କେନ୍ଦ୍ରାପଡା ପୁରୁଣା ଜିଲ୍ଲା ଡାକ୍ତରଖାନା ଚବିଶ ଘଣ୍ଟିଆ କରିବାକୁ ସ୍ୱତନ୍ତ୍ର ସଚିବଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ


କେନ୍ଦ୍ରାପଡା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ କୋଠାରେ ଚବିଶ ଘଣ୍ଟିଆ ରୋଗୀ ସେବା ହେବ । ବିଶେଷଜ୍ଞ ଡାକ୍ତର ରୋଗୀଙ୍କ ଚିକିତ୍ସା କରିବେ । ଲାବୋରେଟୋରୀ କାର୍ଯ୍ୟକରିବା ଚାରୋଟି ଖଟିଆ ପଡିବ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ କଲ୍ୟାଣ ଜନସ୍ୱାସ୍ଥ୍ୟ ସ୍ୱତନ୍ତ୍ର ସଚିବ ଅନିତ କୁମାର ମହାନ୍ତି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଚିଠି ଦ୍ୱାରା ଅବଗତ କରାଇଛନ୍ତି । ସରକାର କେନ୍ଦ୍ରାପଡା ସହରବାସୀଙ୍କ ଦାବିକୁ ମାନି ନେଥିବାରୁ ଏମାନେ ଆନନ୍ଦ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରକୁ ବୃଦ୍ଧି କରି ଅଧିକ ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ଏହାକୁ ଅନ୍ୟତ୍ର ଉଠାଇ ନିଆଯାଇଛି । ପୁରୁଣା ଜିଲ୍ଲା ଡାକ୍ତରଖାନା ଗୃହରେ ଏକ ସିଟି ହସ୍‌ପିଟାଲ ପ୍ରତିଷ୍ଠା କରିବାକୁ କେନ୍ଦ୍ରାପଡା ସହରବାସୀ ଦୀର୍ଘ ୫୬ ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ନେଇଥିଲେ । ସହରବାସୀଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦେଇ ପ୍ରଥମେ ଏଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏଥିରେ ସହରବାସୀ ଖୁସି ନହୋଇ ଆନ୍ଦୋଳନ ଚାଲୁ ରଖିବାରୁ ପରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ମନ୍ତ୍ରୀ ଦାବି ମୁତାବକ ସ୍ୱାସ୍ଥ୍ୟସେବା ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଏକରକମ ପାଳନ କରିଛନ୍ତି । ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଗୃହରେ ଉନ୍ନିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଚବିଶ ଘଣ୍ଟିଆ ସେବା ଯୋଗାଇ ଦେବା ବାରୀ ଅନୁଯାଇ ବିଶେଷଜ୍ଞ ଡାକ୍ତର ଚିକିତ୍ସା କରିବେ । ପରୀକ୍ଷାଗାରର ବ୍ୟବସ୍ଥା କରାଯିବା ସହିତ ଚରୋଟି ବେଡ୍‌ରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରାଯିବା ନିମନ୍ତେ ପଦକ୍ଷେପ ନେବାକୁ ଜନସ୍ୱାସ୍ଥ୍ୟ ସ୍ୱତନ୍ତ୍ର ସଚିବ ଶ୍ରୀ ମହାନ୍ତି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଜୁଲାଇ ୨୧ତାରିଖ ୧୭୩୭୦ ନମ୍ବର ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା କେନ୍ଦ୍ରାପଡା ସହର ତଥା ପଡୋଶୀ ଗ୍ରାମାଞ୍ଚଳରେ ୧୨ରୁ ଉଦ୍ଧ୍ୱ ପଞ୍ଚାୟତବାସୀ ଉପକୃତ ହେବେ । ଏହି ସଫଳତା କେନ୍ଦ୍ରାପଡା ମୁନିସିପାଲଟିର ଅର୍ବାନ ସିଏଚସି ବା ସିଟି ହସ୍‌ପିଟାଲ ଆଶା ଦୂରୀଭୁତ କରିଛି । କେନ୍ଦ୍ରାପଡା ମେଡିକାଲ କ୍ରିୟାନୁଷ୍ଠାନ କମିଟି ତରଫରୁ ଏଥି ନିମନ୍ତେ ଆୟୋଜିତ ଗଣ ଆନ୍ଦୋଳନରେ ସମସ୍ତ ରାଜନୈତିକ ସଙ୍ଗଠନ, ସାମାଜିକ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କୁ କ୍ରିୟାନୁଷ୍ଠାନ କମିଟି ତରଫରୁ କମିଟିର ପରାମର୍ଶ ଦାତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଜଣାଇଛନ୍ତି । ଶ୍ରୀ ବେହେରା କେନ୍ଦ୍ରାପଡାବାସୀଙ୍କ ଯଥାର୍ଥ ଦାବିକୁ ସମ୍ମାନ ଜଣାଇ ଏହି ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading