
କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳର୨୦ଟି ୱାର୍ଡ ସମେତ ୧୯ ପଂଚାୟତ ପାଇଁ ଶନିବାର ଭୋଟଗ୍ରହଣ କାର୍ଯ୍ୟ ଶେଷ ହୋଇଛି । କାଁ ଭାଁ ଉତେଜନାକୁ ବାଦ୍ ଦେଲେ ମତଦାନ ଶାନ୍ତିଶୃଙ୍ଖଳାରେ ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ କେନ୍ଦ୍ରାପଡା ଅଟୋନୋମିସ କଲେଜ ଷ୍ରଙ୍ଗ ରୁମରେ ରଖାଯାଇଛି । ଆସନ୍ତା ୪ ତାରିଖ ମଙ୍ଗଳବାର ଭୋଟ ଗଣତି ହେବା ନେଇ ପ୍ରସ୍ତୁତି ସରିଥିବା ବେଳେ ଏକଜିଟ ପୋଲ ରିପୋର୍ଟରେ ଭାଜପା ସଂଖ୍ୟାଗରିଷ୍ଠତା ପୂର୍ବାନୁମାନ କରୁଥିବାର କଥା ସାମ୍ନାକୁ ଆସିବା ପରେ ପଟ୍ଟାମୁଣ୍ଡାଇ ରାଜନୀତି ବେଶ ଚଳଚଂଚଳ ହୋଇ ଉଠିଛି ।
ରାଜନଗର ବିଧାନସଭା ଅସନର ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ୧୩୩ ଟି ବୁଥ୍ରେ ମତଦାନ ଅନୁଷ୍ଠିତ ହୋଇଥିଲା । ୧ ଲକ୍ଷ ୩୬ ହଜାର ଭୋଟରଙ୍କ ମଧ୍ୟରୁ ୬୫. ୪୫ ପ୍ରତିଶତ ଭୋଟର ନିଜ ମତ ସାବ୍ୟସ୍ତ କରିଥିବା ବେଳେ ଏବେ ନିର୍ବାଚନ ଫଳାଫଳକୁ ନେଇ ଚାଲିଛି ଅଙ୍କ କଷା । ଫଳାଫଳକ’ଣ ହେବ ସେକଥା ଚିନ୍ତା କରି ବିଧାନସଭାରୁ ଆରମ୍ଭ କରି ଲୋକସଭା ସ୍ତରୀୟ ନେତାଙ୍କ ନିଦ ହଜି ଗଲାଣି । ବିଶେଷ କରି ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇ ଥିବା ବୁଥ୍ ଫେରନ୍ତା ମତ(ଏକ୍ଜିଟ୍ ପୋଲ) ୍ ରିପୋର୍ଟ ଆସିବା ପରେ ଭାଜପା ଶିବିର ଚଳଚଂଚଳ ହୋଇ ଉଠିଛି । ଏକାଧିକ ଜାତୀୟ ଗଣମାଧ୍ୟମ ଆକଳନ ଅନୁଯାୟୀ ଏଥର ଦେଶରେ ପୁଣି ନରେନ୍ଦ୍ର ମୋଦିଙ୍କ ସରକାର ଆସିବ । ପୂର୍ଣ୍ଣ ବହୁମତ ସହକାରେ ଭାଜପା କେନ୍ଦ୍ରରେ ସରକାର କରିବାରେ ସକ୍ଷମ ହେବା ସହ ରାଜ୍ୟର ଶାସକ ବିଜୁଜନତା ଦଳ ଠାରୁ ମଧ୍ୟ ଅଧିକ ଲୋକ ସଭା ଆସନ ଏଥର ଭାଜପା ଖାତାକୁ ଯିବ । ଏହି ଆଧାରରେ ରାଜ୍ୟରେ ଅଧିକରୁ ଅଧିକ ବିଧାନସଭା ଆସନ ଦଖଲ କରି ସରକାର ଗଢି଼ବାର ସ୍ୱପ୍ନ ଭାଜପା ଦେଖିଲାଣି । ତେବେ ବିଜେଡି ନେତା ଏକ୍ଜିଟ ପୋଲ ୍ରିପୋର୍ଟ ଠିକ୍ ହେବ ନାହିଁ ବୋଲି ଯୁକ୍ତିବାଢିବା ଆରମ୍ଭ କରିଛନ୍ତି । ଅଧିକାଂଶ ଏକ୍ଜିଟ୍ ପୋଲ୍ ରିପୋର୍ଟ ଲୋକ ସଭା ଆସନର ଗଣତିକୁ ନେଇ ହିସାବ କରାଯାଇଛି । ବିଧାନ ସଭାକୁ ନେଇ ସେପରି କୌଣସି ହିସାବ ରଖାଯାଇ ନାହିଁ । ରାଜନଗରରେ ବିଧାୟକ ଧ୍ରୁବ ଚରଣ ସାହୁ ବହୁ ମତ ଭୋଟରେ ଜିତିବା ସହିତ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ ବିଜେଡି ସାଂସଦ ପାର୍ଥୀ ଅଂଶୁମାନ ମହାନ୍ତି ବହୁ ଭୋଟରେ ଜିତିବେ । ଆସନତା ୪ ତାରିଖ ସଂନ୍ଧ୍ୟା ସୁଦ୍ଧା ସମସ୍ତେ ଜାଣିପାରିବେ ।
