ପତିତପାବନ ମନ୍ଦିରରେ ସ୍ନାନପୂର୍ଣ୍ଣିମା


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ସମସ୍ତ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଲଭଦ୍ର ଓ ମା ସୁଭଦ୍ରାଙ୍କ ପୂଜାର୍ଚନା ନୀତିକ୍ରାନ୍ତି ଯଥାବିଧି ସଂପନ୍ନ କରିଥିଲେ । ସକାଳ ୯.୧୫ ମିନିଟରେ ଠାକୁରଙ୍କ ପହଣ୍ଡି ବିଜେ ୧୦.୩୦ ମିନିଟରେ ୧୦୮ କଳସ ସୁବାସିତ ଜାଳରେ ମହାସ୍ନାନ ପରେ ଠାକୁରଙ୍କ ନୀତି କରାଯାଇ ଅପରାହ୍ନରେ ହାତୀ ବେଶ କରାଯାଇଥିଲା । ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଓ ରାତି ୯ଟାରେ ପହଣ୍ଡି ବିଜେ ପରେ ଠାକୁର ଅଣସର ଘରକୁ ବିଜେ ହୋଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ମନ୍ଦିର ଦଇତାପତି ସେବକମାନେ ସ୍ନାନପୂର୍ଣ୍ଣିମାର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ସେହିପରି ଖଡିପାଳ ଗ୍ରାମର ଶ୍ରୀ ଶ୍ରୀ ବାସୁଦେବ ଗୋସାଇଁଙ୍କୁ ସ୍ନାନ ମଣ୍ଡପରେ ପୁଜକ ଦେବଦତ ନନ୍ଦ ନୀତିକ୍ରାନ୍ତି ଯଥାବିଧି ପୂଜାର୍ଚନା ସଂପନ୍ନ କରିଥିଲେ । ପାଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛିା


Discover more from

Subscribe now to keep reading and get access to the full archive.

Continue reading