କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୨ୟ ସଂଧ୍ୟାରେ ବିଶିଷ୍ଟ ବ୍ୟକ୍ତିଙ୍କ

0
IMG-20261125-WA0069 (1)

ଗୋବରୀ ଗୁପ୍ତ ନଦୀ ଥିଲା


କେନ୍ଦ୍ରାପଡ଼ା,୨୫।୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ପଟ୍ଟାମୁଣ୍ଡାଇ ରାଧାରମଣ ମଠାଧିଶ ଅସୀମାନନ୍ଦ ଦାସ ଯୋଗଦାନ କରି କହିଲେ ଗୋବରୀ ନଦୀ ହେଉଛି ଗୁପ୍ତ ଗୋଦାବରୀ ଯେଉଁ ଠାରେ ସ୍ୱର୍ଗରେ ଇନ୍ଦ୍ର ମତ୍ୟରେ ନରେନ୍ଦ୍ର ରାଜା ଓ ସାଧୁ ସନ୍ୟାସୀ ମାନେ ସ୍ନାନକରି ସାନିଧ୍ୟ ଲାଭ କରୁଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ବାଲିଯାତ୍ରା କମିଟିର ସଭାପତି ପ୍ରଦୀପ କୁମାର ଦାଶ, ସଂପାଦକ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ସ୍ମୃତିର ବୋଇତର ପତ୍ରିକାର ସଂପାଦକ ଶୁଭାଂଶୁ କୁମାର ଦାସ, ଏଥିରେ ମୁଖ୍ୟବକ୍ତା ଭାବରେ କେନ୍ଦ୍ର ସାହିତ୍ୟ ଏକାଡମୀ କୋଲକରଣ ଆଞ୍ଚଳିକ ସଂପାଦକ ମିହିର କୁମାର ସାହୁ ଯୋଗଦାନକରି କହିଲେ ଏହି ମାଟୋ ହେଉଛି ସିଦ୍ଦ ବଳଦେବଜୀଉଙ୍କ ମାଟି ହେଉଛି କେନ୍ଦ୍ରାପଡା ବଳ ଆଉ ଭଦ୍ର କେନ୍ଦ୍ରାପଡା ବାସୀ ହେଉଛିନ୍ତି ଭଦ୍ର ଆଉ ସ୍ୱଚ୍ଛା ଯେଉଁ ମାନେକି ସାତ ସମୁଦ୍ର ପାର ହୋଇ ପାଲଟଣା ଡଙ୍ଗାରେ ବଣିଜର ତୁରୀ ବଜାଇ ଥିଲ । ମୁଖ୍ୟ ଅତିଥି ଭାବରେ ଭାରର ବିଶିଷ୍ଟ କବି ପ୍ରାକ୍ତନ ସାଂସଦ ଡ. ପ୍ରସନ୍ନ କୁମାର ପାଟସାହାଣୀ ଯୋଗଦାନ କରି କହିଲେ ଏମାଟି ହେଉଛି ପବିତ୍ର ମାଟି । ଏହା ବାସୁ ବିସୁନୀ ଓ ଆନନ୍ଦ ଚନ୍ଦ୍ରଙ୍କର ମାଟି । ମାଟିର ଲୋକ ମାନେ ମଥା ଉଚାକରି ନିଜ ଅଧିକାର ଲାଗି ସଂଗ୍ରାମ ନକଲେ କେନ୍ଦ୍ରାପଡାର ବିକାଶ ଅସମ୍ଭବ ବୋଲି ବିଶିଷ୍ଟ କବି ନିରାକାର ଦାଶ ବରେଣ୍ୟ ଅତିଥି ଭାବରେ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ସମ୍ମନନୀୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦାନ କରି କହିଲେ ରବିନ୍ଦ୍ର କୁମାର ମଲ୍ଲିକ ଓ ଅନ୍ୟତମ ସମ୍ମାନୀତ ଅତିଥିଭାବରେ ଯୋଗଦାନ କରିଥିଲେ । ବିଶିଷ୍ଟ କବି ଭାବରେ ପ୍ରଣବ ଗୋଚ୍ଛାୟତ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ଅବସରରେ ଧନ୍ୟବାଦ ଜ୍ଞାପନ କରିଥିଲ ମନୋରଞ୍ଜନ ତ୍ରିପାଠୀ । ଏହି ଅବସରରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲ ଶ୍ରୀନୃତ୍ୟ ପ୍ରତିଷ୍ଠାନ ଡେରାବିଶ, ଶିବାନନ୍ଦ ବିଦ୍ୟାମନ୍ଦିର ଗରାପୁର, ମୁଚ୍ଛନା କଳା କେନ୍ଦ୍ର ଢେଙ୍କାନାଳ ଓ କେନ୍ଦ୍ରାପଡାର କୁନି କଳାକାର ମାନେ । ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ, ଧିରେନ୍ଦ୍ର କୁମାର ଦାସ, ଶ୍ରୀଧର ମହାନ୍ତି, କରୁଣାକର ଦାସ, ରାଜୁ କୁବେର, ଟୁଟୁ ଗେରୁ, ଅକ୍ଷୟ ପ୍ରିୟ ଦାସ, ରବିନ୍ଦ୍ର କୁମାତ ସାହୁ, ମୃତ୍ୟୁଞ୍ଜୟ ସାହୁ, ପଚାଂନନ ଗେରୁ, ରମଣି ରଞ୍ଜନ ରାଉତରାୟ, ପିତବାସ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Leave a Reply