ପୁନର୍ବାସ ଦ୍ୱାରା ପୁସ୍ତକ ପାଠକାର୍ପଣ, ୱେବ୍ ସାଇଟ୍ ଉନ୍ମୋଚନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଟିତ



କେନ୍ଦ୍ରାପଡ଼ା,୨୨/୭- ପୁନର୍ବାସ ସ୍ୱେଚ୍ଛାସେବୀ ସଂଗଠନ ଦି ଡେଷ୍ଟି ନେସନ୍ ପରିସରରେ ବିଶିଷ୍ଟ କଥାକାର ଡ. ବିରଜା ରାଉତରାୟଙ୍କ ପରିବର୍ଦ୍ଧିତ ପୁସ୍ତକ, ଭିନ୍ନକ୍ଷମ ପୂର୍ଣ୍ଣ ଥଇଥାନ ଅଧିନିୟମ. ୨୦୧୬ (ସଂକ୍ଷିପ୍ତ ସାର)କୁ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ପାଠକାର୍ପଣ କରିଥିଲେ । ଏହାକୁ ବରିଷ୍ଟ ସାମ୍ବାଦିକ ମାତୃଦତ୍ତ ମହାନ୍ତି ସଂଯୋଜନା କରିଥିଲେ ବେଳେ ପୁନର୍ବାସର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧି କାରିଣୀ ରୂପାଲି ପ୍ରିୟଦର୍ଶିନୀ ନାୟକ, ପ୍ରାକ୍ତନ୍ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗ ଦେଇ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମ୍ମିଳିତ ଭାବେ ଆଗେଇ ଆସିବାକୁ ଅନୁରୋଧ କରିବା ସହ ଏ କ୍ଷେତ୍ରରେ ପୁନର୍ବାସ ଯଥେଷ୍ଟ ଆଗକୁ ଯାଇଥିବାରୁ ଏହାର ଉଚ୍ଚ ପ୍ରଶଂସା କରିଥିଲେ । ନିମାଇଁ ଚରଣ ମାନସିକ ଅନଗ୍ରସର ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ଅତିଥି ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ । ପୁନର୍ବାସ ପକ୍ଷରୁ ରଚିତା ଜେନା, ଗୁଞ୍ଜନ ସ୍ମିତା ବେହେରା ଅତିଥି ମାନଙ୍କୁ ସବୁଜ ଭେଟି ପ୍ରଦାନ କରିଥିଲେ । ପରେ ପରେ ଅତିଥିମାନେ “ପୁନର୍ବାସ ସମାଚାର’ ସ୍ୱତନ୍ତ୍ର କଳେବଳ ରେ ରଙ୍ଗାଇତ ସମ୍ବାଦପତ୍ରର ପାଠକାର୍ପଣ କରିଥିଲେ । ପରେ ପରେ ଚଳନ ଶକ୍ତି ବାଧିତା ପାରା ଜାତୀୟ ସନ୍ତରଣକାରୀ ମୋନାଲି ସ୍ୱାଇଁ ଓ ମେଧାବୀ ଛାତ୍ର ଦିପକ କୁମାର ଜେନାଙ୍କୁ ପୁନର୍ବାସ ଦ୍ୱାରା ଉପଢୌକନ, ଟ୍ରଫି, ଫୁଲ ଗଛ ଓ ପୁନର୍ବାସ ସମାଚାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହାକୁ ଲବ୍ଧ ପ୍ରତିଷ୍ଠିତ କବି ନବ ଜ୍ୟୋତି ରାୟ ସଂଯୋଜନା କରିଥିଲେ । ମୂଖ୍ୟ ଅତିଥି ପୁନର୍ବାସ ୱେବ୍ ସାଇଟ୍ ଡବ୍ଲ୍ୟୁ.ଡବ୍ଲ୍ୟୁ.ଡବ୍ଲ୍ୟୁ.ପୁର୍ନବାସ.ଓଆରଜି ର ଶୁଭାରମ୍ଭ କରିଥିଲେ । ମହମ୍ମଦ ଜାହିଦ ଖାଁ, ଜ୍ୟୋତି ରଞ୍ଜନ ନାୟକ, ନାରାୟଣ ପତି, ପୁନର୍ବାସ ସଂଯୋଜକ ସଂଜୀବ କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ରଞ୍ଜନ ବାରିକ୍ ଶେଷଦେବ ଦାସ, ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ, ସବୁ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ, ପୁନର୍ବାସର କର୍ମଚାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସର୍ବଶେଷରେ ସହ ସମ୍ପାଦକ ଶ୍ରୀ ବଂଶୀଧର ମହାନ୍ତି ଧନ୍ୟବାଦ୍ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading