ପୁରାତନ ଛାତ୍ରମାନଙ୍କ ପକ୍ଷରୁ ୭୫ତମ ବନମହୋତ୍ସବ


ପ୍ରତିବର୍ଷ ଜୁଲାଇ ମାସର ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି ୭୫ତମ ବନମହୋତ୍ସବ । ଏହି ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲ ୨୦୦୧ ମସିହା ପୂର୍ବତନ ଛାତ୍ରୀଛାତ୍ରଙ୍କ ତରଫରୁ ଅଳଭା ୟୁଜି ୟୁପି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଆଇନଜିବୀ ମନୋଜ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ତାରା ମଲିକ, ଶିକ୍ଷକ ଆଲୋକ ଷଡ଼ଙ୍ଗୀ, ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ଦାଶ,ସ୍ୱର୍ଣ୍ଣଲତା ଦାଶ,ସୁଧାଂଶୁବାଳା ରାଉତ, କାଉନସିଲର ସମ୍ରାଟ ଜେନା,ଆଇନଜୀବୀ ବିଜ୍ଞାନ ଜେନା,ଧିରେନ୍ଦ୍ର ସାହୁଙ୍କ ସହ ଅନ୍ୟାନ୍ୟ ପରିବେଶକର୍ମୀ ଉପସ୍ଥିତ ଥିଲେ । ବୃକ୍ଷ ବଂଚିଲେ ଏ ଜୀବ ଜଗତ ବଂଚିରହିବା ସହିତ ଗ୍ଲୋବାଲ ୱାର୍ମି ଓ ବିଭିନ୍ନ ପ୍ରକାର ପ୍ରାକୃତିକ ବିପତିରୁ ରକ୍ଷା ପାଇପାରିବେ ବୋଲି ଅତିଥି ମାନେ ବୃକ୍ଷରୋପଣ ସମୟରେ ମତ ପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ରୀଛାତ୍ର ପତିତପାବନ ପ୍ରଧାନ, ବିକ୍ରମ ପାତ୍ର, ତପନ ଦାଶ, ପୁଷ୍ପଲତା ପଣ୍ଡା, ରମାକାନ୍ତ ରାଉତ, ବିଚତ୍ର ମଳିକ, ମାନସୀ ବାରିକ, କଳ୍ପନା ଦାଶ, ରଶ୍ମିରଞ୍ଜନ ପାତ୍ର, ଧର୍ମ ରଞ୍ଜନ ନାୟକ, ପୁଷ୍ପାରଞନ ଗିରି,ଜିତେନ୍ଦ୍ର ବେହେରା, ନିମାଇଁ ପାତ୍ର, ଶ୍ରିମାଞ୍ଚଳ ନାୟକ, ଦେବାଶିଷ ପଣ୍ଡା, ଅନିଲ ବେହେରା, ଦିଲ୍ଲୀପ ବେହେରା, ପ୍ରଦୀପ ଜେନା ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading