କେନ୍ଦ୍ରାପଡାରେ ଜାତୀୟ କ୍ରୀଡାଦିବସ ପାଳିତ



କେନ୍ଦ୍ରାପଡା,ତା.୨୯.୦୮- ଭାରତର କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ସ୍ମୃତିରେ ପ୍ରତି ବର୍ଷ ଅଗଷ୍ଟ ୨୯ ତାରିଖରେ ପାଳିତ ହୁଏ ଜାତୀୟ କ୍ରୀଡ଼ା ଦିବସ । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ (କ୍ରୀଡା ବିଭାଗ) ଆନୁକୁଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୪ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅୟୋଜିତ ଏହି ଦିବସରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇ ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମସ୍ତଙ୍କୁ କ୍ରୀଡା ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ । ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶ, କ୍ରୀଡା ପ୍ରତି ତାଙ୍କର ସମର୍ପଣଭାବ ଓ ପ୍ରତିବଦ୍ଧତା ଗୁଣକୁ ପାଥେୟ କରି କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପ୍ରାପ୍ତି ପାଇଁ ଉପସ୍ଥିତ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଜଣାଇଥିଲେ । ଜୀବନରେ କ୍ରୀଡାର ଆବଶ୍ୟକତା ଓ କ୍ରୀଡାବିତଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ ସହଏହି ଦିବସରେ ସମସ୍ତେ ଫିଟ୍ ରହିବା ପାଇଁ ସେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପିଢି ପିଢି ଧରି ପ୍ରେରଣାର ଉତ୍ସ ହୋଇଆସିଥିବା ଧ୍ୟାନଚାନ୍ଦଙ୍କହକି ପ୍ରତି ନିଷ୍ଠା ଓ ଆଦର୍ଶକୁ ମନେପକାଇବା ସହ କ୍ରୀଡା ସଂସ୍କୃତିର ବିକାଶ ଏବଂ କ୍ରୀଡାବିତଙ୍କୁ ସମ୍ମାନ ଦେବାହିଁ ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ । କ୍ରୀଡା ପ୍ରତି ସମର୍ପଣଭାବ ରଖିବା ସହ ଶୃଙ୍ଖଳା ଓ ଚରିତ୍ର ପ୍ରତି ଗୁରୁତ୍ୱଆରୋପ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ  ଜିଲ୍ଲାପାଳ ଅୟୋଜିତ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ  । କଲେକ୍ଟରେଟରୁ ବାହାରି ଥିବା ଏହି ରାଲି ବିଭିନ୍ନ ସ୍ଲୋଗାନ୍ ଦେଇ ସହର ପରିକ୍ରମା କରିଥିଲା । ଏହି ଦିବସ ପାଳନ ଉପଲକ୍ଷେ ଆୟୋଜିତ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଅକମଲ୍ ଅଲ୍ଲୀ, ବିଭିନ୍ନ ସ୍କୁଲ କଲେଜର ଶିକ୍ଷକ ଓ ଛାତ୍ରଛାତ୍ରୀ ଏବଂ ଜିଲ୍ଲା ପ୍ରଶାସନର କର୍ମକର୍ତ୍ତା, ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିବା ବେଳେ ଶେଷରେ  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading