ପଟ୍ଟାମୁଣ୍ଡାଇ ପୌରପରିଷଦରେ ସ୍ୱାୟତଶାସନ ଦିବସ ପାଳିତ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୬ ତମ ସ୍ୱାୟତ ଶାସନ ଦିବସ ପୌରଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍‌, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା। ପୂର୍ବାହ୍ନ ୯ ଟାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଂଟନ କାର୍ଯ୍ୟକ୍ରମ କରାଯାଇଛି । ଦିତୀୟ ଅଧିବେଶନ ଅପରାହ୍ନ ୪ଟାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ ସ୍ୱାୟତ ଶାସନ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ସ୍ୱାୟତ ଶାସନ ହେଉଛି ଲୋକ ମାନଙ୍କର ଓ ଲୋକ ମାନଙ୍କ ଦ୍ୱାରା ଶାସନ । ତେବେ ସହରର ଉନ୍ନତି ପାଇଁ ଯାହା ବି ଖସଡ଼ା ପ୍ରସ୍ତୁତ ହୁଏ ତାହା ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ହିଁ ପ୍ରସ୍ତୁତ କରିଥାନ୍ତି । ତେବେ ଭବିଷ୍ୟତରେ ନିର୍ବାଚିତ ପ୍ରତିନିଧିମାନେ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବେ ସେଥିରେ ପୌର ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବେ । ପଟ୍ଟାମୁଣ୍ଡାଇ ପୌରପାଳିକାରେ କେତେକ ଉନ୍ନତି ମୁଳକ କର୍ଯ୍ୟ ସରିଥିବା ବେଳେ ଆହୁରି ଅନେକ କାର୍ଯ୍ୟ ନିର୍ମାଣ ହେବାକୁ ଯୋଜନା ରହିଛି । ଯାହା ୧୦ବର୍ଷ ତଳେ ସହରକୁ ନେଇ ମୋର ସ୍ୱପ୍ନ ଥିଲା ତାହା ପୂରଣ ହେବାକୁ ଯାଉଛି । ତେବେ ଭବିଷ୍ୟତରେ ପଟ୍ଟାମୁଣ୍ଡାଇ ଏକ ବୃହତମ ସହର ଭାବେ ଉଭା ହେବ ବୋଲି ବିଧାୟକ ତାଙ୍କ ଅଭିଭାଷଣରେ କହିଛନ୍ତି । ସମ୍ମାନିତ ଅତିଥି ଭାବେ କାଉନସିଲର ମଳୟ ଓଝା, ସୁବାଷ ମଲିକ,ମଧୁସ୍ମିତା ମଲିକ, ପ୍ରିୟଙ୍କା ସେଠୀ, ଝରଣା ବେହେରା,ରିନା ମଲିକ, ସନ୍ତୋଷ ଦାସ, ସୁଧାମୟ ମଲିକ, ପ୍ରଶାନ୍ତ ବାରିକ, ମୃତ୍ୟୁଞୟ ପାଢୀ, ପ୍ରମୁଖ ଯୋଗଦେଇଥିଲେ।କାଉନସିଲର ମାନେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକ ନିକଟରେ ଦାବି ଉପସ୍ଥାପନ କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟନ ଗିରି ବିବରଣୀ ପଠନ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ପୌରକର୍ମଚାରୀ ଓ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୌରଅଧ୍ୟକ୍ଷ ସାହୁ ମଂଚ ପରିଚାଳନା କରିଥିବ ବେଳେ ଇଂ. ଜଳନ୍ଧର ବେହେରା ଧନ୍ୟବାଦ ଅର୍ପନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading