କେନ୍ଦ୍ରାପଡ଼ା, ୮ା୯: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଦେପୁର ଆଂଚଳିକ ପରିବେଶ ସଚେତନ ପରିଷଦର ମିଳିତ ଆନୁକୁଲ୍ୟରେ ତାଳ ମଞ୍ଜି ରୋପଣ କରାଯାଇଛି। ଦେପୁର ସରସ୍ୱତୀ ଉଚ୍ଚବିଦ୍ୟାଳୟ ଠାରୁ ବରୁଣେଇ ଠାକୁରାଣୀ ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତାର ଉଭୟ ପାଶ୍ୱର୍ରେ ତାଳମଞ୍ଜି ରୋପଣ କରାଯାଇଛି। ସାରଙ୍ଗ ଶ୍ରୀବଳଦେବଜୀଉ ଗୌଡିୟ ମଠାଧିଶ ମହନ୍ତ ନରହରି ମହାରାଜ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଙ୍ଗଠନ ସଂପାଦକ ପଣ୍ଡିତ ହରେକୃଷ୍ଣ ପତି, ସହ ସଂଗଠକ ପଣ୍ଡିତ ତପନ ଦାସ ଏହି ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବଜ୍ରପାତରୁ ରକ୍ଷା ପାଇବା ପାଇଁ ତାଳମଞ୍ଜି ରୋପଣ ନିହାତି ଅପରିହାର୍ଯ୍ୟ ବୋଲି ମହନ୍ତ ନରହରି ମହାରାଜ ପ୍ରକାଶ କରିଥିଲେ। ଆଂଚଳିକ ପରିବେଶ ସଚେତନର ଅଧ୍ୟକ୍ଷ ଡ. ଉପେନ୍ଦ୍ର ନାଥ ପ୍ରଧାନ ଯୋଗ ଦେଇ ପରିବେଶ ସୁସ୍ଥ ରଖିବାକୁ ହେଲେ ବୃକ୍ଷରୋପଣର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ପଣ୍ଡିତ ସଭାର ସଭ୍ୟ ତଥା ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀ, ପଣ୍ଡିତ କାହ୍ନୁଚରଣ ତ୍ରିପାଠୀ, ପଣ୍ଡିତ ଅବଧୁତ ରାଉତ ପ୍ରମୁଖଙ୍କ ସହ ଧନେଶ୍ୱର ତ୍ରିପାଠୀ, ହୃଶିକେଷ ନାୟକ, ଧନେଶ୍ୱର ମହାରଣା, ନିହାର ରଞ୍ଜନ ପତି, ରାମଚନ୍ଦ୍ର ରାଉତ, ପ୍ରେମାନନ୍ଦ ପ୍ରଧାନ, ମଦନ ମୋହନ ନାୟକ, ବଳରାମ ପତି, ମକର ନାୟକ, ପ୍ରଫୁଲ କୁମାର ପତି, ୱାଡ ସଭ୍ୟ ବାବୁ ରାଉତ, କମଳେସ ପତି, ରଞ୍ଜନ କୁମାର ପତି, ବବଲୁ ଏବଂ ପ୍ରାଣକୃଷ୍ଣ ପତି ପ୍ରମୁଖଙ୍କ ସହ ଆଂଚଳିକ ପରିଷଦର ବହୁ ସଦସ୍ୟ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଳମଞ୍ଜି ସହିତ ଅଶ୍ୱତଥ୍, ନିମ୍ବ, କଦମ୍ବ ଓ ନଡିଆ ଗଛ ଆଦି ରୋପଣ କରାଯାଇଥିଲା।
kanikanews.in
Next Post
ପୁନର୍ବାସ ପକ୍ଷରୁ ମେଗା ଫିଜିଓଥେରାପି ଶିବିର
Sun Sep 8 , 2024
କେନ୍ଦ୍ରାପଡ଼ା,୮ା୯:ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ପୁନର୍ବାସ ଏବଂ ନିରତାର, ଓଲଟପୁରର ସ୍ନାତକୋର ଫିଜିଓଥେରାପି ବିଭାଗର ସହଯୋଗରେ ଏକ ମେଗା ଫିଜିଓଥେରାପି ଶିବିର ସହରର ମାଧପୁରସ୍ଥିତ ଅମର ଉଦ୍ୟାନରେ ଅନୁଷ୍ଠିତ ହୋଇ ଯାଇଛି। ଫିଜିଓଥେରାପି ଆମର ପରିବର୍ତ୍ତିତ ଜୀବନଶୈଳୀଗତ ଅଭ୍ୟାସରୁ ଉତ୍ପନ୍ନ ପୀଡାଠାରୁ ଆରମ୍ଭ କରି ସ୍ନାୟୁ, ଅସ୍ଥି,ମେରୁଦଣ୍ଡ ଓ ମାଂସପେଶୀଜନିତ ଯନ୍ତ୍ରଣାର ସଫଳ ଥେରାପି ଚିକିତ୍ସା ପ୍ରଦାନ କରି ପାରୁଛି। ଯାହା ପାର୍ଶ୍ୱ ପ୍ରତିକ୍ରିୟା ଠାରୁ ଦୂରରେ ସମ୍ପୂର୍ଣ୍ଣ ଭୌତିକ […]

KANIKA
- 5 months ago
ମହାଦେବ ସେନାର ବାର୍ଷିକ ଯଜ୍ଞ ଉତ୍ସବ-୨୦୨୫
- 2 years ago
ସଂଜୀବନୀ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ
- 2 years ago
ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ , ୧ମୃତ ଓ ୧ଗୁରୁତର
- 6 months ago
କେନ୍ଦ୍ରାପଡା ମହାବିଦ୍ୟାଳୟ “ଇତିହାସ” ବିଭାଗରେ ଆଲୋଚନା ଚକ୍ର
- 1 year ago
ଅବସରପ୍ରାପ୍ତ ଆର୍ମି କର୍ମଚାରୀଙ୍କୁ ଆକ୍ରମଣ