ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତାଙ୍କୁ ସହାୟତା


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ଚନ୍ଦ୍‌ନନଗର ପଂଚାୟତ ଗୋପ୍ତିରା ଗ୍ରାମର ଦିନ ଦରିଦ୍ର ସରସ୍ୱତୀ ବାୟୀ ଗତ ଦୁଇ ବର୍ଷ ହେବ ରକ୍ତ କର୍କଟ ରୋଗରେ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। ମୁଣ୍ଡ ଗଞିିବାକୁ ଘର ଖଣ୍ଡେ ନଥିବାରୁ ବର୍ଷା ହେଲେ ପରଘରେ ଆଶ୍ରା ନେଉଛନ୍ତି । ସ୍ତ୍ରୀ ରୋଗାଗ୍ରସ୍ତ ହେବା ଦିନରୁ ସ୍ୱାମୀ ନରେଶ ତାଙ୍କ ସେବାରେ ଦିନ ଯାଉଛି । ରୋଜଗାର ବନ୍ଦ ହୋଇଯିବାରୁ ଦୁଇ ଓଳି ଖାଇବା ପିଇବା ସମ୍ଭବ ହେଉନାହିଁ । ଅପରପକ୍ଷେ ଅର୍ଥ ଅଭାବରୁ ଉନ୍ନତ ଚିକିତ୍ସା ଦେଇପାରୁ ନାହାଁନ୍ତି । ଏନେଇ ଗତ ୧୭ ଅଗଷ୍ଠରେ ଅନ୍ଵେଷଣରେ ଖବର  ପ୍ରକାଶ ପାଇବାପରେ ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ପିଡିତା ସରସ୍ୱତୀଙ୍କ ଘରେ ଭେଟି ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ସହାୟତା ପ୍ରଦାନ ସମୟରେ ଟ୍ରଷ୍ଟର ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading