କେନ୍ଦ୍ରାପଡ଼ା, ୨୪ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ପଞ୍ଚାୟତର ସମିତିସଭ୍ୟା ସନ୍ଧ୍ୟାରାଣୀ ସେଠୀଙ୍କ ଅକାଳ ବିୟୋଗରେ ଆଜି କେନ୍ଦ୍ରାପଡ଼ା ବ୍ଲକରେ ଏକ ଶୋକସଭା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷା ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟାମାନେ ଯୋଗଦେଇ ସ୍ୱର୍ଗତା ସେଠୀଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାଥନା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଡ଼ିଓ ବନ୍ଦନା ଖଟୁଆ ସନ୍ଧ୍ୟାରାଣୀ ଜଣେ କର୍ମନିଷ୍ଠ ଜନପ୍ରତିନିଧି ଥିଲେ ଓ ତାଙ୍କ ଅକାଳ ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଛି । ଜଣେ ଦରଦୀ ଲୋକ ପ୍ରତିନିଧିକୁ ବ୍ଲକ ହରେଇଲା ବୋଲି ବିଡ଼ିଓ ତାଙ୍କ ବକ୍ତବ୍ୟରେ କହିଥିଲେ । ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିଲ୍ଲାପରିଷ ସଭ୍ୟ ରଶ୍ମିରଞ୍ଜନ ରାଉତ, ଲିଲିତା ଦାସ, ନିର୍ମଳା ମହାନ୍ତିଙ୍କ ସମେତ ବ୍ଲକ ଅଧିନସ୍ତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱର୍ଗତା ସେଠୀଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ଏହି ଶୋକସଭାରେ ସ୍ୱର୍ଗତା ସେଠୀଙ୍କ ସ୍ୱାମୀ ଅଭିରାମ ସେଠୀ ଓ ୫ ବର୍ଷର ପୁଅ ଏବଂ ୧୨ ବର୍ଷର ଝିଅ ଉପସ୍ଥିତ ଥିଲେ ।
kanikanews.in
Next Post
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତ୍ତୋକୋତ୍ତର ଛାତ୍ରଛାତ୍ରୀ ଭେଟିଲେ ଜିଲ୍ଲାପାଳଙ୍କୁ , ଶିକ୍ଷାଦାନ ଓ ପରିଚାଳନାରେ ଗୁରୁତ୍ତର ତୃଟି ଅଭିଯୋଗ
Mon Jun 24 , 2024
କେନ୍ଦ୍ରାପଡ଼ା, ୨୪ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରେ ବିଭିନ୍ନ ବିଷୟରେ ସ୍ନାତ୍ତୋକୋତ୍ତର(ପିଜି) ଶିକ୍ଷା ପାଇଁ କ୍ଲାସ ଖୋଲିଥିଲେ ମଧ୍ୟ ପାଠ୍ୟକ୍ରମ ଚୟନ, ଶିକ୍ଷାଦାନ ଓ ପରିଚାଳନାରେ ଗୁରୁତ୍ତର ବାଧା ସୃଷ୍ଟି ହୋଇଥିବା ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏହିସବୁ ସମସ୍ୟା ଗୁଡିକୁ ନେଇ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି । ଏନେଇ ଆଜି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତ୍ତୋକୋତ୍ତର(ପିଜି) ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ […]

You May Like
- 7 months ago
ଶୁଦ୍ଧାନନ୍ଦ ବିଦ୍ୟାଳୟ ବାର୍ଷିକ ଉତ୍ସବ
- 2 years ago
କେନ୍ଦ୍ରାପଡା ଜିଲ୍ଲା “ଭୂମି ସମ୍ମାନ”ରେ ପୁରସ୍କୃତ
- 2 years ago
କେନ୍ଦ୍ରାପଡାରେ ଲିଗାଲ ଲିଟେରାସି ଫେଷ୍ଟିଭାଲ