
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ବରିଷ୍ଠ ନାଗରିକ ସମନ୍ୱୟ ସମିତି ବୈଠକ ପବିତ୍ର ଗୁରୁ ଦିବସ ଅବସରରେ ତଳାପଡ଼ିଆ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକଙ୍କ ପୌରାହିତ୍ୟରେ ଆୟୋଜିତ ବୈଠକରେ ଅଳପୁଆ ପଞ୍ଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ କିଶୋର ବେହେରା, ପୂର୍ବତନ ସମିତି ସଭ୍ୟ ଚନ୍ଦନ ସାହୁ, ପ୍ରାକ୍ତନ ସି ଆର ସି ସି ଶିକ୍ଷାବିତ ସୁଦର୍ଶନ ପତି,ବସୁଦେବ ବିଶ୍ବାଳ, କବି ନୃସିଂହ ରାଉତ ସାମାଜିକ କର୍ମୀ ଗଗନ ମହାଳିକ ରତିକାନ୍ତ ଧଳ ,କୈଳାସ ଦାସ ରବୀନ୍ଦ୍ର ପରିଡା, ନରେନ୍ଦ୍ର ଧଳ କିଶୋର ରାଉତ,ଦିଲ୍ଲୀପ ବିଶ୍ୱାଳ, କୁର୍ତ୍ତିବାସ ସାହୁ ,ଗୋପୀନାଥ ମହାନ୍ତି, ଉମାକାନ୍ତ ବିହାରୀ ,ଶ୍ରୀବନ୍ତ ପଣ୍ଡା, ଡମ୍ବରୁଧର ବିଶ୍ୱାଳ,ନିରାକାର ବିଶ୍ୱାଳ, ଅଚ୍ୟୁତାନନ୍ଦ ଦାସ, ବସନ୍ତ ଦାସ, ବସନ୍ତ ରାଉତ,ଗିରିଧାରୀ ବିଶ୍ୱାଳ, ମୁରଲୀଧର ବିଶ୍ୱାଳ,ନିମାଇ ସେଠୀ, ପ୍ରଶାନ୍ତ ସେଠୀ,ବେଣୁଧର ଜେନା, ଦୀନବନ୍ଧୁ ଜେନା, କାଙ୍ଗାଳି ମଳିକ, ଇନ୍ଦ୍ରମଣୀ ଧଳ,ନିରଞ୍ଜନ ଧଳ,ସନ୍ତୋଷ ଦାସ, ରଞ୍ଜିତ ନାୟକ ପ୍ରମୁଖ ବହୁ ବରିଷ୍ଠ ନାଗରିକ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଓ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ । ଏଥି ସହିତ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଅଳପୁଆ ପଞ୍ଚାୟତର ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । କବି ନୃସିଂହ ରାଉତ ବରିଷ୍ଠ ନାଗରିକଙ୍କ ଉପରେ କବିତା ପାଠ କରିଥିଲେ । ସମିତି ସଭ୍ୟ ଶ୍ରୀ ସେଠୀ ବରିଷ୍ଠ ନାଗରିକଙ୍କ ସମସ୍ୟା ଦୂରୀକରଣ ଓ ଅଞ୍ଚଳ ବିକାଶ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଶେଷରେ ସମ୍ପାଦକ ବସୁଦେବ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।










