କେନ୍ଦ୍ରାପଡ଼ା, ୧୦ା୬: କେନ୍ଦ୍ରାପଡା ସହରର କାକଟସ୍ଥିତ ସୂର୍ଯ୍ୟଭବନରେ କେନ୍ଦ୍ରାପଡାର ଜନନେତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୧୭ତାରିଖରେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଏହି ଜନ୍ମବାର୍ଷିକ ପାଳନ କରାଯିବାକୁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ଆଇନଜୀବୀ ଧରଣୀଧର ସୁଆର, ମହେନ୍ଦ୍ର ପରିଡା, ମୁକ୍ତାର ଖାଁ, ସୁଶିଲ ସାମଲ, ତରୁଣ କୁମାର ପ୍ରଧାନ, ଦୟାନିଧି ଜେନା, ସଞ୍ଜୟ ସ୍ୱାଇଁ, ଶାନ୍ତିସ୍ୱରୂପ ଭୂୟାଁ, ଶରତ କୁମାର ବେହୁରା, ସର୍ବେଶ୍ୱର ସେଠୀ, ଭ୍ରମରବର ରାଉତ ଓ ବିଧୁଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
kanikanews.in
Next Post
ରାଜନଗର-ପଟ୍ଟାମୁଣ୍ଡାଇ ୭୦ ଦଶକ ଦୁଖଃଦ ମାନବର ଦେବୀଥିଲେ ନନ୍ଦିନୀ
Mon Jun 10 , 2024
୯୩ ତମ ଜୟନ୍ତୀ ପାଳନରେ ଜିଲ୍ଲା ସ୍ତରିୟ ଆଲୋଚନାଚକ୍ର ବିଶିଷ୍ଟ ନାରୀନେତ୍ରୀ, ଓଡି଼ଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ସାରସ୍ୱତ ସାଧିକା ନନ୍ଦିନୀ ଶତପଥୀଙ୍କର ବିଭିନ୍ନ କ୍ଷେତ୍ରରେ ଦକ୍ଷତା ରହିଥିଲା । ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ଅନେକ କଠୋର ନିଷ୍ପତିନେଇ ତାକୁ କାର୍ଯ୍ୟକାରୀ କରାଇଥିଲେ ବୋଲି ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ପାଳନ ଅବସରରେ ସୋମବାର ଅପରାହ୍ନରେ କେନ୍ଦ୍ରାପଡା ଜିଲା ରାଜନଗର ଶୌଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ନନ୍ଦିନୀ […]

You May Like
- 5 months ago
ଇନ୍ସପେକ୍ଟର ସ୍ତରରେ ଅଦଳବଦଳ
- 2 years ago
ଦିବ୍ୟାଙ୍ଗ ଟପ୍ପର ଛାତ୍ରଙ୍କୁ ସମ୍ବର୍ଦ୍ଧନା