ମଠମନ୍ଦିରର ସଂସ୍କୃତିକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱରୋପ


ମନ୍ଦିର ପରିଚାଳନା ଟ୍ରଷ୍ଟି ଓ ସେବକ ପ୍ରତିନିଧିଙ୍କ ବୈଠକ


ଡେରାବିଶ, ୩୦ା୦୭ -ଗାଁର ସଂସ୍କୃତି ଓ ଆଧ୍ୟାତ୍ମିକ ପରିବେଶକୁ ସମୃଦ୍ଧ କରିଥିଲା ଗାଁରେଥିବା ବିଭିନ୍ନ ମଠ ଓ ମନ୍ଦିର ସନ୍ଧ୍ୟା ଆଳତୀ ହେଉ ବା ପୂଜା ପାର୍ବଣରେ ଗାଁ ମଧ୍ୟରେ ଥିବା ଦେବାଳୟ ଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସମ୍ପୃକ୍ତ ଗ୍ରାମବାସୀଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭକ୍ତିମୟ କରିଥିଲା । ତେବେ ମଠ ମନ୍ଦିରର ପରମ୍ପରାକୁ ସୁଦୃଢ଼ କରିବା ଓ ସୁରକ୍ଷିତ ରଖିବା ପାଇଁ ଗୁରୁବାର ଡେରାବିଶ ବ୍ଳକ ଅଧୀନ କୁଶିଆପାଳ ପଂଚାୟତ ବାଲିପାଟଣା ସ୍ଥିତ ପରମାରାଧ୍ୟ ଶ୍ରୀ ଲକ୍ଷମନଜୀଉଙ୍କ ବେଢ଼ାରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଅଂଚଳରେ ଥିବା ମଠମନ୍ଦିରର ପରିଚାଳନା ଟ୍ରଷ୍ଟିର କର୍ମକର୍ତା ଓ ସେବକ ପ୍ରତିନିଧିମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଓଲଢ଼ି ମଠର ପରିଚାଳନା ଟ୍ରଷ୍ଟି ହଳଧର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ମଠ ମନ୍ଦିରର ପ୍ରତିନିଧିମାନେ ଯୋଗଦେଇ ଉପରୋକ୍ତ ବିଷୟ ଉପରେ ଗୁରୁତ୍ୱଆରୋପ କରିଥିଲେ । ତେବେ ଆଗାମୀ ଦିନରେ ମଠ ମନ୍ଦିରର ସମସ୍ତ ନୀତିକାନ୍ତି, ପୂଜା ପାର୍ବଣର ପରିଚାଳନା ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ଦେବୋତର ବିଭାଗ ଅଧିନରେ ଥିବା ବିଭିନ୍ନ ମଠମନ୍ଦିର ପ୍ରତି ବିଭାଗୀୟ କତୃପକ୍ଷଙ୍କ ଅଣଦେଖା ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ମଠମନ୍ଦିର ସୁରକ୍ଷା ପରିଷଦ ଗଠନ କରିବା ପାଇଁ ଆଗାମୀ ଅଗଷ୍ଟ ୩୦ ତାରିଖରେ ଆଉ ଏକ ବୈଠକ କରାଯିବାକୁ ବୈଠକରେ ସବସମ୍ମତି ନିଷ୍ପତି ନିଆଯାଇଥିବା ବେଳେ ଆଜିର ବୈଠକରେ ଜିଲ୍ଲାର ଯେଉଁ ମଠମନ୍ଦିରର ପ୍ରତିନିଧିମାନେ ଯୋଗଦେଇ ନାହାଁନ୍ତି ସେମାନଙ୍କୁ ଯୋଗାଯୋଗ କରାଯାଇ ପରବର୍ତୀ ବୈଠକକୁ ଆମନ୍ତ୍ରଣ ପାଇଁ ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଥିଲା । ନୃସିଂହ ଚରଣ ପାତ୍ର, ବିପଦଭଞ୍ଜନ ଦାସ, ପ୍ରଫୁଲ୍ଲ କୁମାର ନାୟକ, କୈଳାସ ଚନ୍ଦ୍ର ପାତ୍ର, ଅକ୍ଷୟ କୁମାର ପାତ୍ରମୃଣାଳ କୁମାର ନାୟକ, କ୍ଷିରୋଦ ଚନ୍ଦ୍ର ନାୟକ, ବାସୁଦେବ ପାଣି, ଦୟାନିଧି ଦାସ, ନିରଞ୍ଜନ ଷଢ଼ଙ୍ଗୀ, ରାଜେନ୍ଦ୍ର ଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ଠାକୁରବାଡ଼ି ସେବକ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Be the first to comment

Leave a Reply

Your email address will not be published.