କେନ୍ଦ୍ରାପଡ଼ା, ୨ା୭: ଯୁବ ଭାରତ କୃଷକ ସଂଘ ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟା ସୁପ୍ରଭା ଦାସ ମହାନ୍ତିଙ୍କ ସଭାପତିତ୍ୱରେ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ରାହ୍ମଣୀଗାଁରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି ।ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୁବ ଭାରତ କୃଷକ ସଂଘର ରାଜ୍ୟ ସଭାପତି ପ୍ରଭାକର ନାୟକ ଯୋଗଦେଇ ଉଦବୋଧନ ଦେଇ କୃଷକ ମାନଙ୍କ ମୌଳିକ ଓ ବୃତ୍ତିଗତ ସମସ୍ୟାର ସମାଧାନ ପାଇଁ ଏକ ସଙ୍ଘ ଗଠନ ପାଇଁ ପ୍ରସ୍ତାବ ରଖିଥିଲେ । କୃଷକର ସମସ୍ୟା ସମାଧାନ ଓ ଅଧିକାର ହାସଲ ଆମର ମୂଳ ଲକ୍ଷ୍ୟରେ ସଫଳତା ପାଇଁ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । କୃଷକ ସେବାକେନ୍ଦ୍ର ସ୍ଥାପନ କରି ଏହାର ସମାଧାନ କରିବାକୁ ପ୍ରଥମ ପଦକ୍ଷେପ ଗ୍ରହଣ କରାଯାଇପାରିବ । ସେଥି ନେଇ କୃଷକ ଭାଇ ମାନଙ୍କ ସହଯୋଗ ଲୋଡ଼ାଯାଇଥିଲା । ବାର ଦଫା ଦାବୀ ପୂରଣ ପାଇଁ ନୂଆ ସରକାରଙ୍କ ସହ ଆଲୋଚନା କରାଯିବ ବିଫଳ ହେଲେ ପରର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ମିଶ,୍ର ଜିଲ୍ଲା ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ମାର୍ଶାଘାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଚିନ୍ମୟୀ ମହାନ୍ତି, ଅଲେଖ ଚନ୍ଦ୍ର ବାରିକ, ସର୍ବେଶ୍ୱର ପରିଡ଼ା, ପଦିପ୍ତ କୁମାର ମହାନ୍ତି, ବିଭୁପ୍ରସାଦ ସାହୁ ଓ ଆମର ବେହେରା ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉଦବୋଧନ ଦେଇଥିଲେ ।
kanikanews.in
Next Post
କୋଭିଡ ଟୀକା ନେଇଥିବାରୁ ପୁରସ୍କାର ମିଳିବ କହି ଟଙ୍କା ଠକି ନେଲେ ସାଇବର ଲୁଟେରା
Wed Jul 3 , 2024
କେନ୍ଦ୍ରାପଡ଼ା, ୨ା୭: ଆପଣ କୋଭିଡ ଟୀକା ନେଇଥିଲେ । ତେଣୁ ଆପଣଙ୍କୁ ସରକାର ଙ୍କ ପକ୍ଷରୁ ଚାରି ହଜାର ଟଙ୍କା ପୁରସ୍କାର ରାଶି ମିଳିବ । ତେଣୁ ମୋବାଇଲରେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ ଓ ପୁରସ୍କାର ରାଶି ଜିତନ୍ତୁ । ଏହି ଭଳି କଲ୍ ଆସିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବଉଳାଙ୍ଗ ଗ୍ରାମ ର ମା ଶାରଳା ଏଣ୍ଟରପ୍ରାଇଜର୍ସର ମାଲିକ ପ୍ରସନ କୁମାର ରାଉତଙ୍କୁ […]

KANIKA
- 1 year ago
ଅଳପୁଆ ପଂଚାୟତର କଂଗ୍ରେସ କର୍ମୀ ସମ୍ମିଳନୀ
- 9 months ago
ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ
- 2 years ago
ଶୁଖିଲା ପଡିଛି କେନାଲ; ଦୁଇଶହ ଏକର ଚାଷ ଜମି ପଡିଆ