ଆମେରିକାରେ ଚର୍ଚ୍ଚା ହୁଏ କେନ୍ଦ୍ରାପଡାର ବୋଇତ ବନ୍ଦାଣ ,ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ମତ

ବୋଇତବନ୍ଦାଣ ଉତ୍ସବର ସ୍ୱନକ୍ଷତ୍ର ଦିବସ

କେନ୍ଦ୍ରାପଡ଼ା,୨୪ା୧୧:୫୭ ବର୍ଷ ତଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଆରମ୍ଭ ହୋଇଥିବା ବୋଇତ ବନ୍ଦାଣ ଉତ୍ସବ ବହୁ ଝଡଝଞ୍ଜା ସତ୍ୱେ ଦୀର୍ଘ ବର୍ଷ ଧରି ବନ୍ଦ ନହୋଇ ଅବିରତ ଭାବେ ଚାଲିଛି। କେନ୍ଦ୍ରାପଡାର ଗୋବିନ୍ଦଚନ୍ଦ୍ର ନାମକ ଜଣେ ସାଧବ ବୋଇତରେ ପାରାଦୀପରୁ ବାଲେଶ୍ୱର ଓ ବାଲେଶ୍ୱରରୁ ଦେଶର ବିଭିନ୍ନ ସ୍ଥାନ ସମେତ ବିଦେଶକୁ ଯାଇ ବାଣିଜ୍ୟ କରୁଥିଲେ। କେନ୍ଦ୍ରାପଡାର ସାଧବପୁଅମାନଙ୍କ ବିଷୟରେ ଇତିହାସରେ ମଧ୍ୟ ବର୍ଣ୍ଣନା କରାଯାଇଛି। କେନ୍ଦ୍ରାପଡାର ବୋଇତବନ୍ଦାଣ ଉତ୍ସବ ସମ୍ପର୍କରେ ଆମେରିକାର ଆଲାସ୍କାରେ ମଧ୍ୟ ଚର୍ଚ୍ଚା ହୁଏ ବୋଲି ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମତବ୍ୟକ୍ତ କରିଛନ୍ତି। ଜିଲ୍ଲା ସଂସ୍କୃତି ଭବନରେ ରାଜ୍ୟର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି ବୋଇତ ବନ୍ଦାଣର ୫୮ତମ ସ୍ୱନକ୍ଷତ୍ର ଦିବସ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ଦାସ କହିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ କେହି ମନରେ ଅହଙ୍କାର ରଖିବା ଉଚିତ ନୁହେଁ। କାରଣ ଅହଙ୍କାର ହେଉଛି ଧ୍ୱଂସର ମୂଳକାରଣ। ଜିଲ୍ଲା ବୋଇତବନ୍ଦାଣ ସମିତି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ବିଜୟ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ରାପଡାର ବୋଇତବନ୍ଦାଣ ଉତ୍ସବ ସାରା ଓଡିଶାରେ ଏକ ନିଆରା ପରମ୍ପରା ସୃଷ୍ଟି କରିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ଡା. ସୁଧିର କୁମାର ବ୍ରହ୍ମା ଏବଂ ପୂର୍ବତଟ ରେଳବାଇର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ଯୋଗଦେଇ କେନ୍ଦ୍ରାପଡା ନୈାବାଣିଜ୍ୟର ଇତିହାସ ସମ୍ପର୍କରେ ଅବତାରଣା କରିଥିଲେ। ଅନ୍ୟତମ ଅତିଥି ଭାବେ ସଂଚାର ଗ୍ରୁପର ଅଧ୍ୟକ୍ଷ ହିମାଂଶୁ ଭୂଷଣ କର ଯୋଗଦେଇ କହିଲେ ପିଲାମାନେ ଜୀବନରେ କେଭେବି ବାପାମା’ଙ୍କୁ ଅବହେଳା କରିବନି କି ସେମାନଙ୍କ ନୀତିବାଣୀକୁ ଭୁଲିବନି। ତାହା ହେଲେ ତମେମାନେ ସଫଳତାର ଶୀର୍ଷରେ ପହଞ୍ଚିପାରିବ ବୋଲି ଶ୍ରୀ କର କହିଥିଲେ। ଏହି ଉତ୍ସବରେ ତଅପୋଇ ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବାସନ୍ତୀ ଶୁକ୍ଳା ଯୋଗଦେଇ କହିଲେ ତଅପୋଇ ହେବା ମୋ ଜୀବନର ସର୍ବୋଚ୍ଚ ଉପାଧି। ମଞ୍ଚରେ ସଭାପତି ଚିନ୍ମୟ ପ୍ରସାଦ ବେହୁରା,ରବିନାରାୟଣ ମହାନ୍ତି, ସମ୍ପାଦକ ଗୋଲଖ ପଢିଆରି, ବିଧାନ ସାମଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ଭାଗିରଥି ଜେନା ଅତିଥି ପରିଚୟ, ନିରଞ୍ଜନ ବେହେରା ସ୍ୱାଗତ ଭାଷଣ ଓ ରାଜେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ବଳଦେବଶ୍ରୀ ସମ୍ମାନ’ରେ ଡାକ୍ତର ବିଜୟ କୁମାର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଜିଲ୍ଲାର ଡାକ୍ତର ରୁଦ୍ଧିସୁନ୍ଦର ନାୟକ ଓ ସମାଜସେବୀ ଅନନ୍ତ ଚରଣ ପାତ୍ରଙ୍କୁ ମହେଶ କର ସ୍ମୃତି ସମ୍ମାନ, ଆଦର୍ଶ ଶିକ୍ଷକ ଆପଦ କୁମାର ସାମଲଙ୍କୁ ଇନ୍ଦ୍ରମଣୀ ରାଉତ ସ୍ମୃତିସମ୍ମାନ, ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂହଙ୍କୁ ଭାଗବତ ପ୍ରସାଦ ମହାନ୍ତି ସ୍ମୃତିସମ୍ମାନ, ବିଚିତ୍ର କୁମାର ସାହୁଙ୍କୁ ଗୟାଚାନ୍ଦ ଭୂୟାଁ ସ୍ମୃତି ସମ୍ମାନ, ସୁଶ୍ରୀ ସ୍ୱପ୍ନା ସିଂଙ୍କୁ କୁଞ୍ଜବିହାରୀ ପୃଷ୍ଟି ସ୍ମୃତି ସମ୍ମାନ, ଡାକ୍ତର ସୁମିତ୍ରା ସାହୁଙ୍କୁ ଡା. ସରୋଜକାନ୍ତ କାନୁନଗୋ ସ୍ମୃତି ସମ୍ମାନ, ଡାକ୍ତର ଲୋକନାଥ ସାହୁଙ୍କୁ ଡାକ୍ତର ଅଲେଖ ଚନ୍ଦ୍ର ଦାସ ସ୍ମୃତି ସମ୍ମାନ, ଭାନୁପ୍ରିୟା ଖଟୁଆଙ୍କୁ ମୀନକେତନ ଦାସ ସ୍ମୃତି ସମ୍ମାନ, ବରିଷ୍ଠ ଆଇନଜୀବୀ ରମଣୀରଞ୍ଜନ ରାଉତରାୟଙ୍କୁ ସ୍ୱର୍ଗତ ଦୋଳଗୋବିନ୍ଦ ଜେନା ସ୍ମୃତି ସମ୍ମାନ, ଡ. ବାସନ୍ତୀ ମହାନ୍ତିିଙ୍କୁ ନନ୍ଦିତା ବ୍ରହ୍ମା ସ୍ମୃତି ସମ୍ମାନ, ଡକ୍ଟର ଚୈତନ୍ୟ ଚରଣ ପରିଡାଙ୍କୁ ଶରତ ପ୍ରସାଦ ସିଂ ସ୍ମୃତି ସମ୍ମାନ ଏବଂ ସୁଖଦା ପ୍ରସାଦ ତ୍ରିପାଠୀଙ୍କୁ କାଥରୀନ ଦାସ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏତଦବ୍ୟତିତ ବକ୍ତୃତା, ଚିତ୍ରାଙ୍କନ, ମେହେନ୍ଦୀ, ନୃତ୍ୟ, ସଂଗୀତ, ମୁରୁଜ ଓ ଦଳଗତ ନୃତ୍ୟ ପ୍ରତିଯୋଗିତାର ୧୧୩ଜଣ କୃତି ପ୍ରତିଯୋଗୀଙ୍କୁ ମହେଶ କର, ଇନ୍ଦ୍ରମଣୀ ରାଉତ, କାଥରିନ ଦାସ, ଯଦୁମଣୀ ପଢିଆରୀ, ସୁବଳ ଚରଣ ମହାନ୍ତି ଓ ରବିନ୍ଦ୍ରମୋହନ ସାହୁ ସ୍ମୃତିଫଳକ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ନନ୍ଦକିଶୋର ପରିଡା, ଡା. ବିଶ୍ୱପ୍ରକାଶ କାନୁନଗୋ, ଡା. ସ୍ନେହଲତା କାନୁନଗୋ, ପ୍ରଫୁଲ୍ଲ ଦାସ, ଚିତ୍ତରଞ୍ଜନ ଦାସ, ଲୋହିତ ମହାନ୍ତି, ସୁଶିଲ ସାମଲ, ସରୋଜକାନ୍ତ ସାହୁ, ମୁକ୍ତାର ଖାଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ହିମାଂଶୁ ଦାସ, କମଳାକାନ୍ତ ବେହେରା, ମିନତୀପ୍ରଭା ସ୍ୱାଇଁ, ପ୍ରଭାତୀ ଧଳ, ସୈାମେନ୍ଦ୍ର ପୃଷ୍ଟି, ଶ୍ରୀକାନ୍ତ ନାୟକ, ଦେବେନ୍ଦ୍ର ମହାନ୍ତି, ବଳରାମ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
