ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରେ ଫେବର ଦବି ଯାତାୟତରେ ବାଧା ,ଆକ୍ସିସ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ବର୍ଷାଜଳ ସୁଅ ଛୁଟୁଛି     


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଜଳନିଷ୍କାସନ ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି । ଅସ ରାଏ ବର୍ଷା ହେଲେ ସହର ବିଭିନ୍ନ ସ୍ଥାନରେ ବର୍ଷା ଜଳ ସୁଅ ଛୁଟୁଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ରାସ୍ତା ଓ କଲେଜ ରାସ୍ତାରେ ଦିନ ଦିନ ଧରି ବର୍ଷା ପାଣି ଜମି ରହି ଦୁର୍ଗନ୍ଧ ହେବା ସହିତ ଯାତାୟାତରେ ବାଧା ସୃଷ୍ଟି କରୁଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲକୁ ଯିବା ଆସିବା କରିବା ପାଇଁ ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ବାଳିକା ହାଇସ୍କୁଲ ପଛପଟ ରାସ୍ତାରେ ଦିନ ଦିନ ବର୍ଷା ପାଣି ଜମି ରହି ନର୍ଦମାରେ ପରିଣତ ହୋଇଛି । ସେହିପରି ପଟ୍ଟାମୁଣ୍ଡାଇ କଲେଜ ରାସ୍ତାର ଆକ୍ସିସ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ମଧ୍ୟ ଦିନ ଦିନ ବର୍ଷା ପାଣି ଜମି ରହି ଦୁର୍ଗନ୍ଧ ହେବା ସହିତ ଯାତାୟାତ ବାଧା ସୃଷ୍ଟି ହେଉଛି । ପଟ୍ଟାମୁଣ୍ଡାଇ ସହରର ସବୁଠାରୁ ବ୍ୟସ୍ତବହୁଳ ରାସ୍ତା ଭାବେ ପରିଚିତ ଏହି ରାସ୍ତାର ଅବସ୍ଥା ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସହିତ ମୁନିସିପାଲିଟିର କାର୍ଯ୍ୟଧାରା ନେଇ ପ୍ରଶ୍ନ ଉଠାଇବା ଦେଖାଯାଉଛି । ପଟ୍ଟାମୁଣ୍ଡାଇ ସହରର ଜଳନିଷ୍କାସନ ପାଇଁ ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଉଥିବାବେଳେ କେଉଁ ଅଜ୍ଞାତ କାରଣ ପାଇଁ ପଟ୍ଟାମୁଣ୍ଡାଇ ବାଳିକା ହାଇସ୍କୁଲ ଓ କଲେଜ ରାସ୍ତାରେ ଦିନ ଦିନ ବର୍ଷା ପାଣି ଜମି ରହି ବସ୍ତୁତଃ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଦୁଇଟିକୁ ଅଭିଶପ୍ତ ରାସ୍ତାରେ ପରିଣତ କରିଦେଇଛି ।

ସେହିପରି କଲେଜ ମେନ ଗେଟ ପାଖରୁ କଲେଜ ପର୍ଯ୍ୟନ୍ତ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ଗତ ୬ ମାସ ତଳେ ଫେବର ବ୍ଲକରେ ରାସ୍ତା ନିର୍ମାଣ କରାଯାଇଥିଲା । ଏବେ ସେହି ରାସ୍ତାରେ ଫେବର ଦବି ବର୍ଷା ପାଣି ଜମିରହୁଛି । ଫଳରେ ଏହିରାସ୍ତା ଦେଇ ଯାତାୟତ କରୁଥିବା ସ୍କୁଲ କଲେଜ ଛାତ୍ରୀଛାତ୍ର ଯାତାୟତରେ ଅସୁବିଧା ଭୋଗ କରୁଥିବା ବେଳେ କେତେକ ପିଲା ପଡି ଖଣ୍ଡିଆ ଖାବରା ହେଉଛନ୍ତି । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୌର କତୃପକ୍ଷ ତୁରନ୍ତ ଏହି ରାସ୍ତାରୁ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବା ସହିତ ଦବିଯାଇଥିବା ଫେବର ବ୍ଲକ ରାସ୍ତାକୁ ମରାମତି କରିବାକୁ ଆଇନଜିବୀ ପ୍ରମୋଦ ସାହୁ, ସାମଜିକକର୍ମୀ ଉପେନ୍ଦ୍ର ନାୟକ, କ୍ଷୀରୋଦ ମଲିକ, ବିଷ୍ଣୁପ୍ରସାଦ ଚୌଧିରି, କୃପାସିନ୍ଧୁ ନାୟକ ପ୍ରମୁଖ ଦାବୀ କରିଛନ୍ତି ।

ଏନେଇ ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ  ଉକ୍ତ ବିଭାଗକୁ ଚିଠି କରି ରାସ୍ତାରେ ପାଣି ନଜମିବାପାଇଁ ଚେଷ୍ଟା କରିବୁ । ଦବି ଯାଇଥିବା ଫେବର ବ୍ଲକ ରାସ୍ତାକୁ ମରାମତି କରାଯିବ ।


Discover more from

Subscribe now to keep reading and get access to the full archive.

Continue reading