ହୋମିଓ ଚିକିତ୍ସକ ଶରତ ଚନ୍ଦ୍ର ଜେନାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଚାରା ବଣ୍ଟନ



କେନ୍ଦ୍ରାପଡା ୨୫/୬: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ପଞ୍ଚାୟତର ସଫଳ ହୋମିଓ ଚିକିତ୍ସକ ଶରତ ଚନ୍ଦ୍ର ଜେନାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଅବସରରେ ନିକିରାଇସ୍ଥିତ ବାସ ଭବନ ସମ୍ମୁଖରେ ଉପସ୍ଥିତ ଗ୍ରାମବାସୀ ତଥା ଆମନ୍ତ୍ରିତ ଅତିଥିମାନଙ୍କୁ ଆମ୍ବ, ବକୁଳ, ପିଜୁଳି, ଗୁଆ, କୃଷ୍ଣଚୂଡା, ଅଶୋକ, ରାଧାଚୂଡା, ଆକାଶି, ସୁଗନ୍ଧରାଜ ପ୍ରଭୃତି ବିଭିନ୍ନ ପ୍ରକାର ଶତାଧିକ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ଜେନା, ବିଜୟ କୁମାର ଖୁଣ୍ଟିଆ, ସମାଜସେବୀ ପ୍ରସନ୍ନ କୁମାର ଜେନା, ବିବେକାନନ୍ଦ ଜେନା, ଅଦ୍ୱୈତ ବଲ୍ଲଭ ଜେନା, ଶିକ୍ଷକ ନେତା ପ୍ରଣବ କୁମାର ଜେନା, ଶରତ ଚନ୍ଦ୍ର ନାୟକ, ବ୍ରହ୍ମାନନ୍ଦ ସାମଲ, ପରିବେଶବିତ୍ କାଶିନାଥ ରାଉତରାୟ, ବେଣୁଧର ନାୟକ, ଜ୍ଞାନେନ୍ଦ୍ର କୁମାର ବାରିକ, ମୁରଲୀଧର ବିଶ୍ୱାଳ, ରାମନାରାୟଣ ସିଂହ, ପ୍ରମୋଦ କୁମାର ରାଉତରାୟ, ବିପିନ ବିହାରୀ ଜେନା, ଗଗନ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ଦିଲ୍ଲୀପ କୁମାର ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ଦୁଇ ବିଧାୟକ ସମୀକ୍ଷା ବୈଠକ ପାନୀୟଜଳ ସୁଧାର ଓ ଜନକଲ୍ୟାଣ ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ତାଗିଦ

Tue Jun 25 , 2024
କେନ୍ଦ୍ରାପଡ଼ା  ଓ ରାଜନଗର ବିଧାନସଭା ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ଲକର ୩୧ (କେନ୍ଦ୍ରାପଡ଼ା -୧୨ ଓ ରାଜନଗର-୧୯) ପଂଚାୟତରେ ପାନୀୟଜଳ ସମସ୍ୟା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କୁ ନେଇ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । […]

KANIKA