନ୍ଦ୍ର ନାଥ ରଥଙ୍କ ପୈାରୋହିତ୍ୟରେ ମହର୍ଷି ବ୍ୟାସଦେବଙ୍କ ଜୟନ୍ତୀ ପାଳୀତ ହୋଇଅଛି । ମହାସଂଘର ସଙ୍ଗଠନ ସମ୍ପାଦକ ପଣ୍ଡିତ ତପନ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମହାସଂଘର ସମ୍ପାଦକ ତଥା ସଂସ୍କୃତ ଭାରତୀର, କେନ୍ଦ୍ରାପଡା ଶାଖା ସଂଯୋଜକ ପଣ୍ଡିତ ହରେକୃଷ୍ଣ ପତି ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁନାମଧନ୍ୟ ପ୍ରବଚକ ପଣ୍ଡିତ ଦାମୋଦର ରାଉତ ମୁଖ୍ୟ ବକ୍ତାଭାବରେ ଯୋଗଦାନ କରି ମହର୍ଷି ବ୍ୟାସ ଦେବଙ୍କର ମାନବ ସମାଜକୁ ଅବଦାନ ବିଷୟରେ ସଂସ୍କୃତ ମହାଭାରତ ଓ ଭାଗବତରୁ ଆଲୋଚନା କରିଥିଲେ । ପୈାରାଞ୍ଚଳ ସଭାପତି ପଣ୍ଡିତ ମାଧବ ଚନ୍ଦ୍ର ପତ୍ରୀ, ମହନ୍ତ ଶଚ୍ଚିଦାନନ୍ଦ ଗୋସ୍ୱାମୀ ମହାରାଜ, ମିଡିଆ ସମ୍ପାଦକନୃସିଂହ ଚରଣ ତ୍ରୀପାଠୀ, ନିତ୍ୟାନନ୍ଦ ସୂଆର, ପଣ୍ଡିତ କୁଳମଣି ପଣ୍ଡା ପ୍ରମୁଖ ମହର୍ଷି ବ୍ୟାସଦେବଙ୍କ ରଚିତ ସଂସ୍କୃତ ଗ୍ରନ୍ଥମାନଙ୍କରୁ ବିଭିନ୍ନ ମାନବ କଲ୍ୟାଣ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ । ସଂଯୋଜକ ଦୀପକ ପାଢୀ ସଭାପରିଚାଳନ କରିଥିବା ବେଳେ ପୈାରାଞ୍ଚାଳ ସମ୍ପାଦକ ଆଇନଜୀବୀ ଦେବ ପ୍ରସାଦ ସାମନ୍ତରାୟ ପଣ୍ଡିତ ନୃସିଂହ ପତି, ଶିକ୍ଷାବିତ୍ ରାମଚନ୍ଦ୍ର ପତି, ବ୍ଲକ ସଭାପତି ଜଗବନ୍ଧୁ କର,ଶିକ୍ଷାବିତ୍ପ୍ରଦୀପ କୁମାର ତ୍ରୀପାଠୀ, ଯୁବବାହିନୀ ସଭ୍ୟ ଭୁବନ ମୋହନ କର, ଗିରିଜା ଶଙ୍କର ଷଡଙ୍ଗୀ ପ୍ରଭୃତି ଯୋଗଦାନ କରିଥିଲେ । ପୈାରାଞ୍ଚଳର ଉପସଭାପତି ପଣ୍ଡିତ ରବି ନାରାୟଣ ଶତପଥୀ ଶାନ୍ତିପାଠ କରିଥିଲେ ଓ ଶିକ୍ଷାବିତ୍ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply