ମତ୍ସ୍ୟ ଅଧିକାରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ



କେନ୍ଦ୍ରାପଡ଼ା, ୭ା୮: କେନ୍ଦ୍ରାପଡା ବ୍ଲକରେ କାର୍ଯ୍ୟରତ ଅତିରିକ୍ତ ମତ୍ସ୍ୟଅଧିକାରୀ ମୋନାଲିସା ପଣ୍ଡାଙ୍କୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନସିକ ନିର୍ଯ୍ୟାତନା ଦେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ କୈାଣସି କାରଣ ନଥାଇ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହି ନୋଟିସର ନକଲ ଜିଲ୍ଲା ମତ୍ସ୍ୟ ବିଭାଗର ନିର୍ଦେଶକଙ୍କୁ ପଠାଇ ଦେଇଛନ୍ତି। ଯାହାଫଳରେ ତାଙ୍କ ଚାକିରୀରେ ଆଞ୍ଚ ଆସିଥିବା ଓ ଭବିଷ୍ୟତରେ ସେ ବିଭାଗୀୟ ତଦନ୍ତର ସମ୍ମୁଖୀନ ହେବାର ଆଶଙ୍କା ରହିଛି। କୈାଣସି ଭୁଲ ନଥାଇ ତାଙ୍କୁ ଏଭଳି ମାନସିକ ନିର୍ଯ୍ୟାତନା ଦିଆଯାଉଥିବାରୁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାନ୍ଦିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ତାଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଅଭିଯୋଗର ତଦନ୍ତ କରାଯାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ତାଙ୍କୁ ଆଶ୍ୱାସନ ଦେଇଥିଲେ।


Next Post

ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଓ ଉପରିସ୍ତ ଅଧିକାରୀଙ୍କୁ ଅସମ୍ମାନ ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଳମ୍ବିତ

Thu Aug 8 , 2024
କେନ୍ଦ୍ରାପଡ଼ା, ୭ା୮: ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଓ ଉପରିସ୍ତ ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଲୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ନିଳମ୍ବନ କରିଛନ୍ତି । ଶ୍ରୀ କୁଣ୍ଡୁଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସେହି ଅଭିଯୋଗର ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ କେନ୍ଦ୍ରାପଡା ତହସିଲଦାର, କେନ୍ଦ୍ରାପଡା ବିଡିଓ ଏବଂ ଟାଉନଥାନା ଅଧିକାରୀଙ୍କୁ ଏହାର […]

KANIKA