ପିଏମଶ୍ରୀ କୋରୋ ଉଚ୍ଚବିଦ୍ୟାଳୟରେ ବିଜ୍ଞାନମେଳା, ହସ୍ତଶିଳ୍ପ ଓ ଚିତ୍ରକଳା ପ୍ରଦର୍ଶନୀ

0
PMSHREE KORO HIGH SCHOOLRE SCIENCE EXIBTION - 1 (1)


କେନ୍ଦ୍ରାପଡ଼ା,୨୭ା୧୧:ଛାତ୍ରଛାତ୍ରୀମାନେ ଅନୁସନ୍ଧିତ୍ସୁ ହେଲେ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି ହୋଇପାରିବ ବୋଲି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ସ୍ଥିତ ପିଏମଶ୍ରୀ କୋରୋ ପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ କଳା ଶିକ୍ଷକ ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସମ୍ମାନିତ ଅତିଥି ଭାବେ ମାଟିଆପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ଶତପଥୀ,ସିଆରସିସି ବୈଲୋଚନ ସାମଲ, ଶିକ୍ଷାବିତ ଶରତ ଚନ୍ଦ୍ର ବିଶ୍ୱାଳ ଓ ହରିହର ସିଂହ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷକ ହିମାଂଶୁ ଶେଖର ପରିଡା, ତୃପ୍ତିରେଖା ପରିଡା ଓ ଚିତ୍ରସେନ ମାଝୀଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ୪୨ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। କଳା ଶିକ୍ଷକ ରଘୁନାଥ ବେହେରା ଓ କନିଷ୍ଠ ଶିକ୍ଷକ ଏଲିନା ରାଉତରାୟଙ୍କ ସହଯୋଗରେ ପିଲାମାନେ ୧୮ଟି ହସ୍ତଶୀଳ୍ପ ଓ ଚିତ୍ରକଳା ପ୍ରକଳ୍ପ ଓ ୧୬ଟି ଖାଦ୍ୟମେଳା ପ୍ରଦର୍ଶନ କରିଥିଲେ। ବରିଷ୍ଠ ବିଜ୍ଞାନଶିକ୍ଷିକା ତୃପ୍ତିରେଖା ପରିଡାଙ୍କ ସଂଯୋଜନାରେ ଛାତ୍ରୀମାନେ ବିଜ୍ଞାନଭିତ୍ତିକ ନାଟକ ଓ ନୃତ୍ୟ ପରିବେଷଣ କରିଥିଲେ। ବିଜ୍ଞାନ ପ୍ରକଳ୍ପରେ ବରିଷ୍ଠ ବିଭାଗରେ ପୁନମ ମହାରଣା ଓ ଶୁଭଶ୍ରୀ ସାହୁ ଯୁଗ୍ମ ପ୍ରଥମ, ଚିନ୍ମୟୀ ପାତ୍ର ଓ ଶୁଭଶ୍ରୀ ପାତ୍ର ଯୁଗ୍ମ ଦ୍ୱିତୀୟ ଓ ଭବାନୀଶଙ୍କର ଦାସ ଏବଂ ଦିବ୍ୟଜ୍ୟୋତି ସାହୁ ତୃତୀୟ ସ୍ଥାନ ଓ କନିଷ୍ଠ ବିଭାଗରେ ଦେବାଂଶୀ ପରିଡା ପ୍ରଥମ, ଇତିଶ୍ରୀ ସାହୁ ଦିତ୍ୱୀୟ ଓ ପ୍ରଜ୍ଞା ପ୍ରିୟଦର୍ଶନୀ ଜେନା ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଯଥା ପୁଷ୍ପମିତ୍ରା ଦ୍ୱିବେଦୀ, ସାବିତ୍ରୀ ବିଶ୍ୱାଳ, ଦିପ୍ତୀରେଖା ପରିଡା, ରଞ୍ଜନ ମଳିକ, ଉମେଶ ଲାକ୍ରା, ଦିପ୍ତିମୟୀ ମୁଦୁଲି, ଅରବିନ୍ଦ ବାରିକ, ପ୍ରିୟଙ୍କା ପ୍ରତିଶ୍ରୁତି ନାୟକ, କଳ୍ପନା ଦାସ, ଆଶିଷ ସ୍ୱାଇଁ, ଅନ୍ନପୂର୍ଣ୍ଣା ସେଠୀ, ବିପିନ ଗୋଛାୟତ, ହିମାଂଶୁଭୂଷଣ ପଣ୍ଡା, ସୁରେଶ ଦାସ ପ୍ରମୁଖ ସହଯୋଗ କରିଥିଲେ।


Leave a Reply

You may have missed