ବ୍ୟାଙ୍କିଙ୍ଗ ସମସ୍ୟାର ଆଶୁ ସମାଧାନ ଓ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ

ପେନସନ୍ ବନ୍ଦ କରାଇଦେବା ଭୟ ଦେଖାଇ ଆସୁଥିବା ଫୋନ୍ କଲ୍ ପ୍ରତି ସତର୍କ ରୁହନ୍ତୁ
ପଟାମୁଣ୍ଡାଇ ବ୍ଲକରେ ବରିଷ୍ଠ ନାଗରିକଙ୍କ ପାଇଁ ଆର୍ôଥକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଟ୍ଟାମୁଣ୍ଡାଇ ୨୫/୧୧ -ଭାରତୀୟ ରିଜର୍ଭ ବ୍ୟାଙ୍କ ସୌଜନ୍ୟ ଏବଂ କେନ୍ଦ୍ରାପଡ଼ା ଲିଡ୍ ବ୍ୟାଙ୍କ ସହାୟତାରେ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ଚିତବିନୋଦନ ଗୃହ ପରିସରରେ ବୁଧବାର ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆର୍ôଥକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଆରବିଆଇ ଭୁବନେଶ୍ୱରରଅଧିକାରିଣୀ ଦମୟନ୍ତୀ ପ୍ରଧାନ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ବ୍ୟାଙ୍କ ଆର୍ôଥକ କାରବାର ଓ ସାଇବର କ୍ରାଇମର ଶୀକାର ନ ହେବା ପାଇଁ ପରାମର୍ଶ ଦେଇଥିଲେ। ସେ ବିଶେଷ କରି ବରିଷ୍ଠ ନାଗରିକ ସଂଚୟ ଯୋଜନା ଫିକ୍ସଡ୍ ଡିପୋଜିଟ୍ ଉପରେ ମିଳୁଥିବା ଅତିରିକ୍ତ ସୁଧ ହାର, ନୋମିନେସନ୍ ବ୍ୟବସ୍ଥାର ଗୁରୁତ୍ୱ ଏବଂ ଘରେ ବସି ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ସରଳ ପ୍ରଣାଳୀ ସମ୍ପର୍କରେ ବୁଝାଇଥିଲେ। ଏହା ବ୍ୟତୀତ, ଶାରୀରିକ ଅସୁସ୍ଥତା କ୍ଷେତ୍ରରେ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସେ କହିଥିଲେ ଯେ ବୟସ ବଢ଼ିବା ସହ ଅନେକ ବରିଷ୍ଠ ନାଗରିକ ଡିଜିଟାଲ କାରବାରରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ସାଇବର ଅପରାଧୀଙ୍କ ଶିକାର ହୋଇଥାନ୍ତି। ସେମାନଙ୍କର କଷ୍ଟାର୍ଜିତ ସଂଚୟକୁ ସୁରକ୍ଷିତ ରଖିବା ଏବଂ ବ୍ୟାଙ୍କରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଶିକ୍ଷିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅଲୋଚନା କରିବା ସହିତ ଯଦି କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ଏଟିଏମ୍ ପିନ୍, ଓଟିପି ସିଭିଭି କିମ୍ବା ବ୍ୟାଙ୍କ ଆକାଉଂଟ ସମ୍ପର୍କିତ ତଥ୍ୟ ଦିଅନ୍ତୁ ନାହିଁ। କେୱାଇସି ଅପଡେଟ୍ କିମ୍ବା ପେନସନ୍ ବନ୍ଦ ହୋଇଯିବାର ଭୟ ଦେଖାଇ ଆସୁଥିବା ନକଲି ଫୋନ୍ କଲ୍ ଓ ମେସେଜ୍ ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ । ଯଦି କୌଣସି ପ୍ରକାର ଆର୍ôଥକ ଠକେଇର ଶିକାର ହୁଅନ୍ତି, ତେବେ ତୁରନ୍ତ ଜାତୀୟ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ କିମ୍ବା ରିଜର୍ଭ ବ୍ୟାଙ୍କର ଲୋକପାଳଙ୍କ ନିକଟରେ ଅଭିଯୋଗ କରିବାକୁ ସେ ନିବେଦନ କରିଥିଲେ । ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା ଲିଡ୍ ବ୍ୟାଙ୍କର ଜିଲା ପ୍ରବନ୍ଧକ ରମାକାନ୍ତ ମାଝି ଯୋଗଦେଇ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ବିଭିନ୍ନ ଦିଗ, ଗ୍ରାହକ ସୁରକ୍ଷା ନିୟମ ଏବଂ ଡିଜିଟାଲ୍ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସଠିକ୍ ସଚେତନତା ହିଁ ସାଇବର ଅପରାଧକୁ ରୋକିବାର ସବୁଠାରୁ ବଡ଼ ମାଧ୍ୟମ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କେଳୁଚରଣ ସ୍ୱାଇଁ, ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା, କୈଳାସ ପାତ୍ର, ରମେଶ ଜେନା, ଦେବବ୍ରତ ପ୍ରଧାନ, ରବିନ୍ଦ୍ର ବରାଳ, ଡ. ନରହରି ଲେଙ୍କା,ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଯୁଗ୍ମ ସଂପାଦକ ବିଜୟ ସାହୁ,କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ସୁରେଶ ଚନ୍ଦ୍ର ଜେନା, ପାବନୀ ରାଉତ, ବିଜୟ ରାଉତ , ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର , ପ୍ରମୋଦ ସାହୁ, ଗୋକୁଲ ରାଉତ, ସନ୍ତୋଷ ରାଉତ, ଗୁଣଧର ସାମଲ, ବଂଶୀଧର ନାୟକ, ଶୈଳେନ୍ଦ୍ର ନାରାୟଣ ମହାନ୍ତି, ଭାବଗ୍ରାହୀ ବାରିକ, ଗର୍ନ୍ଧବ ଲେଙ୍କା ସମେତ ଅନେକ ବିରିଷ୍ଟ ନାଗରିକ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଲିଡ୍ ବ୍ୟାଙ୍କ କେନ୍ଦ୍ରାପଡ଼ାର ସଂଯୋଜକ ନବକିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
