ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶ୍ୱ ଯୋଗ ଦିବସ


କେନ୍ଦ୍ରାପଡା ୨୨/୬- କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୌଜନ୍ୟରୁ ବାରୋ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସି.ଏଚ୍‌.ଓ କୃଷ୍ନାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଯୋଗ ଦିବସ ଯଥାବିଧି ପାଳିତ ହୋଇଯାଇଛି । ବାରୋ ସରପଂଚ ଗୋପୀନାଥ ମଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ବିକାଶ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗର ଉପାଦେୟତା ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ବିଶ୍ୱ ଯୋଗ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ସି.ଏଚ୍‌. ଓ ଶ୍ରୀଯୁକ୍ତ ମହାପାତ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମୀ ଲିଲି ସ୍ୱାଇଁ ଏବଂ ସ୍ୱାସ୍ଥ୍ୟ କର୍ମୀ ଦେବାନନ୍ଦ ପରିଡା ସୁସ୍ଥ ଶରୀର ଚର୍ଯ୍ୟା କ୍ଷେତ୍ରରେ ଯୋଗର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଆଶା କର୍ମୀ ସରସ୍ୱତୀ ସ୍ୱାଇଁ ଜୟନ୍ତୀ ମଳିକ, ସ୍ନେହଲତା ପ୍ରଧାନ, କଲ୍ୟାଣୀ ସେଠୀ, ଛବିରାଣୀ ପ୍ରଧାନ, ସଂଯୁକ୍ତା ପ୍ରଧାନ, ଅଙ୍ଗନବାଡି କର୍ମୀ ହେନାଂଜଳି ବିଶ୍ୱାଳ, ସ୍ୱର୍ଣପ୍ରଭା ଦାସ, ଗାଁ କଲ୍ୟାଣ ସମିତି ସଭ୍ୟା ସଂଯୁକ୍ତା ସେଠୀ, ଟି.ବି. ଚଂପିୟନ ସୁଜାତା ସ୍ୱାଇଁ, ଯୋଗ ଶିକ୍ଷିକା କବିତା ସ୍ୱାଇଁ, ବାରୋ ସ୍ଥିତ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡାଙ୍କ ସମେତ ବହୁ ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଆରମ୍ଭରେ ଭାବଗ୍ରାହୀ କଳା ନିକତେନର ଛାତ୍ରୀମାନେ ସଂପାଦକ ବିମଳ ପ୍ରସାଦ ପରିଡାଙ୍କ ରଚନା ଏବଂ ନିର୍ଦ୍ଦେଶନାରେ ସ୍ୱାଗତ ସଙ୍ଗୀତ ଗାଇଥିଲେ । ଶେଷରେ ସିଏଚ୍‌ଓ କୃଷ୍ନାନନ୍ଦ ମହାପାତ୍ର ସମସ୍ତଙ୍କୁ ଶପଥ ପାଠ କରାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading