
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଷଣଅଂଟା ହାଇସ୍କୁଲ ଠାରେ ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଶିକ୍ଷା ମଣ୍ଡଳ ଅଧିନରେ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ପ୍ରତିଭା ଉନ୍ମେଷ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ରାଜ୍ୟ ସ୍ତରୀୟ ଶିକ୍ଷକନେତା ସିଆରସିସି ମଳୟ ଜେନା ପୌରହିତ୍ୟ କରିଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟ ଅତିଥି, ବିଆରସିସି ଚନ୍ଦ୍ରଶେଖର ତ୍ରିପାଠୀ, ଏବିଇଓ ସୁନିତ୍ ଦାଶ ସମ୍ମାନିତ ଅତିଥି,ପୁର୍ବତନ ପ୍ରଧାନ ଶିକ୍ଷକ ସଚିତ୍ର ବେହୁରା ମୁଖ୍ୟ ବକ୍ତା କଷଣଅଂଟା ୟୁଜିୟୁପିଏସଏମସି ସଭାପତି ଉମେଶ ଜେନା , ପ୍ରଧାନଶିକ୍ଷକ ଶ୍ରୀମନ୍ତ ବେହୁରା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସିଆରସିସି ସଞ୍ଜୟ ସାହୁ ସ୍ୱାଗତଭାଷଣ ଦେଇଥିବା ବେଳେ ସି ଆର ସି ସି ରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ବକୃତା, ଚିତ୍ରାଙ୍କନ, ସଂଗୀତ ଆଦି ୩ଟି ବିଭାଗରେ ବିଭିନ୍ନ ସ୍କୁଲରପ୍ରାୟ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଶେଷରେ ସିଆରସିସି ପ୍ରଦୀପ ତରାଇ ଧନ୍ୟବାଦ ଦେଇଥିଲେ ।











