ବୋଇତ ବନ୍ଦାଣ,ବାଲିଯାତ୍ରା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ


ପଟ୍ଟାମୁଣ୍ଡାଇ ୧୪/୧୧ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଉତ୍ସବ ପାଳନ କରାଯିବ। ଏହି ଉତ୍ସବକୁ ସଫଳ କରିବା ନିମନ୍ତେ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବିକାଶ ପରିଷଦର ସଭାପତି ତଥା କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍କୁଲ ଓ କଲେଜର ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ବୁଦ୍ଧିଜୀବୀ, ସାମାଜିକକର୍ମୀ, ବଣୀକସଂଘ, ବରିଷ୍ଠନାଗରିକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ବହୁମୂଲ୍ୟ ଆଲୋଚନାରେ ଭାଗ ନେଇଥିଲେ। ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବିବରଣୀ ପାଠ କରି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତବର୍ଷ ୧୫ ତମ ବୋଇତ ବନ୍ଦାଣ ଉତ୍ସବ ସହ ପ୍ରଥମ ଥର ପାଇଁ ବାଲିଯାତ୍ରା ଉତ୍ସବ ଧୁମଧାମରେ ପାଳନ କରାଯିବ । ପଟ୍ଟାମୁଣ୍ଡାଇର ସବୁବର୍ଗର ଲୋକମାନେ ସାମିଲ ହେବାକୁ ସେ ନିବେଦନ କରିଥିଲେ । ଏହି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୌରଅଧ୍ୟକ୍ଷ ହେମନ୍ତ ସାହୁ, ଏସଡିପିଓ ସୁକାନ୍ତ ପାତ୍ର, ପୂର୍ତ ବିଭାଗର ଏସଡିଓ ସତ୍ୟବ୍ରତ ପଣ୍ଡା ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ସୁଦାମ ସାହୁ, ସ୍ୱାସ୍ଥ୍ୟ ବିଭାଗର ନୃସଂହ ଦାସ ପ୍ରମୁଖ ଯୋଗଦେଇ ଉତ୍ସବର ସଫଳତା ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶାର ପ୍ରାଚୀନ ଗୌରବମୟ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଏକ ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା। ଏଥିରେ ପ୍ରଫେସର ରମେଶ ଜେନା ପତ୍ରପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଆରାଧନା ଦାଶ ଆଡ଼ଭୋକେଟ ପ୍ରମୋଦ ସାହୁ ଶିକ୍ଷକନେତା ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଶିକ୍ଷାବିତ ସୁରେଶ ଜେନ. କବି ସଚିତ୍ର ବେହୁରା, ବରିଷ୍ଠ ନାଗରିକ ଅବଶରପ୍ରାପ୍ତ ପ୍ରଧାନ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ପ୍ରଫେସର ମନୋଜ ପରିଡ. ପରିବେଶ ବିତ ବିଜୟ କବ,ି ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱା. ଶିକ୍ଷାବିତ ରାଜ କୁମାର ବିଶ୍ୱାଳ, ନୃସିଂହ ପ୍ରସାଦ ଚୌଧୁର. ବିଜୟ ସାହ, ଇଂ ତପନ ପା.୍ର ଶିକ୍ଷୟତ୍ରୀ ଅନିତା ଧଳ, ଏନ ସି ସି ଶିକ୍ଷକ ସରୋଜ ସ୍ୱା.ଁ ବାରେଣୀ ସେଠୀ କବି ଗୌରାଙ୍ଗ ମହାନ୍ତି ଶିକ୍ଷକ ଅଶୋକ ଦାଶ, ଆନନ୍ଦ ମହାପାତ. କଳ୍ପତରୁ ମଲିକ ନବ କିଶୋର ପଣ୍ଡା, ହାଡିବନ୍ଧୁ ନାୟ. ଶରତ ବିଶ୍ୱାଳ, ଚନ୍ଦନ ପାତ୍ର, ଗୋବିନ୍ଦ ସେଠ. ମଳୟ ମଲିକ,ଦିଲ୍ଲୀପ ମଲି ପ୍ରମୁଖ ଯୋଗ ବୋଇତ ବନ୍ଦାଣ ଓ ବାଲି ଯାତ୍ରା ଉତ୍ସବକୁ ସରସ ସୁନ୍ଦର କରି ଆୟୋଜନ କରିବା ପାଇଁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଏହି ବାଲିଯାତ୍ର ଉତ୍ସବକୁ କିପରି ଅଧିକ ଆକର୍ଷଣୀୟ, ଶୃଙ୍ଖଳିତ ଏବଂ ଜନସମାଗମପୂର୍ଣ୍ଣ କରାଯାଇପାରିବ, ସେନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ଉପତ୍ୟକା ପ୍ରତିକା ପ୍ରକାଶ ପାଇଁ ନଷ୍ପତି ନିଆଯାଇଥିଲା। ସମସ୍ତଙ୍କ ସହଯୋଗ କ୍ରମେ ଏହି ଉତ୍ସବକୁ ଏକ ସ୍ମରଣୀୟ କାର୍ଯ୍ୟକ୍ରମରେ ପରିଣତ କରାଯିବ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପି ନିଆଯାଇଥିଲା।
