କ୍ରୀଡା ଦିବସ ଏକ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ : ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରେମବାଳା ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଖବରଦାତା ଜଗନ୍ନାଥ ଆଚାର୍ଯ୍ୟ ଯୋଗ ଦେଇ ହକିର ଯାଦୁଗର ତଥା ଭାରତର କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ଦିବସ ଏବଂ ଦେଶ ପ୍ରତି ଅବଦାନକୁ ମନେ ପକାଇବା ପାଇଁ ଅଗଷ୍ଟ ମାସ ୨୯ ତାରିଖରେ ଜାତୀୟ କ୍ରୀଡା ଦିବସ ଭାବେ ପାଳିତ ହୋଉଛି ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ଦାସ ଓ ପରିଚାଳନା କମିଟିର ସଭାପତି ବାସୁଦେବ ସେଠୀ ଯୋଗ ଦେଇ ଜାତୀୟ କ୍ରୀଡା ଦିବସ କେବଳ ଏକ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ ବୋଲି ସମସ୍ତ ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନେ ଉତ୍ସାହିତ କରି କହିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଜୟ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏହି ସଭାରେ ସହକାରୀ ଶିକ୍ଷୟତ୍ରୀ ପୂଜା ଉପାଧ୍ୟାୟ ସ୍ୱାଗତଭାଷଣ ଦେଇଥିଲେ । ସହକାରୀ ଶିକ୍ଷୟତ୍ରୀ ମମତା ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷୟତ୍ରୀଶିକ୍ଷକ ପରିଚାଳନା କରିଥିଲେ। ଶେଷରେ ସହକାରୀ ଶିକ୍ଷୟତ୍ରୀ ଶୁଶ୍ରୀ ପ୍ରଜ୍ଞା ମହାଳି ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading