ନିମ୍ନମାନର ଛତୁଆ ବିକ୍ରୀ ବିବାଦରେ ସ୍ୱୟଂ ସହାୟକ ଗୋଷ୍ଠୀ


କେନ୍ଦ୍ରାପଡ଼ା, ୬ା୭: ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଛନ୍ଦି ହୋଇପଡୁଥିବା ରାଜକନିକା ବ୍ଲକର ଦୁଇ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ନିଜର ନିମ୍ନମାନର ଛତୁଆ ପ୍ରସ୍ତୁତିକୁ ନେଇ ଚର୍ଚ୍ଚାରେ ଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଗୋଷ୍ଠୀକୁ ଲାଦ୍ଭ ପାଇଁ ମଧ୍ୟାହ୍ନଭୋଜନ(ଏମଡିଏମ) ଚାଉଳ ଯୋଗାଣ, ଛତୁଆ ପ୍ରସ୍ତୁତି ଓ ବଣ୍ଟନ ସହ ଦୁଧ ପ୍ରକ୍ରିୟାକରଣ ଭଳି ଲାଭଜନକ କାର୍ଯ୍ୟକ୍ରମ ସବୁ ଦିଆଯାଇଛି । ତାହାକୁ ନେଇ ଏବେ ବହୁ ସନ୍ଦେହ ଦେଖା ଦେଇଛି । ରାଜକନିକା ବ୍ଲକର ଜଣେ କରିତ୍‌କର୍ମା ବଡ଼ବାବୁଙ୍କୁ ଖୁସି କରିବା ସହ ନିଜର ବ୍ୟବସାୟକୁ ବଢ଼ାଇ ଚାଲିଥିବା ଏହି ଗୋଷ୍ଠୀ କ’ଣ ପାଇଁ ତମାମ ବ୍ଲକର ଏହି ଉଦ୍ୟୋଗ ପାଇଛି ତାର ତଦନ୍ତ ହେବା ଜରୁରୀ । ସବୁଠୁ ଆଶ୍ଚର୍ଜ୍ୟର କଥା ହେଉଛି ବ୍ଲକର ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକର ଶିଶୁ, ପ୍ରସୁତି ଓ ଗର୍ଭବତୀ ମହିଳାଙ୍କୁ ନିମ୍ନମାନର ଛତୁଆ ପ୍ରଦାନ କରାଯାଉଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ସେହି ଗୋଷ୍ଠୀର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ ପରିଦର୍ଶନ କରିଥିଲେ  ।

ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତିର ବହୁ ଉଦ୍ୟୋଗ ସୃଷ୍ଟି ହେବା ଏବଂ ସବୁ ଲାଭଜନକ ଉଦ୍ୟୋଗଚକେବଳ ଗୋଷ୍ଠିର ଜଣେ ମହିଳାଙ୍କ ହାତରେ ଟେକିଦେବା ସନ୍ଦେହ ସୃଷ୍ଟି କରିଛି । ସଂପୃକ୍ତ ମହିଳା ଜଣଙ୍କ ଯେ କି କେବଳ ଗୋଷ୍ଠୀ ନାମରେ ସବୁ ପ୍ରକଳ୍ପକୁ ବ୍ୟକ୍ତିଗତ ଭାବରେ ଚଲାଇଛନ୍ତି ସେ ଏସବୁ ପାଇବା ପଛର କାରଣକୁ ନେଇ ସନ୍ଦେହ ବଢ଼ିଛି । ମାତ୍ର ଦଶ ବର୍ଷ ମଧ୍ୟରେ ଏହି ଗୋଷ୍ଠୀ ନା ନେଇ ସମୁଦାୟ ବ୍ୟକ୍ତିଗତ ପରିଚାଳନାରେ ସମ୍ପୃକ୍ତ ମହିଳାଙ୍କ ସମ୍ପତ୍ତି ବହୁ ଗୁଣରେ ବଢିବାରେ ଲାଗିଛି । ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଗଲେ ଆୟର ପନ୍ଥା କଣ ତାହା ଲୋକଲୋଚନକୁ ଆସିବା ସହ ପ୍ରଶାସନର ତାଙ୍କ ସହ ରହିଥିବା ଅଘୋଷିତ ବୁଝାମଣା ମଧ୍ୟ ପଦାକୁ ଆସିପାରିବ ବୋଲି ଅଭିଯୋଗ ହୋଇଛି । ତେବେ ଜଗତସିଂପୁର ଅଞ୍ଚଳର ଜଣେ ଧୂର୍ତ୍ତକିରାଣୀ ରାଜକନିକାରେ ୨୭ ବର୍ଷ କାଳ ବ୍ଲକରୁ ତହସିଲ ଏବଂ ସିଡିପିଓ ଅଫିସ ଏମିତି ବଦଳି ହୋଇ ଏଠାରେ ରହି ଆସିଛନ୍ତି । ସମୁଦାୟ ପ୍ରଶାସନକୁ ସ୍ଥାନୀୟ ନେତାଙ୍କ କଥାରେ ପରିଚାଳନା କରିବା ସହ ଏହି ମହିଳାଙ୍କୁ ସବୁପ୍ରକାର ସହଯୋଗ କରିବା ମୁଳ କାରଣ ହେଉଛନ୍ତି ସେହି କିରାଣୀ ବୋଲି ଆଲୋଚନା ହେଉଛି । ତେବେ ସଶକ୍ତ ମହିଳା ମାନଙ୍କ ନାଁ ରେ ଦେଉଳସାହିର ଏହି ଗୋଷ୍ଠୀର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ସହ ଆକାଉଣ୍ଟଯାଞ୍ଚ କଲେ ବହୁୁ ଅନାଲୋଚିତ ତଥ୍ୟ ପଦାକୁ ଆସିବ ବୋଲି ଅଭିଯୋଗକାରୀ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading