ବାତ୍ୟା ଅର୍ଣ୍ଣବ ପରେ ଆକଭାନ , ଲୋକେ ଆତଙ୍କିତ!

0
dhana phasala ajira barshare shoi padichhi


ପ୍ରଶାସନ ଜାଗତିଆର, ବାତ୍ୟା ଆଶ୍ରୟସ୍ଥଳ ବୁଲିଲେ ଜିଲ୍ଲାପାଳ
୧୯, ୨୦, ୨୧ ସ୍କୁଲ ଛୁଟି
ବ୍ୟାପକ ଫସଲ ହାନି ଆଶଙ୍କାରେ ଚାଷୀ ଚିନ୍ତିତ
ଦରଦାମ ଆକାଶଛୁଆଁ


ପଟ୍ଟାମୁଣ୍ଡାଇ ତା ୧୯/୧୧- ବାତ୍ୟାର ଭଉଁରୀ ମଧ୍ୟରେ ପଡି ଯାଇଛି ଓଡିଶା ଓ ପ୍ରତି ବର୍ଷ ସର୍ବ ନିମ୍ନ ୧/୨ଟି ବାତ୍ୟା ହେବା ଥୟ । ଚଳିତବର୍ଷ ବାତ୍ୟା ଅର୍ଣ୍ଣବ ଭଳି ଗୋଟିଏ ଦୁଇଟି ବାତ୍ୟା ଓଡିଶା ଦେଖିଲା ପରେ ବାତ୍ୟା ଆକଭାନ ଓଡିଶା ମୁଁହା ହୋଇଛି । ଯଦିଓ ଅର୍ଣ୍ଣବ ଓ ଅନ୍ୟ ବାତ୍ୟା ଗୁଡିକର ଓଡିଶା ଉପରେ ଏତେଟା ପ୍ରଭାବ ପକାଇ ପାରିନାହିଁ କିନ୍ତୁ ଦକ୍ଷିଣ ଓଡିଶାରେ କ୍ଷତି ସହ ଭୟା୍ୱହ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ଚଳିତ ବାତ୍ୟା ଆକଭାନ ଉଭୟ ଦକ୍ଷିଣ ଓଡିଶା ସହିତ ଉପକୁଳ ଓଡିଶା ସମେତ ଓଡିଶାର ପ୍ରାୟ ୨୦ଜିଲ୍ଲାରେ ଅଳ୍ପ ବହୁତ ପ୍ରଭାବ ପକାଇବ । ବାତ୍ୟା ଅର୍ଣ୍ଣବରୁ ଠାରୁ ଆରମ୍ଭ କରି ଛୋଟ ମୋଟ ବାତ୍ୟାରୁ ଅଳ୍ପକେ ବର୍ତି ଯାଇଥିବା କେନ୍ଦ୍ରାପଡାବାସୀ ବାତ୍ୟା ଆକଭାନ ଆଗମନରେ ଆତଙ୍କିତ ହୋଇପଡିଛନ୍ତି । ଏହି ବାତ୍ୟାଟି ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ସ୍ଥଳ ଭାଗ ଛୁଇଁବା ନେଇ ବିଭିନ୍ନ ପାଣିପାଗ ମଡେଲ ସ୍ପଷ୍ଟ କରିଥିବାରୁ ଦକ୍ଷିଣ ଓଡିଶା ସମେତ ଉପକୁଳ ଜିଲ୍ଲାରେ ଏହାର ଗୁରୁତର ପ୍ରଭାବ ପଡିବା ଆଶଙ୍କା କରାଯାଉଛି । ଯାହା ଫଳରେ କେନ୍ଦ୍ରାପଡାବାସୀ ବାତ୍ୟା ଭୟରେ ଆତଙ୍କିତ ହୋଇ ଆଶା ଆଶଙ୍କା ମଧ୍ୟରେ ଜୀବନ ବିତାଉଛନ୍ତି । 
ରାଜ୍ୟ ସରକାରନ୍ମ ନିର୍ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ାରେ ଡେରା ପକାଇ ବାତ୍ୟା ମୁକାବିଲା ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛନ୍ତି । ପଟ୍ଟାମୁଣ୍ଡାଇରେ ବାତ୍ୟା ଆକଭାନ ମୁକାବିଲା ପାଇଁ ପ୍ରଶାସନ ଜାଗତିଆର ହୋଇପଡିଛି । ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର,ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ, ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବିଡ଼ିଓ ଶୀତଲ ଅଗ୍ରୱାଲ ପଟ୍ଟାମୁଣ୍ଡାଇ ବ୍ଲକର ଶଙ୍ଖପୁର କୋରିଆପଲ୍ଲା ବଡ଼ମୂଳବସନ୍ତ ଆଦି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଖାଲୁଆ ଓ ଅସୁରକ୍ଷିତ ଅବସ୍ଥାରେ ଥିବା ୬, ୫୦୦ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ସ୍କୁଲ ଘର ଅଙ୍ଗନବାଡି ଗୃହରେ ଆଶ୍ରୟ ଦିଆଯାଇ ସକାଳେ ଜଳଖିଆ ମଧ୍ୟାହ୍ନ ଓ ରାତିରେ ମିଲ ବ୍ୟବସ୍ଥା କରାଯାଇଛି । ପ୍ରବଳ ବର୍ଷା ପବନ ଆଶଙ୍କା ଥିବାରୁ ଖାଲୁଆ ଓ ଅସୁରକ୍ଷିତ ଥିବା ଅନ୍ୟାନ୍ୟ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଉଛି । ବାତ୍ୟାର ସଫଳମୁକାବିଲା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ୧୯, ୨୦, ୨୧ ତାରିଖ ୩ଦିନ ପଟ୍ଟାମୁଣ୍ଡାଇ ଅଂଚଳର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଓ ଚଳିତ ବର୍ଷ ଚରମ ପ୍ରାକୃତିକ ବିପର୍ଯୟ ଦେଖାଦେଇଛି । ବାରମ୍ବାର ବର୍ଷା ବିତ୍ପାତ ଓ ବନ୍ୟା ତାଣ୍ଡବ ପରେ ବାତ୍ୟା ଲାଗି ରହିଛି । ବାରମ୍ବାର ବର୍ଷା ଓ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଂଚାୟତ ଓ ପୌର ପରିଷଦର ୨୦ଟି ୱାର୍ଡର ହଜାର ହଜାର ଏକର ଜମିର ଧାନ ଓ ପନି ପରିବା ଫସଲ ସମୂଳେ ନଷ୍ଟ ହେବା ଫଳରେ ଚାଷୀ ସର୍ବସ୍ୱାନ୍ତ ହୋଇଛି । ବହୁ ଆଶା ଭରସା ଓ କରଜ ଦାମ କରି ରବି ଫସଲ କରିଥିବା ଚାଷୀ ମାନେ ବାତ୍ୟା ଆଶଙ୍କାରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାଳମୁଣ୍ଡି ପୋକ ଯୋଗୁଁ ବିରି ଫସଲ ନଷ୍ଟ ହୋଇଥିବାବେଳେ ବାତ୍ୟାରେ ଧାନ ଓ ପନିପରିବା ଫସଲହାନିର ନିଶ୍ଚିତ ସମ୍ଭାବନା ଦେଖାଦେଇଛି । ପ୍ରଶାସନ ପକ୍ଷରୁ ବାତ୍ୟାକୁ ନେଇ ସତର୍କ ଓ ନିରାପଦ ରହିବା ପାଇଁ ପ୍ରଚାର ଯୋଗୁଁ ଗରିବ ଶ୍ରେଣୀର ମୁଲିଆ ଓ ଦିନ ମଜୁରିଆମାନେ କାମ ଧନ୍ଦାକୁ ନଯାଇ ଭୋକ ଉପାସରେ ଘରେ ରହିଛନ୍ତି । ବାତ୍ୟା ଆକଭାନର ସଫଳ ମୁକାବିଲା ପାଇଁ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତିରୁ ରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । ପୌରାଞ୍ଚଳର ଖାଲୁଆ ଓ ଅସୁରକ୍ଷିତ ସ୍ଥାନରେ ଥିବା ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଓ ପୌର ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାଶ ପଟ୍ଟାମୁଣ୍ଡାଇ ସହର ସମେତ ପୌର ପରିଷଦର ୨୦ଟି ୱାର୍ଡ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ଆକଭାନ ଆଗମନ ନେଇ ପ୍ରଚାର ହେବା ପରେ ପଟ୍ଟାମୁଣ୍ଡାଇ ସହରରେ ଦରଦାମ ଆକାଶଛୁଆଁ ହୋଇଛି । ଡାଲି ଚାଉଳ ତେଲ ଲୁଣ ଚୁଡା ଆଳୁ ପିଆଜ ଆଦି ରାସନ ଦର ହୁ ହୁ ହୋଇ ବଢ଼ି ଚାଲିଛି । କାର୍ତିକ ମାସରେ ପରିବା ଦର ଆକାଶଛୁଆଁ ହୋଇଛି । ବାତ୍ୟା ଭୟରେ ଲୋକମାନେ ବହୁଳ ପରିମାଣରେ ରାସନ ସାମଗ୍ରୀ କିଣିବା ପାଇଁ ଦୋକାନ ମାନଙ୍କରେ ଭିଡ଼ ଜମାଉଛନ୍ତି । କିଛି ଅସାଧୁ କଳା ବ୍ୟବସାୟୀ କୁତ୍ରିମ ଅଭାବ ସୃଷ୍ଟି କରି ବିଭିନ୍ନ ସାମଗ୍ରୀକୁ ଚଢା ଦରରେ ବିକ୍ରି କରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ କଳା ବଜାର କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡା ନିର୍ଦେଶ ଦେଇଛନ୍ତି ।


Leave a Reply