ବାଇକ ପୋଡି ଘଟଣାର ଗିରଫ ଅଭିଯୁକ୍ତ ଥାନାରୁ ଫେରାର



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ହାଜତରୁ ଜଣେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ରାବିବାର ରାତି ସାଢେ ୭ ରେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ତେରୋହି ଗାଁର ଳୀଳାଇ ସ୍ୱାଇଁ ବୋଲି ଜଣାପଡିଛି। ଦୁଇ ଜଣ ସାଙ୍ଗକୁ ମଡମାରି ଏକ ମଟର ସାଇକେଲ ପୋଡି ଘଟଣାରେ ଳିଳାଇଙ୍କୁ ଶନିବାର ରାତିରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ପୋଲିସ ଗିରଫ କରିଥିବା ବେଳେ ସେ ରାବିବାର ବାହାରକୁ ଆସି ଫେରାର ହୋଇଯାଇଥିଲେ । ଳିଳାଇଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଥିବା ଜଣାପଡିଥିବା ବେଳେ ଥାନାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁା

ସୁଚନାଅନୁଯାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବିଲିକଣା ପଂଚାୟତ ବହ୍ମପୁର ଗ୍ରାମର ଦେବାଶିଷ ସାହୁ ସାଙ୍ଗ କୃଷ୍ଣଚନ୍ଦ୍ର ସାମଲଙ୍କ ସହିତ ମାମୁଁ ଘର ବଢେଇପଡା ଯାଇଥିଲେ । ଶନିବାର ରାତି ପ୍ରାୟ ୯ଟାରେ ମାମୁଁ ଘରୁ ଫେରୁଥିବା ବେଳେ ତେରୋହି ଗ୍ରାମର ଳିଳାଇ ଏକ ଦୋକାନ ନିକଟରେ ତାଙ୍କୁ ଅଟକାଇ ଦାଦାବଟି ମାଗିଥିଲେ । ସେମାନେ ଦାଦାବଟି ନ ଦେବାରୁ ସେମାନଙ୍କୁ ଗାଳିଗୁଲଜ କରିବା ସହିତ ମଡମାରି ଥିଲେ । ସେମାନେ ପ୍ରାଣବିକଳରେ ଜଣଙ୍କ ଘରେ ଆସ୍ରୟ ନେବା ପରେ ଳିଳାଇ ଗାଡିକୁ ନିଆଁ ଲଗାଇ ପୋଡିଦେଇଥିଲା । ଖବରପାଇ ଦେବାଶିଷଙ୍କ ବାପା ପ୍ରଶାନ୍ତ ଗ୍ରାମର କେତେଜଣ ଲୋକଙ୍କୁ ସାଙ୍ଗରେ ନେଇ ଘଟନାସ୍ଥଳରେ ପହଁଚି ପୋଲିସ କଟ୍ରୋଲ ରୁମ ୧୧୨ କୁ ଫୋନକରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ଶନିବାର ଳିଳାଇଙ୍କୁ ଗିରଫ କରି ଥାନାକୁ ଆଣିଥିଲା ।


Next Post

ତୁଳସୀକ୍ଷେତ୍ର ପଣ୍ଡିତ ସଭାର ତାଳମଞ୍ଜି ରୋପଣ

Mon Sep 9 , 2024
କେନ୍ଦ୍ରାପଡ଼ା,୯ା୯: ଦେ’ପୁରର ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଆଞ୍ଚଳିକ ପରିବେଶ ସଚେତନ ପରିଷଦର ମିଳିତ ଆନୁକୂଲ୍ୟରେ ଦେ’ପୁର ସରସ୍ୱତୀ ଉଚ୍ଚ ବିଦ୍ୟାଳୟଠାରୁ ବରୁଣେଇ ଠାକୁରାଣୀ ପର୍ଯ୍ୟନ୍ତ ଦୀର୍ଘ ୨ କିଲୋମିଟର ଲମ୍ବମାନ ମାର୍ଗର ଉଭୟ ପାଶ୍ୱର୍ରେ ନାନା ବୃକ୍ଷ ତଥା ତାଳମଞ୍ଜି ରୋପଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାରଙ୍ଗ ମଠାଧୀଶ ମହନ୍ତ ନରହରି ମହାରାଜ ବୃକ୍ଷରୋପଣ କରି ଶୁଭାରମ୍ଭ କରିଥିଲେ । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଙ୍ଗଠନ ସମ୍ପାଦକ ପଣ୍ଡିତ ହରେକୃଷ୍ଣ […]

KANIKA