ତେବେ ଜାତୀୟ ଗଣମାଧ୍ୟମ ଆକଳନ ଅନୁଯାୟୀ ଏହା କେତେ ମାତ୍ରାରେ ଠିକ୍ ହେବ ତାହା ଆସନ୍ତା ୪ରେ ଫଳାଫଳ ବାହାରିବା ପରେ ସ୍ପଷ୍ଟ ହୋଇଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖିଛନ୍ତି । ଚଳିତ ନିର୍ବାଚନରେ ରାଜନଗର ବିଧାନ ସଭା ଆସନର ଭୋଟର ମାନେ ଏତେ ମାତ୍ରାରେ ନୀରବ ଥିଲେ ଯେ, ଫଳାଫଳ କାହା ସପକ୍ଷରେ ଯିବ ସେକଥା ଆକଳନ କରିବା ବଡ଼ ମୁସ୍କିଲ ହୋଇଯାଇଛି ବୋଲି ରାଜନୈତକ ସମିକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।
ମାତ୍ର ଏକାଧିକ ଜାତୀୟ ଗଣମାଧ୍ୟମ ଆକଳନ ଓ ଭାଜପା ଦଳର ବରିଷ୍ଠ ନେତାମାନଙ୍କ ମତ ଅନୁଯାୟୀ ପଟ୍ଟାମୁଣ୍ଡାଇ ଭାଜପାର ନେତା ରବିନ୍ଦ୍ର ବିଶ୍ୱାଳ, ସମିର ପାତ୍ର ସୁନାକର ପ୍ରଧାନ ଓ ବିଦ୍ୟାଧର ସେଠୀ ପ୍ରମୁଖ କୁହନ୍ତି ଏଥର କେନ୍ଦ୍ରରେ ୪ ଶହ ପାର । ଓଡିଶା ବିଧାନସଭାରେ ମଧ୍ୟ ଭଲ ପ୍ରଦର୍ଶନ କରିଛୁ । ରାଜ୍ୟରେ ମୋଦି ଗ୍ୟାରେଂଟି କାମ ଦେଇଛି । ରାଜନଗର ସମେତ ରାଜ୍ୟରେ ୭୦ ବିଧାନସଭା ଆସନରେ ଆମେ ଜିତି ସରକାର ଗଢ଼ିବୁ । ଏଥର ଓଡି଼ଶାରେ ଭାଜପା ସରକାର କରିବା ନିଶ୍ଚିତ ବୋଲି ଜାଣିବା ପରେ ପଟ୍ଟାମୁଣ୍ଡାଇ ଭାଜପା ନେତୃବୃନ୍ଦ ମାନେ ବେଶ୍ ଉତ୍ସାହିତ ଅଛନ୍ତି ।
ତେବେ ଜାତୀୟ ଗଣମାଧ୍ୟମ ବୁଥ୍ ଫେରନ୍ତା ଆକଳନରେ ରାଜ୍ୟର ବହୁ ହେଭି ଓି୍ୱଟ୍ନେତା ଏଥର ଚିତ୍ ପଟାଙ୍ଗ ମାରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ଏକାଧିକ ଲୋକ ସଭା ଏବଂ ବିଧାନସଭା ଆସନରୁ ଲଢୁଥିବା ଟାଣୁଆ ନେତାଙ୍କ ନାମ ଏହି ତାଲିକାରେ ରହିଛି । ଏକ୍ଜିଟ ପୋଲ୍ରିପୋର୍ଟ ଅନୁସାରେ ଭାଜପା ଯଦି ବିଜେଡି ପାଖାପାଖି ବିଧାନସଭା ଆସନ ପାଇବ ତେବେ କ’ଣ ରହିବ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ସେ ନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ ଲଗାଇ ପାରୁନାହାନ୍ତି ।










