ସରକାର ଗଠନ ପାଇଁ ଭାଜପାର ଦାବି ଉପସ୍ଥାପନ ,ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ,


ଭୁବନେଶ୍ଵର 11/6: ଓଡ଼ିଶାରେ ସରକାର ଗଠନ କରିବାକୁ ଭାଜପା ଦାବି କରିଛି। ରାଜଭବନ ଯାଇ ଭାଜପାର ଟିମ୍ ମଙ୍ଗଳବାର ରାଜ୍ୟରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ କେନ୍ଦ୍ରମନ୍ତ୍ରୀ ରାଜଭବନ ଯାଇ ସରକାର ଗଠନ କରିବାକୁ ଦାବି କରିଥିଲେ। ଏହାପରେ ଆସନ୍ତାକାଲି ଜନତା ମଇଦାନରେ ନୂଆ ସରକାରର ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନରେ ଭାଜପା ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କୁ ବିଧାୟକ ଦଳର ନେତା ବଛାଯାଇଥିଲା। ତା ସହିତ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଚୟନ ହେଇଥିଲେ। ଏହାପରେ ଭାଜପା ନେତାମାନେ ସିଧା ରାଜଭବନ ଯାଇ ସରକାର ଗଠନ କରିବାକୁ ଦାବି କରିଛନ୍ତି।


Next Post

ଅଳପୁଆ ହାଇସ୍କୁଲ ୨୦୦୪ ବ୍ୟାଚ ବନ୍ଧୁମିଳନ ଓ ଗୁରୁ ପୂଜନ

Tue Jun 11 , 2024
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଳପୁଆ ନୋଡ଼ାଲ ଉଚ୍ଚବିଦ୍ୟାଳୟର ୨୦୦୪ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ଭଗବାନ ରାଉତଙ୍କ ପୌରହିତ୍ୟ ଓ ପୁରାତନ ଛାତ୍ର ପ୍ରିତିଶ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବନ୍ଧୁମିଳନ ଓ ଗୁରୁପୂଜନ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ଭଗବାନ ରାଉତ, ବିଷ୍ଣୁ ଚରଣ ଧଳ, ବ୍ରଜକିଶୋର ଶତପଥୀ, ଗୌରାଙ୍ଗ ସାହୁ, ବସନ୍ତ […]

KANIKA