ପୁରୀରୁ ଚୋରି ହୋଇଥିବା ବସକୁ କେନ୍ଦ୍ରାପଡା ପୋଲିସ ଜବତ କଲା


କେନ୍ଦ୍ରାପଡ଼ା, ୮ା୮: ପୁରୀରୁ ଚୋରି ଯାଇଥିବା ‘ଗୋପିନାଥ’ ନାମକ ଏକ ବସକୁ କେନ୍ଦ୍ରାପଡା ସଦର ଥାନା ପୋଲିସ ଆଜି ଅପରାହ୍ନରେ ଜବତ କରିଛି। ପୁରୀରୁ ଚୋରି ହୋଇଥିବା ଏହି ବସଟିକୁ ପ୍ରଥମେ ପାରାଦୀପ ନିଆଯାଇଥିବା ବେଳେ ସେଠାରୁ ୫୩ନମ୍ବର ଜାତୀୟ ରାଜପଥ ଦେଇ କେନ୍ଦ୍ରାପଡା ଆଡକୁ ବସଟି ଆସୁଥିବା ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜଣାଇଥିଲେ। ଖବର ପାଇବା ପରେ ଥାନା ଅଧିକାରୀ ଶ୍ରୀ ସାହୁ ତୁରନ୍ତ ଏକ ପୋଲିସ ଟିମକୁ ଶ୍ୟାମସୁନ୍ଦରପୁର ଗଡା ନିକଟରେ ୫୩ନମ୍ବର ଜାତୀୟ ରାଜପଥ ଉପରେ ସେହି ବସକୁ ଜଗିବାକୁ ନିର୍ଦେଶ ଦେଇଥିଲେ। ପୋଲିସ ଟିମ ଜଗିରହିଥିବା ବେଳେ ଆଜି ପୂର୍ବାହ୍ନ ୯ଟା ବେଳେ ସେହି ବସଟି ଦୃତ ଗତିରେ ପାରାଦୀପ ଆଡୁ ଆସୁଥିବା ଦେଖି ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେବି ବସଟି ଅଟକି ନଥିଲା। ଫଳରେ ପୋଲିସ ଗାଡି ସେହି ବସକୁ ଗୋଡାଇ କଜଳା ଗଡା ନିକଟରେ ଅଟକାଇଥିଲା। ପୋଲିସ ‘ଗୋପିନାଥ’ ବସ(ନଂ- ଓଡି-୧୩-ଭି ୭୫୧୫)କୁ ଜବତ କରି ଥାନାକୁ ଆଣିବା ସହ ବସ ଚାଳକ ଜଗତସିଂହପୁର ଜିଲ୍ଲା ହରିସିଂହପୁର ଗ୍ରାମର ଜ୍ଞାନରଞ୍ଜନ ସାହୁକୁ ଥାନାକୁ ଆଣି ଅଟକ ରଖିଥିବା ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।


Next Post

ଡିଆଇପିଆରଓ ଆଲୋକ ମହାନ୍ତିଙ୍କର ବଦଳି

Thu Aug 8 , 2024
କେନ୍ଦ୍ରାପଡ଼ା, ୮ା୮: କେନ୍ଦ୍ରାପଡା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତିଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟାଳୟ ଭୁବନେଶ୍ୱରକୁ ବଦଳି ହୋଇଛି। ଏସମ୍ପର୍କରେ ଗତ ଜୁଲାଇମାସ ୨୪ତାରିଖରେ ବିଭାଗୀୟ ନିର୍ଦେଶନାମା ପ୍ରକାଶ ପାଇଥିଲା। କେନ୍ଦ୍ରାପଡା ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ ତୁଲାଇଥିଲେ ।  ତାଙ୍କ କାର୍ଯ୍ୟ ଅବଧି ଭିତରେ ସେ ନିଜର ସଚ୍ଚୋଟତା ଓ କର୍ତ୍ତବ୍ୟନିଷ୍ଠପରାୟଣତା ପାଇଁ […]

KANIKA