ମନମୋହନ ସାମଲଙ୍କ ବଡ଼ ବୟାନ : ଓଡ଼ିଶାରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା


BBSR-5/6-ଓଡ଼ିଶାରେ ବନ୍ଦ ହୋଇଯିବ BSKY ଯୋଜନା । ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ । ଅର୍ଥାତ ଓଡ଼ିଶାବାସୀ ଆଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଉଠାଇପାରିବେ ନାହିଁ । ଏଣିକି ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ବଡ଼ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନେମାହନ ସାମଲ ।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷର ସରକାରୀ ଭାଙ୍ଗି ଭାଜପା ନୂଆ ସରକାର ଗଠନ କରିବାକୁ ଯାଉଛି । ତେଣୁ ଏହାପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖବର ଆସିଛି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟରେ ବନ୍ଦ ହୋଇଯିବ । ଯାହା ରାଜ୍ୟର ଅନେକ ହିତାଧିକାରୀଙ୍କ ଚିନ୍ତା ବଢାଇଦେଇଛି । ତେବେ ଏହା ବଦଳରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କହିଛନ୍ତି ମନମୋହନ ସାମଲ ।


Next Post

BSKY ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ ହେଉ, ଚିକିତ୍ସା ଜାରି ରହୁ: ବିଜେପି

Wed Jun 5 , 2024
BBSR,୫।୬ ରାଜ୍ୟରେ ବିଜେପିକୁ ବହୁମତ ମିଳିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(BSKY)କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବିଭିନ୍ନ ମେଡିକାଲରେ BSKY କାର୍ଡ ବନ୍ଦ ହୋଇଯାଇଥିବା କହି ଏହାକୁ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (BSKY)କୁ ନେଇ ଅନେକ ଅଭିଯୋଗ […]