
ଚଳିତ ସାଧାରଣ ନିର୍ବାଚନ ପରେ ବୁଧବାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସାଙ୍ଗଠନିକ ସମୀକ୍ଷା ବୈଠକ ଦଳର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ ରାଜନଗର ଆସନ ସମେତ ଜିଲ୍ଲାର ୪ଟି ବିଧାନସଭା ଆସନ ଦଖଲ କରି ବିଜେଡି ତାର ସମ୍ମାନ ଓ ପ୍ରତିଷ୍ଠା ବଜାୟ ରଖିଛି । କିନ୍ତୁ ଅଳ୍ପ ଭୋଟରେ ସାଂସଦ ଆସନ ହରାଇଛି । ଆଗାମୀ ଦିନରେ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜଭୁତ କରି ଦାୟିତ୍ୱସମ୍ପନ୍ନ ବିରୋଧୀଦଳର ନେତା ଓ କର୍ମୀ ଭାବେ ବିଜେଡିନେତା ଓ ଜନପ୍ରତିନିଧିମାନେ ବିଭିନ୍ନ ପ୍ରସଙ୍ଗରେ ଜୋରଦାର ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ ।
ରାଜନଗର ପୂର୍ବତନ ବିଧାୟକ ତଥା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିର୍ବାଚନ ଜିତିବା ଓ ହାରିବା ରାଜନୀତିର ଏକ ସ୍ୱାଭାବିକ ପ୍ରକ୍ରିୟା । ଜନମତ ବିଜେଡିକୁ ବିରୋଧୀ ଆସନରେ ବସାଇଛି । ଜନମତକୁ ସମ୍ମାନ ଦେଇ ବିଜେଡି ନେତା ଓ କର୍ମୀମାନେ ଜନସ୍ୱାର୍ଥର ଜାଗ୍ରତ ପ୍ରହରୀ ହେବାକୁ ପରାମର୍ଶ ଦେଇଥିଲେ ।
ରାଜ୍ୟ ବିଜେଡି ପ୍ରାକ୍ତନ ସାଧାରଣସମ୍ପାଦକ ତଥା ବରିଷ୍ଠ ବିଜେଡି ନେତା ବିଜୟ କେତନ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଓ ଜ୍ୟୋତିର୍ମୟୀ ବେହେରା, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ବ୍ଲକ ବିଜେଡି ଉପସଭାପତି ସୁବାଷ ଦାସ, ଅରକ୍ଷିତ ସାହୁଓ ସର୍ବେଶ୍ୱର ମହାନ୍ତି,ସାଧାରଣ ସମ୍ପାଦକ କଳାକାର ପ୍ରଧାନ, ବରିଷ୍ଠ ନେତା ଯଦୁମଣି ଦାସ ପ୍ରମୁଖ ଭାଷଣ ଦେଇ ଉପଯୁକ୍ତ ବିରୋଧୀ ଦଳର ନେତା ଭାବେ ବିଜେଡିନେତା ଓ କର୍ମୀମାନେ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଜୋରଦାର ସ୍ୱର ଉତ୍ତୋଳନ କରିବାକୁ ନିବେଦନ କରିବା ସହିତ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧନୁର୍ଜୟ ସ୍ୱାଇଁ,କ୍ଷୀରୋଦ ସାମନ୍ତରାୟ,ସନ୍ତୋଷ ଦାସ,ପୂର୍ଣ୍ଣ ଚନ୍ଦ୍ର ସିଂହ, ସଂଗ୍ରାମ ବାରିକ ପ୍ରିୟବ୍ରତ ଓଝା, ,ଲଷ୍ମୀପ୍ରିୟା ଷଢଙ୍ଗୀ,ରାମ ଚନ୍ଦ୍ର ରାଉତ,ସୁଶାନ୍ତ ସାମନ୍ତରାୟ, ବସନ୍ତ ନାଥ, ବନୋଜ ସେଠୀ, ରଂଜିତା ସାହୁ,ବିଜୟ ରାଉତ, ମିନତୀ ପାତ୍ର, ବିଶ୍ୱରଞ୍ଜନ ଭୂୟାଁ, ପର୍ଶୁରାମ ରାଉତରାୟ, ମାନସ ମଲିକ ଅଜାମ୍ବର ପ୍ରଧାନ,ଅଶୋକ ପରିଡା ଇଂ ସ୍ବପ୍ନ ରଞ୍ଜନବେହେରା,ନାରାୟଣ ଦାସ,ନିକୁଞ୍ଜ ଦାଶ, ପରମାନଦ ପଲାଇ, ନିରଞ୍ଜନ ବାରିକ, ଶ୍ରୀମନ୍ତ ଦାସ, ଟୂବୁଲି ଚୌଧୁରୀ,ସରୋଜ ଧଳ, ମାଗୁଣି ଲେଙ୍କା,ସୁବାଷ ଖଟୁଆ, ସମୀର ପ୍ରଧାନ,ସୂର୍ଯ୍ୟକାନ୍ତ ରାଉତ ପ୍ରମୁଖ ଭାଷଣ ଦେଇ ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ମଜବୁତ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଗ୍ରାମ ସ୍ୱାଇଁ,ବାବନ ସାହୁ, ଦିଲ୍ଲୀପ ସାହୁ ସୂର୍ଯ୍ୟକାନ୍ତ ରାଉତ, ଶଶିକାନ୍ତ ପଣ୍ଡା, ମଳୟ ମଲିକ, ବାପି ସାମଲ ପ୍ରେମାନନ୍ଦ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।











