ଜ୍ଞାନପ୍ରଭା ମିଶନ ଦ୍ୱାରା ସୃଜନିକା କାର୍ଯ୍ୟକ୍ରମ ଅନୁଷ୍ଠିତ



କେନ୍ଦ୍ରାପଡା, ୨୪/୬: ଜ୍ଞାନପ୍ରଭା ମିଶନ ଦ୍ୱାରା ଆୟୋଜିତ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ମାର୍ଗଦର୍ଶନରେ ଶିକ୍ଷକମାନଙ୍କୁ ନେଇ ସୃଜନିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପରମହଂସଜୀ “ଆଦର୍ଶ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା’ ଉପରେ ମାର୍ଗଦର୍ଶନ କରିଥିଲେ । ଆଦର୍ଶ ଶିକ୍ଷକଙ୍କ ଦ୍ୱାରା ଆଦର୍ଶ ଛାତ୍ର, ଆଦର୍ଶ ବିଦ୍ୟାଳୟ ଏବଂ ଆଦର୍ଶ ସମାଜ କିପରି ଗଠନ ହୋଇପାରିବ ସେହି ବିଷୟରେ ଆଲୋକପାତ କରିଥିଲେ । ଏଥିରେ ୨୫୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ସୃଜନିକା କାର୍ଯ୍ୟକ୍ରମକୁ ଜ୍ଞାନପ୍ରଭା ମିଶନ୍‌ର ସନ୍ନ୍ୟାସି ସ୍ୱାମୀ ଜ୍ୟୋତିର୍ମୟାନନ୍ଦ ଗିରି ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ସ୍ୱାମୀ ଗିରିଜାନନ୍ଦ ଗିରି କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜ୍ଞାନପ୍ରଭା ମିଶନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମିଶ୍ର, ଉପାଧ୍ୟକ୍ଷା ସ୍ୱାମୀ ଜ୍ଞାନସ୍ୱରୂପାନନ୍ଦ ଗିରି, ସମ୍ପାଦକା ସ୍ୱାମୀ ସାରଦାନନ୍ଦ ଗିରି, ସ୍ୱାମୀ ସତ୍ୟମୟାନନ୍ଦ ଗିରି, ବ୍ରହ୍ମଚାରିଣୀ ଝରଣା, ବ୍ରହ୍ମଚାରିଣୀ ମଧୁସ୍ମିତା, ମିଶନ୍ ସଦସ୍ୟା ବିଜୟଲକ୍ଷ୍ମୀ ମା, ଗୀତାଞ୍ଜଳି ମା, ସୁଜାତା ମା ଉପସ୍ଥିତ ରହି ସହଯୋଗ କରିଥିଲେ । ସ୍ୱାମୀ ବିଶ୍ୱରୂପାନନ୍ଦ ଗିରି, ଚନ୍ଦ୍ରାବତୀ ମିଶ୍ର, ଅଭିମନ୍ୟୁ ପଢିହାରୀ, ପାବନି ରାଉତ, ପ୍ରସନ୍ନ ମଲ୍ଲ, ଶ୍ରୀକାନ୍ତ ରାଉତ ଏବଂ ରମେଶ ସାର୍‌ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା ।


Next Post

ଭରତପୁର ଫୋରପୋଲ ଠାରୁ କେନାଲ ବନ୍ଧ ରାସ୍ତା ଶୋଚନୀୟ

Mon Jun 24 , 2024
କେନ୍ଦ୍ରାପଡ଼ା, ୨୪ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଭରତପୁର ଫୋରପୋଲ ଠାରୁ ଗୋବରୀ କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ପ୍ରାୟ ୨୦ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅବସ୍ଥା ବର୍ତ୍ତମାନ ଚଳାଚଳ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଛି । ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାରେ ଦୈନିକ ଦୂର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେବାରେ ଲାଗିଛି । ଏହି ରାସ୍ତା […]

You May Like