ଜିଲ୍ଲାସ୍ତରୀୟ ୧୯ତମ କ୍ୟୁରୋଗି ଏବଂ ଅଷ୍ଟମ ପୁମ୍‌ସି ଚାମ୍ପିୟନସିପ୍ ଅନୁଷ୍ଠିତ



କେନ୍ଦ୍ରାପଡା ୨୩/୬- କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ୧୯ତମ କ୍ୟୁରୋଗି ଏବଂ ଅଷ୍ଟମ ପୁମ୍‌ସି ଚାମ୍ପିୟନସିପ୍ ପ୍ରତିଯୋଗିତା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ତାଇକୋଣ୍ଡ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ତାଇକ୍ୱଣ୍ଡ ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ପରିଡା ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁସ୍କୃତ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୦ଟି ଶାଖାରୁ ୨୫୦ରୁ ଅଧିକ ବାଳକ ଓ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କୃତୀ ପ୍ରତିଯୋଗୀ ଆସନ୍ତା ମାସ ଜୁଲାଇ ୫ତାରିଖରୁ ୭ତାରିଖ ପର୍ଯ୍ୟନ୍ତ କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ ବୋଲି ଜିଲ୍ଲା ତାଇକୋଣ୍ଡ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଦିବ୍ୟ ଜ୍ୟୋତି ଦାସ, ସରୋଜ କୁମାର ମଲ୍ଲିକ, ପ୍ରତିମୟୀ ମହାନ୍ତି, ଖଗେଶ୍ୱର ସାହୁ, ନୀଳମାଧବ ମଲ୍ଲିକ, ଦୁଷ୍ମନ୍ତ ମଲ୍ଲିକ, ପ୍ରଗତି ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading