ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର



କେନ୍ଦ୍ରାପଡା, ୮ା୮: ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ସୁପ୍ରିମ୍‌କୋର୍ଟଙ୍କ ବହୁଜନ ବର୍ଗୀକରଣ ରାୟ ପ୍ରତିବାଦରେ ଦେଶବ୍ୟାପୀ ଭାରତ ବନ୍ଦକୁ ସମର୍ଥନ ଜଣାଇ ମୂଳନିବାସୀ ୟୁନାଇଟେଡ୍ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତବର୍ଷରେ ପୂର୍ବେ ମଣିଷ ଜାତିକୁ ହୀନ କଳଙ୍କିତ ଜାତି ବ୍ୟବସ୍ଥାରେ ସାମାଜିକ କ୍ଷେତ୍ରରେ ବାସନ୍ଦ କରାଯାଇ ପଶୁତୁଲ୍ୟ ବ୍ୟବହାର କରାଯାଉଥିଲା । ମୂଳନିବାସୀ ସମାଜକୁ ମୁଖ୍ୟସ୍ରୋତକୁ ଆଣି ସାମାଜିକ, ଆର୍ôଥକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ ପରିବର୍ତ୍ତନ ପାଇଁ ଭାରତବର୍ଷର ମୁକ୍ତିଦାତା ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକର ସମ୍ବିଧାନରେ ଜାତିବର୍ଗ ନିମିତ୍ତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ବ୍ୟବସ୍ଥାରେ ପଛୁଆ ବର୍ଗ ଓ ଅର୍ଥନୈତିକ ସ୍ଥରରେ ପଛରେ ରହିଛି । ଜନସାଧାରଣଙ୍କ କିଛି ମୌଳିକ ଦାବିଗୁଡିକ ହେଉଛି, ସ୍ୱାଧୀନତାର ୭୮ବର୍ଷ ପୂ୍‌ର୍ତ୍ତୀ ଅବସରରେ ଶିକ୍ଷା ଓ ବିକାଶ ବା ସୁରକ୍ଷା କ୍ଷେତ୍ରରେ ଏହି ବର୍ଗ ଅସଫଳ ହୋଇଛନ୍ତି । ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ ଅବସରପ୍ରାପ୍ତ ବିଚାରପତିମାନଙ୍କ ଦ୍ୱାରା ତଦନ୍ତ କମିଶନ କରି ତଦନ୍ତ କରୁନାହାଁନ୍ତି । ଓଆର୍‌ଭି ଆକ୍ଟ ଅନୁଯାୟୀ ନିଯୁକ୍ତି, ଶିକ୍ଷା କ୍ଷେତ୍ରରେ ସଂଖ୍ୟାନୁପାତିକ ୪୨ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇନାହିଁ । ଜାତିପ୍ରଥା ମୂଳ ଉତ୍ପାଟନ ପାଇଁ ବ୍ୟବସ୍ଥା କରାଯାଉନାହିଁ । ଏହି ଦାବିଗୁଡିକ ଉପରେ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ ପଦକ୍ଷେପ ନେଇ ଠିକ୍ ଭାବରେ ତଦନ୍ତ କରିବାକୁ ଫୋରମ୍‌ର ସଦସ୍ୟମାନେ ନିବେଦନ କରିଛନ୍ତି । ମୂଳନିବାସୀ ୟୁନାଇଟେଡ୍ ଫୋରମ୍ ରାଜ୍ୟ ସଭାପତି ମନୋରଞ୍ଜନ ଜେନାଙ୍କ ପୌରୋହିତ୍ୟରେ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଥିଲା । ଏହି ସଂରକ୍ଷଣକୁ ବିରୋଧକରି କେନ୍ଦ୍ରାପଡା ପ୍ରେସ୍ କ୍ଲବଠାରେ ଏକ ପ୍ରେସ୍‌ମିଟ୍ କରାଯାଇ ଆସନ୍ତା ଅଗଷ୍ଟ ୨୧ତାରିଖରେ ଭାରତ ବନ୍ଦ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଏହି ସଭାରେ ମୂଳନିବାସୀ ୟୁନାଇଟେଡ୍ ଫୋରମ୍ ରାଜ୍ୟ ସଭାପତି ମନୋରଞ୍ଜନ ଜେନା, ଆମ୍ବେଦକର ଯୁବମୋର୍ଚ୍ଚାର ସଭାପତି ଆଇନଜୀବୀ ଅପୂର୍ବ ରଞ୍ଜନ ସେଠୀ, ସମତା ସୈନିକ ଦଳ ସଭାପତି ଖଗେଶ୍ୱର ମଲ୍ଲିକ, ସାବିତ୍ରୀ ବାଈ ଫୁଲେ ସେବାସଂଘ ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ବୁଦ୍ଧ ମହାସଂଘ ସଭାନେତ୍ରୀ ବିଳାସୀନୀ ମଲ୍ଲିକ, ଦିଲ୍ଲୀପ କୁମାର ମଲ୍ଲିକ, ଦଶରଥ ମଲ୍ଲିକ, କଳ୍ପତରୁ ମଲ୍ଲିକ, ସଶ୍ମିତା ମଲ୍ଲିକ, ପ୍ରାଣକୃଷ୍ଣ ନାୟକ, ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ବିଶିଷ୍ଟ ମୂର୍ତ୍ତିସାଜ କାରିଗରଙ୍କ ଦେହାନ୍ତ

Thu Aug 8 , 2024
କେନ୍ଦ୍ରାପଡ଼ା,୮ା୮:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ବିଶିଷ୍ଟ ମୂର୍ତ୍ତିସାଜ କାରିଗର କ୍ଷେତ୍ରବାସୀ ସାହୁ(୮୯)ଙ୍କର ଦେହାନ୍ତ ହୋଇଯାଇଛି । ଶ୍ରୀ ସାହୁ ବହୁଦିନ ହେବ ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ । ସେ କେନ୍ଦ୍ରାପଡା ସହର ଓ ଆଖ ଅଞ୍ଚଳରେ ସାଜ କାରିଗର ଭାବେ ସୁନାମ ଅର୍ଜନ କରିଥିଲେ । ଯେଉଁଠି ଲକ୍ଷ୍ମୀ ପୂଜା, କାଳୀ ପୂଜା, ଦୂର୍ଗାପୂଜା ହେଉ ବା ଯେ କୌଣସି ମେଢରେ ସାଜ କାମ ହେଲେ ତାଙ୍କୁ […]

KANIKA