ବଗଡା ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ


କେନ୍ଦ୍ରାପଡ଼ା, ୨୯ା୮ : ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ସିଦ୍ଧ ମରିଚାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକ ସଭାପତିତ୍ୱ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସର୍ବପ୍ରଥମେ ସ୍କୁଲର ଜାତୀୟ ସ୍ତରର ଖେଳାଳୀ ଚନ୍ଦନ ରାଉତ ଭଲିବଲ ପାଇଁ ଓ ଶୁଭ୍ରଜ୍ୟୋତି ସ୍ୱାଇଁଙ୍କୁ ଖୋ- ଖୋ ଖେଳ ପାଇଁ ଉତ୍ତରୀୟ, ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ସମସ୍ତ ବିଭାଗର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମାନସୀ ମହାନ୍ତି, ମଧୁସ୍ମିତା ସାହୁ, ଶସ୍ମିତା ପ୍ରଧାନ, ସୁଜାତା ସାହୁ, ଦମୟନ୍ତି ଦାଶ, ସରୋଜିନୀ ମିଶ୍ର, ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ଜିତେନ୍ଦ୍ର ମହାନ୍ତି ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଶୁଭଶ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

 


Next Post

ବିଦ୍ୟୁତ ଉପଭୋକ୍ତା ଶୋଷଣ ବିରୋଧରେ ଜନଶକ୍ତି ପାର୍ଟିର ଟାଟା ହଟାଓ ଅଭିଯାନ

Fri Aug 30 , 2024
ପଟ୍ଟାମୁଣ୍ଡାଇ ୨୯/ -ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟୁତ ସଂସ୍କାର ନାଁ ରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବହୁ ଚର୍ଚିତ ବିଦ୍ୟୁତ ସଂସ୍କାର ପ୍ରହସନରେ ପରିଣତ ହୋଇଥିବାରୁ ଜନସାଧାରଣ ଓ ଉପଭୋକ୍ତା ଏହାର ସୁଫଳ ପାଇନାହାନ୍ତି । ବରଂ ସେବା ନାଁ ରେ ଶୋଷଣ ବର୍ଷ ବର୍ଷ ଧରି ଚାଲିଛି । ବିଦ୍ୟୁତ ବିଭାଗ […]

KANIKA