ରାଜ୍ୟସ୍ତରୀୟ ପଦକ ପାଇଲେ କେନ୍ଦ୍ରାପଡା ପୁଅ ଅବିର ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ



କେନ୍ଦ୍ରାପଡ଼ା,୧୮ା୮: ରାଜଧାନୀରେ ରାଜ୍ୟସ୍ତରୀୟ ପଦକ ପାଇଛନ୍ତି କେନ୍ଦ୍ରାପଡ଼ାର ପୁଅ ସେକ୍ ଅବିର। କେନ୍ଦ୍ରାପଡ଼ା ପୌରାଞ୍ଚଳର ୧୧ ନଂ. ୱାର୍ଡ ଖଡିଅଙ୍ଗ ଗ୍ରାମର ପୁଅ ଅବିର ପେଶାରେ ଜଣେ ହାବିଲଦାର। ସେ ୧୯୮୮ ମସିହାରୁ ଭୁବନେଶ୍ୱର ସହରାଞ୍ଚଳ ଟି.ଟି.ଆଇ. ଭାବେ କାର୍ଯ୍ୟ କରୁଛନ୍ତି। ସେ ଜଣେ ଦକ୍ଷ ଫୁଟବଲ ଖେଳାଳୀ। ପଡିଆରେ ସେ ଡିଫେଣ୍ଡର ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ। କେନ୍ଦ୍ରାପଡ଼ା ସୁରଜ ସ୍ପୋର୍ଟିଂ କ୍ଲବର ସେ ଜଣେ ଦକ୍ଷ ଡିଫେଣ୍ଡର ଥିଲେ। ସେ ସହରାଞ୍ଚଳ ଆରକ୍ଷୀ ଜିଲ୍ଲା ଭୁବନେଶ୍ୱରର ଯାନବାହନ ଯାତାୟତ ପ୍ରଶିକ୍ଷଣ ଅନୁଷ୍ଠାନ ଭୁବନେଶ୍ୱର କମିଶନରେଟ୍ ଅଧିନରେ ଦକ୍ଷତା ସହ କାର୍ଯ୍ୟ କରୁଛନ୍ତି । ସେ ତାଙ୍କର ଚାକିରୀ କାଳ ମଧ୍ୟରେ ଉତ୍ସର୍ଗୀକୃତ ଓ ସେବା ମନୋଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି । ବିଶେଷ କରି ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ପରିଚାଳନା କରି ସେ ଅନେକ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହୋଇଛନ୍ତି । ସେ ଜଣେ ବିଜ୍ଞ ବର୍ହିବିଭାଗ ଅନୁଦେଷ୍ଟା ଭାବରେ ଟି.ଟି.ଆଇ. ଭୁବନେଶ୍ୱରରେ ପରିଚିତ । ସେ ଜଣେ ଆଜ୍ଞାକାରୀ ଓ ସ୍ୱେଚ୍ଛାକୃତ ଦାୟିତ୍ୱ ବହନକାରି ଆରକ୍ଷୀ କର୍ମଚାରୀ। ଅବିର ନିଜର ବୃତ୍ତିଗତ ଜୀବନରେ ଅନେକ ଉଚ୍ଚପଦସ୍ଥ ଅଧିକାରୀମାନଙ୍କଠାରୁ ବହୁବାର ପ୍ରଶଂସିତ ହୋଇଛନ୍ତି ଓ ପୁରଷ୍କାର ପାଇଛନ୍ତି। ଅବିରଙ୍କର ଉଚ୍ଚକୋଟୀର କାର୍ଯ୍ୟ ଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠାର ସ୍ୱୀକୃତି ସ୍ୱରୂପ ଭାରତର ରାଷ୍ଟ୍ରପତି ତାଙ୍କୁ ୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ସେବା ନିମନ୍ତେ ପୋଲିସ୍ ପଦକ ପ୍ରଦାନ କରିଥିଲେ। ମୋହନ ସରକାର ତଥା ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ମାନପତ୍ର ଓ ୭ହଜାର ୫ଶହ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ସେଥିପାଇଁ ସେ ମୋହନ ସରକାରଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading