ପୂର୍ବତନ ଏବିଇଓ ନରହରି ସୂତାରଙ୍କ ପରଲୋକ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଦମଦାଣ୍ଡି ଭୀମସେନ ନୋଡାଲ ୟୁପି ସ୍କୁଲ୍ ପୂର୍ବତନ ପ୍ରଧାନଶିକ୍ଷକ, ଡେରାବିଶ ବ୍ଲକ ପୂର୍ବତନ ଏବିଇଓ କବି ନରହରି ସୂତାରଙ୍କ ହୃଦଘାତରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଗତ ବର୍ଷେ ତଳେ ସେ ଡେରାବିଶ ବ୍ଲକ ଏବିଇଓ ଭାବେ ଅବସର ନେଇଥିଲେ । ବୁଧବାର ଭୋର ୫ ଟା ସମୟରେ ତାଙ୍କ ନିଜ ଗ୍ରାମ ଆଳି ବ୍ଲକ ଧାନମଣ୍ଡଳ ଶ୍ୟାମସୁନ୍ଦରପୁରସ୍ଥିତ ବାସଭବନରେ ଅସୁସ୍ଥ ହୋଇ ପଡ଼ିଥିଲେ । ତତ୍କାଳ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ପଟ୍ଟାମୁଣ୍ଡାଇ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ , ପଟ୍ଟାମୁଣ୍ଡାଇ ବିଇଓ ହରିହର ଦଳାଇ, ଡେରାବିଶ ବିଇଓ ଶ୍ରୀକାନ୍ତ ବେହୁରା, ରାଜ୍ୟସ୍ତରୀୟ ଶିକ୍ଷକ ନେତା ମଳୟ କୁମାର ଜେନା, ସିଆରସିସି ରଂଜନ ସାହୁ, ସିଆରସିସି ପ୍ରଦୀପ ତରାଇ ସିଆରସିସି ଅରବିନ୍ଦ ବଳ, କବି ଅନ୍ତର୍ଯ୍ୟାମୀ ବେଜ୍‌, କବି ପ୍ରଦୀପ ନାୟକ,ପୂର୍ବତନ ପ୍ରଧାନ ଶିକ୍ଷକ ସୁରେଶ ଜେନା, ବିଜୟ ସାହୁ କାଉନସିଲର ମଳୟ ଓଝା, ପୂର୍ବତନ କାଉନସିଲର ମଳୟ ମଲ୍ଲିକ ହରଗୋବିନ୍ଦ ଦାଶ ଶିକ୍ଷୟତ୍ରୀ କ୍ରିଷ୍ଣା ସ୍ୱାଇଁ,ସରସ୍ୱତୀ ପଣ୍ଡାଙ୍କ ସମେତ ଡେରାବିଶ ବ୍ଲକ ଓ ଆଳି ବ୍ଲକର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ ସି ଆର ସିସି ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ପହଂଚି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।


Next Post

ଗାଡି ପାର୍କିଂକୁ ନେଇ ରାଜଧାନୀରେ ଡବଲ ମର୍ଡର

Thu Aug 8 , 2024
ଭୁବନେଶ୍ୱର,୮।୮-ରାଜଧାନୀ ଭୁବନେଶ୍ୱରରେ ବୁଧବାର ବିଳମ୍ବିତ ରାତିରେ ଡବଲ ମର୍ଡର ହୋଇଛି। ଭୁବନେଶ୍ୱରସ୍ଥିତ ହାଇଟେକ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ହତ୍ୟାକାଣ୍ଡ ଘଟିଛି। ଗାଡି ପାର୍କିଂକୁ ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ ଏୟାରଫିଲଡ ଥାନା ପୋଲିସ ତଦନ୍ତ ଚଳାଇଛି।

KANIKA