କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଉଦ୍ଯାପିତ, ୫ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଓ ଜନସାଧାରଣ ସାମିଲ


କେନ୍ଦ୍ରାପଡ଼ା,୧୭ା୧୧: କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମଙ୍ଗଳବାର ଗରାପୁରସ୍ଥିତ ବିଜେଡି କାର୍ଯ୍ୟାଳୟ ନିକଟରୁ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଏହି ବିଶାଳ ଜନସମ୍ପର୍କ ପଦଯାତ୍ରା ବାହାରିଥିଲା। ପଦଯାତ୍ରାଟି ତିନିମୁହାଣି ଛକ ଦେଇ ନୂଆ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ପଦଯାତ୍ରା ନୂଆ ବସଷ୍ଟାଣ୍ଡରୁ ବାହାରି କାକଟ, ବଡ଼ହାଟ, ପୁରୁଣା ବସଷ୍ଟାଣ୍ଡ, ମଢ଼ିଆଳ, ବଳଗଣ୍ଡି ଓ ସାନ୍ତସାହି ଛକ ପରିକ୍ରମା କରିଥିଲା। ସେଠାରୁ କେନାଲ ବନ୍ଧ ରାସ୍ତା ଦେଇ ପଦଯାତ୍ରାଟି କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ପରିସରରେ ପହଞ୍ଚିଥିଲା।ପଞ୍ଚାୟତ ସମିତି ପରିସରରେ ଆୟୋଜିତ ସଭାରେ ବିଧାୟକ ଗଣେଶ୍ୱର ବେହେରା ଉପସ୍ଥିତ ଦଳୀୟ କର୍ମକର୍ତ୍ତା, କର୍ମୀ ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ସେ ବିଗତ ନବୀନ ସରକାରଙ୍କ ସଫଳତାର ଗାଥା ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ ସାଧାରଣ ଜନତା କିଭଳି ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି, ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଏଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ଆଜି ଉଦ୍ଯାପିତ ହୋଇଯାଇଛି। ଏହି ପଦଯାତ୍ରାରେ ୨ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କ ସମେତ ୫ ହଜାରରୁ ଊର୍ଦ୍ଧ୍ୱ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ର ଅଧୀନ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ପୌର କାଉନସିଲର, ଦଳୀୟ କର୍ମକର୍ତ୍ତା, କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ। ପଦଯାତ୍ରାରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ପୈାରାଧ୍ୟକ୍ଷା ସରିତା ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳ, ଯୁବ ସଭାପତି ରାଜେଶ ଦାସ, ଛାତ୍ର ସଭାପତି ସାହେବ ସାହିଲ ରାଉତ, ରଞ୍ଜିତ ସାହୁ, ଯୁବନେତା ରାଜେଶ ପଣ୍ଡା, ପ୍ରଦୀପ କୁମାର ମହାନ୍ତି, ଦୁର୍ଗାଶିଷ ମହାନ୍ତି, ରବି ସାମଲ, ଯଯାତିକେଶରୀ ମହାନ୍ତି, ରୋସ୍ôନା ସାହୁ, ନିର୍ମଳା ମହାନ୍ତି, ରଶ୍ମୀରଞ୍ଜନ ରାଉତ, ପ୍ରିୟଦର୍ଶିନୀ ତରାଇ, ମଧୁଛନ୍ଦା ମହାନ୍ତି, ପ୍ରତାପ ନାରାୟଣ ମହାପାତ୍ର,କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା, ଉମେଶ ନାୟକ, ରଶ୍ମିତା ସିଂ, ରମେଶ ଦାସ, ପ୍ରଦୀପ ନାୟକ, ପ୍ରଭାଶିଷ ପଣ୍ଡା, ସେକ ଅସଲମ, ସେକ ରହେମତ୍,ସେକ ଚନ୍ଦନ, ହିବଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, ତୁଳସୀ ହେମ୍ବ୍ରମ, ନିରାକାର ସ୍ୱାଇଁ, ପୁଷ୍ପଲତା ବେହେରା, ପ୍ରଦ୍ୟୁମ୍ନ ଜେନା, ପ୍ରଭାତ ଉଡାନସିଂ, ଲୋହିତ ମହାନ୍ତି, ସୁଶାନ୍ତ ଦାସ, ଶାରଦା ରାଉତ, ସବିର ହୋସେନ, ସେକ ଇମ୍ରାନ, ମହେନ୍ଦ୍ର ମିଶ୍ର, ମୋହନ ଆଚାର୍ଯ୍ୟ, ଆଲୋକ ସାହୁ, ଭକ୍ତିମୟୀ କର, ସୁମିତ୍ରା ପାଢୀ, ସ୍ୱୟଂପ୍ରଭା କର,ଲୋପାମୁଦ୍ରା ବାରିକ, ଅଭିଶେକ ବିଶ୍ୱାଳ, ଜ୍ୟୋତିରଞ୍ଜନ ପ୍ରଧାନ, ଧନେଶ୍ୱର ପ୍ରଧାନ, ବୃନ୍ଦାବନ ମଲ୍ଲିକ, କେଦାର ଚନ୍ଦ୍ର ବିଶ୍ୱାଳ, ଜାନକୀବଲ୍ଲଭ ବିଶ୍ୱାଳ, ନିରଞ୍ଜନ ବାରିକ, ରଶ୍ମୀକାନ୍ତ ବେହେରା, ରାମଚନ୍ଦ୍ର ସେଠୀ, ଅଭୟ ସ୍ୱାଇଁ, ଚନ୍ଦନ ସାହୁ, ଦେବବ୍ରତ ନାୟକ, ଦେବାଶିଷ ଦାସ, ପୀତବାସ ବେହେରା, ଶରତ ବେହୁରା, ରାଜଲକ୍ଷ୍ମୀ ବେହେରା, ସଂଗମ ସାମଲ, ବିଜୟ ମଣ୍ଡଳ, ମାନସ ଦାସ, ମୃତ୍ୟୁଞ୍ଜୟ ମହାନ୍ତି, ବିକ୍ରମ ମହାପାତ୍ର, ଦେବାଶିଷ ସ୍ୱାଇଁ, ଜିନତପ୍ରିୟଦର୍ଶିନୀ ରାଉତ, ପ୍ରଣତୀ ବେହେରା, ରମାକାନ୍ତ ରାଉତ, ନିରଞ୍ଜନ ନାୟକ, ଚିତ୍ତରଞ୍ଜନ ପୃଷ୍ଟି, ସମ୍ବିତ ଶ୍ରୀଚନ୍ଦନ, ପ୍ରମୋଦ ଲେଙ୍କା, ମାନସ ପରିଡା, ରାଜେଶ ମହାନ୍ତି, ରଞ୍ଜନ ସାହୁ, ନାରାୟଣ ପରିଡା, ଲକ୍ଷ୍ମୀଧର ପଲେଇ, ମୀର ମୁର୍ଶିଦ୍ଦ, ସଞ୍ଜୟ ଲେଙ୍କା ପ୍ରମୁଖ ୫ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମକର୍ତ୍ତା, କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ।
